Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଐଶ୍ଵର୍ଯ୍ୟାଙ୍କୁ କାହିଁକି ବୋହୂ ମାନୁନଥିଲେ ଅମିତାଭ?

Arpita Mohanty
Browse all articles by Arpita Mohanty
·1 year ago·2 min read
ଐଶ୍ଵର୍ଯ୍ୟାଙ୍କୁ କାହିଁକି ବୋହୂ  ମାନୁନଥିଲେ ଅମିତାଭ?

ଅର୍ଗସ ବ୍ୟୁରୋ: କଥାରେ ଅଛି ବଡ଼ ଘର ବଡ଼ ଗୁମର କଥା । ଠିକ୍‌ ସେମିତି କିଛି ଘଟଣା ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ପରିବାରରୁ ଆସିଛି । ଜଣାପଡିଛି, ବୋହୂ ଐଶ୍ଵର୍ଯ୍ୟା ବଚ୍ଚନଙ୍କୁ କେବେ ହେଲେ ଅମିତାଭ ବୋହୂ ବୋଲି ଗ୍ରହଣ କରିନଥିଲେ । ବାସ୍‌ ଏ କଥା ସାମ୍ନାକୁ ଆସିବା ପରେ ପୁଣି ଥରେ ଅଭିଷେକ ବଚ୍ଚନ ଓ ଐଶ୍ଵର୍ଯ୍ୟାଙ୍କର ଛାଡପତ୍ର କଥାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । 

ବଚ୍ଚନ ପରିବାରକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା । କାରଣ ଅଭିଷେକ ଓ ଐଶ୍ଵର୍ଯ୍ୟାଙ୍କ ୧୭ ବର୍ଷର ବିବାହରେ ଏବେ ଫୁଲଷ୍ଟପ ଲାଗିବାକୁ ଯାଉଛି ବୋଲି ଚର୍ଚ୍ଚା ଚାଲିଛି । ନିକଟରେ ଅନନ୍ତ ରାଧିକାଙ୍କ ବିବାହରେ ଐଶ୍ଵର୍ଯ୍ୟା ଏବଂ ଅଭିଷେକଙ୍କୁ ଅଲଗା ହୋଇ ରହିଥିବାର ଦେଖିବାକୁ ମିଳିଥିଲା । ଐଶ୍ଵର୍ଯ୍ୟା ଏବଂ ଝିଅ ଆରାଧ୍ୟା ବଚ୍ଚନ ପରିବାରଠୁ ଦୂରେଇ ରହୁଥିବା ସମସ୍ତଙ୍କ ନଜରକୁ ଆସିଥିଲା । ଆଉ ଏହାରି ଭିତରେ ଜୟା ବଚ୍ଚନଙ୍କ ୧୭ ବର୍ଷ ପୁରୁଣା ରାୟକୁ ନେଇ ଫ୍ୟାନ୍ସଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି। 

 

୨୦୦୭ ରେ ଯେତେବେଳେ ଜୟା ବଚ୍ଚନ କରନଙ୍କ ଟକ୍ ସୋ 'କଫି ୱିଥ୍ କରନ'କୁ ଆସିଥିଲେ ସେଥିରେ ସିଏ ଐଶ୍ଵର୍ଯ୍ୟାର ତାଙ୍କ ପରିବାର ସହିତ ସମ୍ପର୍କକୁ ନେଇ କହିଥିଲେ କି, ଶ୍ୱେତାଙ୍କ ବିବାହ ପରେ ଅମିତାଭଙ୍କ ଜୀବନରେ ଏକ ଖାଲିସ୍ଥାନ ରହିଥିଲା ​​ଆଉ ସେହି ଖାଲିସ୍ଥାନ ଐଶ୍ଵର୍ଯ୍ୟା ତାଙ୍କ ଘରକୁ ବୋହୂ ହୋଇ ଆସି ପୂରଣ କରିଥିଲେ। ଅମିତାଭ ଯେତେବେଳେ ବି ଐଶ୍ଵର୍ଯ୍ୟାଙ୍କୁ ଦେଖୁଥିଲେ ଖୁସି ହୋଇଯାଉଥିଲେ। ସିଏ କେବେ ବି ତାଙ୍କୁ ବୋହୂ ରୂପରେ ନୁହେଁ ବରଂ ଝିଅ ପରି ଦେଖୁଥିଲେ। ଜୟା ବଚନଙ୍କ ଏହି ରାୟ ୧୭ବର୍ଷ ପୁରୁଣା କିନ୍ତୁ ବର୍ତ୍ତମାନ ଉଭୟଙ୍କ ବିବାହ ବିଚ୍ଛେଦକୁ ନେଇ ଖବର ଆସୁଥିବାରୁ ତାଙ୍କ ମନ୍ତବ୍ୟ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକାଂଶ ସମୟରେ ଜୟା ବଚ୍ଚନଙ୍କୁ ନିଜ ପରିବାର ବିଷୟରେ ସେୟାର କରୁଥିବାର ଦେଖିବାକୁ ମିଳେ। ଐଶ୍ଵର୍ଯ୍ୟାଙ୍କ ବିଷୟରେ କହିବାକୁ ଯାଇ ସେ ଆହୁରି ମଧ୍ୟ କହିଥିଲେ ଯେ 'ସେ ନିଜେ ଇଣ୍ଡଷ୍ଟ୍ରୀର ଜଣେ ବହୁତ ବଡ ଷ୍ଟାର, ତାପରେ ବି ସିଏ ନିଜ ପରିବାରକୁ ବହୁତ ଗୁରୁତ୍ୱ ଦିଅନ୍ତି, ସେ ଜଣେ ଶକ୍ତିଶାଳୀ ମହିଳା ଏବଂ ବହୁତ ଭଲ ମା ଭାବେ ନିଜକୁ ପ୍ରମାଣ କରିଛନ୍ତି। ଆରାଧ୍ୟାର ସମ୍ପୂର୍ଣ୍ଣ ଯତ୍ନ ସେ ନିଅନ୍ତି ତା ସହିତ  ଘରର ସବୁ କାମ କରନ୍ତି ।

ଖାଲି ଜୟା ନୁହଁନ୍ତି ଶ୍ୱେତା ମଧ୍ୟ ଯେତେବେଳେ ଭାଇ ଅଭିଷେକଙ୍କ ସହ 'କଫି ୱିଥ୍ କରନ'କୁ ଆସିଥିଲେ ଐଶ୍ଵର୍ଯ୍ୟାଙ୍କୁ ଜଣେ ବହୁତ ଭଲ ମା ର ଆଖ୍ୟା ଦେବା ସହିତ ତାଙ୍କ ସହିତ ନିଜ ସମ୍ପର୍କ ବିଷୟରେ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ମୋ ପିଲା ଏବଂ ଆରାଧ୍ୟା ମଧ୍ୟରେ କୌଣସି ଭେଦଭାବ କରନ୍ତି ନାହିଁ। ଏହା ହେଉଛି ତାଙ୍କର ସବୁଠାରୁ ଭଲ ଗୁଣ।

ଆପଣଙ୍କୁ ଜଣାଇଦେବୁ ଯେ ଅଭିଷେକ ଏବଂ ଐଶ୍ଵର୍ଯ୍ୟା 20 ଏପ୍ରିଲ 2007ରେ ବିବାହ କରିଥିଲେ। ତାଙ୍କର 14 ବର୍ଷର ଝିଅ ଆରାଧ୍ୟା ଅଛି। ତେବେ ବଚ୍ଚନ ପରିବାର ଏମିତି କଣ ହେଲା ଯେ ଅଭିଷେକ ଏବଂ ଐଶ୍ଵର୍ଯ୍ୟାଙ୍କୁ ନେଇ ଏଭଳି ଖବର ଆସୁଛି ଯାହାକୁ ନେଇ ଉଭୟଙ୍କ ଫ୍ୟାନ୍ସ ଏବେ ଚିନ୍ତାରେ।

ଅଧିକ ପଢନ୍ତୁ ମନୋରଞ୍ଜନ ଖବର

Sponsored
Why Amitabh didn't accept Aishwarya as his daughter-in-law? | Argus News