Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ରଥମ ଭ୍ୟାଲେନଣ୍ଟାଇନ ଡେ'ରେ ଗୌରୀଙ୍କୁ କେଉଁ ଗିଫ୍ଟ ଦେଇଥିଲେ ଶାହାରୁଖ

Entertainment

ପ୍ରଥମ ଭ୍ୟାଲେନଣ୍ଟାଇନ ଡେ'ରେ ଗୌରୀଙ୍କୁ କେଉଁ ଗିଫ୍ଟ ଦେଇଥିଲେ ଶାହାରୁଖ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପ୍ରଥମ ଭ୍ୟାଲେନଣ୍ଟାଇନ ଡେ'ରେ ଗୌରୀଙ୍କୁ କେଉଁ ଗିଫ୍ଟ ଦେଇଥିଲେ ଶାହାରୁଖ

ଅର୍ଗସ ବ୍ୟୁରୋ:  ଚାଲିଛି ପ୍ରେମ ଋତୁ। ଯୁବପୀଢ଼ି ଏହାକୁ ଖୁବ ସୁନ୍ଦର ଭାବେ ମନାଉଛନ୍ତି। ଭ୍ୟାଲେନଣ୍ଟାଇନ ଡେରେ ନିଜ ପ୍ରେମିକାକୁ ସୁନ୍ଦର ଗିପ୍ଟ ମଧ୍ୟ ଦେଉଛନ୍ତି। କୁହାଯାଏ ଯେଉଁଠାରେ ପ୍ରେମ, ସେହିଠାରେ ଜ୍ଞାନ ଓ ପବିତ୍ରତା। ଅଢ଼େଇ ଅକ୍ଷର ବିଶିଷ୍ଟ ପ୍ରେମ ବୁଝେ ନାହିଁ ଧନୀ କି ଗରିବ। ପ୍ରେମ ମାନେନାହିିଁ କୌଣସି ବି ବନ୍ଧନ। ପ୍ରେମ ହେଉଛି ଶ୍ୱାଶତ ଏବଂ ନିସ୍ୱାର୍ଥପରର ଏକ ପବିତ୍ର ଅନୁଭବର ବନ୍ଧନ। ଆଉ ଏହାକୁ ଯଥାର୍ଥ କରି ଦେଖାଇଛନ୍ତି କିଙ୍ଗ ଖାନ ସାହାରୁଖ ଖାନ। ପ୍ରଥମ ଥର ଶହାରୁଖ ଖାନ ପତ୍ନୀ ଗୌରୀଙ୍କୁ ଦେଇଥିବା ଗିପ୍ଟ ଖୁବ ଭାଇରାଲ ହୋଇଥିଲା।

ସୁପରଷ୍ଟାର ଶାହରୁଖଙ୍କୁ ବଲିଉଡରେ ବହୁ ନାମରେ ବିବେଚନା କରାଯାଏ, କିଏ ତାଙ୍କୁ ବାଦଶାହ ଡାକେ ତ କିଏ କିଙ୍ଗ ଖାନ, ଆଉ ଅନ୍ୟ କେତେକ ଡାକନ୍ତି କିଙ୍ଗ ଅଫ ରୋମାନ୍ସ କହିବାକୁ ଗଲେ ଶାହରୁଖ ନିଜ ଅସଲି ଜୀବନରେ ବହୁତ ରୋମାଣ୍ଟିକ ଅଟନ୍ତି । ସେ ଗୌରୀଙ୍କୁ ଭଲପାଇ ବିବାହ କରିଥିଲେ । ଏହି ଦୁଇଜଣଙ୍କ ବିବାହକୁ ପ୍ରାୟତଃ ୩୦ ବର୍ଷ ପୁରିଗଲାଣି । ତେବେ ଆପଣ ଜାଣନ୍ତି କି ଶାହରୁଖ ଗୌରୀଙ୍କୁ ପ୍ରଥମେ କେଉଁ ଗିଫ୍ଟ ଦେଇଥିଲେ ।

୨୦୨୩ ରେ ଫ୍ୟାନ୍ସଙ୍କର ବହୁ ପ୍ରଶ୍ନର ଉତ୍ତର ଶାହାରୁଖ ଖାନ ଦେଇଥିଲେ । ଏହି ସମୟରେ ତାଙ୍କୁ ଜଣେ ଫ୍ୟାନ୍ସ ପଚାରିଥିଲେ ଯେ, ସେ ପ୍ରଥମ ଭାଲେଣ୍ଟାଇନ୍ସ ଡେ’ରେ ଗୌରୀଙ୍କୁ କେଉଁ ଗିଫ୍ଟ ଦେଇଥିଲେ । ଶାହରୁଖ ଏହି ପ୍ରଶ୍ନର ଉତ୍ତର ଦେଇଥିଲେ । ମୋର ଯେତିକି ମନେପଡୁଛି ମୁଁ ତାଙ୍କୁ ପ୍ଲାଷ୍ଟିକର ଏକ ଫିଙ୍କ ଇୟରରିଙ୍ଗ ଦେଇଥିଲି ।’ ଶାହାରୁଖଙ୍କ ଏହି ପୋଷ୍ଟ ସେତିକି ବେଳେ ଖୁବ ଭାଇରାଲ ହୋଇଥିଲା ଏବଂ ଲୋକମାନେ ଏହା ଉପରେ ଅନେକ କମେଣ୍ଟ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Education Next Season 5
Sponsored
When Shah Rukh Khan revealed what he gave as his first Valentine's Day gift to wife Gauri Khan | Argus News