Videos
|
Entertainment

Bollywood / ରେଖାଙ୍କୁ କାହିଁକି ରିଜେକ୍ଟ କରିଥିଲେ ଅମିତାଭ, ଜୟା କହିଲେ...

Banajyotshna Ray
Browse all articles by Banajyotshna Ray
·11 months ago·2 min read
ରେଖାଙ୍କୁ କାହିଁକି ରିଜେକ୍ଟ କରିଥିଲେ ଅମିତାଭ, ଜୟା କହିଲେ...

Key Points

ରେଖାଙ୍କୁ କାହିଁକି ରିଜେକ୍ଟ କରିଥିଲେ ଅମିତାଭ
ଅସଲ କାରଣ ଖୋଲି କହିଦେଲେ ଜୟା ବଚ୍ଚନ
ଫ୍ୟାନ୍ସ କହୁଛନ୍ତି ଏମିତି କେମିତି ହେଲା ?

ପ୍ରେମ...ଏକ ସୁନ୍ଦର ଅନୁଭବ। ସମସ୍ତଙ୍କ ଜୀବନରେ କେବେ ନା କେବେ ପ୍ରେମ ନିହାତି ହୋଇଥାଏ। ପ୍ରେମ ଏକ ଭାବନାକୁ ବୁଝାଇଥାଏ । ଏହାଛଡା ବ୍ୟକ୍ତିଗତ ସ୍ନେହ ଓ ସଂଯୋଗକୁ ମଧ୍ୟ ପ୍ରେମ କୁହାଯାଏ । ଦୁଇଜଣଙ୍କ ମଧ୍ୟରେ ଥିବା ଦୟା, କ୍ଷମା, ସ୍ନେହ ଇତ୍ୟାଦି ପ୍ରେମର ଏକ ରୂପ କୁହାଯାଏ । ପ୍ରେମ ଶବ୍ଦଟି ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରରେ ବ୍ୟବହାର ହୋଇଥାଏ । ବିଭିନ୍ନ ଭାଷାରେ ଏହାର ସଜ୍ଞା ମଧ୍ୟ ଭିନ୍ନ ଭିନ୍ନ । ଠିକ ଏମିତି ଏକ ପ୍ରେମରେ ପଡ଼ିଥିଲେ ବଲିଉଡ ଦୁଇ ଷ୍ଟାର। ଦିନ ଥିଲା ସେମାନଙ୍କ ଲଭ ଷ୍ଟୋରୀ ସବୁଠି ଭାଇରାଲ ହେଉଥିଲା। ଆମେରି କହୁଛୁ ବଲିଉଡ୍‌ ବାଦ୍‌ଶାହା ଅମିତାଭ ବଚ୍ଚନ ଏବଂ ରେଖାଙ୍କ ପରଦା ଉପରେ କେମେଷ୍ଟ୍ରି ଦର୍ଶକଙ୍କ ମନ ଜିତିଥିଲା। କୁହାଯାଏ, ବ୍ୟକ୍ତିଗତ ଜୀବନରେ ବି ଦୁହେଁ ପ୍ରେମରେ ପାଗଳ ଥିଲେ। ଯଦିଓ ବିଗ ବି କେବେ ଏହି କଥାକୁ ସ୍ବୀକାର କରି ନ ଥିଲେ, କିନ୍ତୁ ରେଖା ବାରମ୍ବାର ଅମିତାଭ ବଚ୍ଚନଙ୍କ ପ୍ରତି ତାଙ୍କର ପ୍ରେମ ସ୍ବୀକାର କରିଥିଲେ। କିନ୍ତୁ ଏମିତି କ’ଣ ହେଲା ଏହି ଯୋଡି ହଠାତ୍‌ ଭାଙ୍ଗି ଗଲା। ଦୁହେଁ ଏକାଠି କାମ କରିବା ବନ୍ଦ କରିଦେଲେ। ଜୟା ବଚ୍ଚନ ଥରେ ବ୍ରେକଅପ ପଛର ପ୍ରକୃତ କାରଣ ପ୍ରକାଶ କରିଥିଲେ।


ଏଥିସହ ପଢ଼ନ୍ତୁ: ଲୁଚି ଲୁଚି ନିର୍ବଦ୍ଧ କରିନେଲେ ସେଲିବ୍ରେଟି, କିଏ କେତେ ଧନୀ ଜାଣନ୍ତୁ...


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ୟଶ ଚୋପ୍ରାଙ୍କ ନିର୍ଦ୍ଦେଶିତ ସିଲସିଲା, ଏହାର ତ୍ରିକୋଣୀୟ ପ୍ରେମ କାହାଣୀ ପାଇଁ ବଲିଉଡର ସବୁଠାରୁ ପ୍ରସିଦ୍ଧ ଚଳଚ୍ଚିତ୍ର ଥିଲା। ଅମିତାଭ, ଜୟା ଏବଂ ରେଖାଙ୍କ ମଧ୍ୟରେ ବାସ୍ତବ ଜୀବନର ଗତିଶୀଳତା ଯୋଗୁ ଏହି ଫିଲ୍ମଟି ବହୁତ ଧ୍ୟାନ ଆକର୍ଷଣ କରିଥିଲା। ତାଙ୍କ ସ୍ବାମୀଙ୍କ କଥିତ ସମ୍ପର୍କ ବିଷୟରେ ଗୁଜବ ଉପରେ ପ୍ରତିକ୍ରିୟା ଦେଇ ଜୟା ବଚ୍ଚନ କହିଥିଲେ, ଯଦି ଉଭୟଙ୍କ ମଧ୍ୟରେ ଏମିତି କିଛି ଥାଆନ୍ତା, ମୁଁ ଏବେ ଅନ୍ୟ କୋଉଠି ଥାନ୍ତି। ଲୋକମାନେ ସେମାନଙ୍କୁ ପରଦାରେ ଏକ ଯୋଡି ଭାବରେ ପସନ୍ଦ କରନ୍ତି। ଯଦି ମୁଁ ଏହାକୁ ଗମ୍ଭୀରତାର ସହ ନେଇଥାନ୍ତି, ତେବେ ମୋ ଜୀବନ ନର୍କ ହୋଇଥାଆନ୍ତା।


ଏକ ସାକ୍ଷାତକାରରେ, ଜୟା ବଚ୍ଚନ ୧୯୮୧ ଫିଲ୍ମ ସିଲସିଲା ପରେ ତାଙ୍କ ସ୍ବାମୀ ଅମିତାଭ ରେଖାଙ୍କ ସହିତ କାମ କରିବା ବନ୍ଦ କରିବାର ନିଷ୍ପତ୍ତି ବିଷୟରେ କହିଥିଲେ। ଏହା ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ନିଷ୍ପତ୍ତି ଥିଲା। ମୁଁ କେବେ ଖରାପ ଭାବିନାହିଁ। କିନ୍ତୁ ମୁଁ ଭାବୁଛି ଏହା କାମ ଅପେକ୍ଷା ଅଧିକ ଚର୍ଚ୍ଚା ସୃଷ୍ଟି କରିଥିଲା। ଏହା ଦୁଃଖର ବିଷୟ। କାରଣ ଦର୍ଶକ ସେମାନଙ୍କୁ ଏକାଠି ଦେଖିବାର ସୁଯୋଗ ହରାଇବେ।ଜୟା ଅଭିଯୋଗ ଏବଂ ଗୁଜବକୁ କେବଳ ଟ୍ୟାବଲଏଡ ଗସିପ ବୋଲି ଖାରଜ କରିଦେଇଥିଲେ। କିନ୍ତୁ ନିର୍ଦ୍ଦେଶକ ୟଶ ଚୋପ୍ରା ଏକ ସାକ୍ଷାତକାରରେ ନିଆଁରେ ଘିଅ ଢାଳି କହିଥିଲେ, ତାଙ୍କ ଚଳଚ୍ଚିତ୍ରରେ କ୍ରିକୋଣୀୟ ପ୍ରେମ ପରଦା ବାହାରେ ମଧ୍ୟ ଥିଲା।ମୁଁ ସର୍ବଦା ନର୍ଭସ ଏବଂ ଭୟଭୀତ ଥିଲି (ସିଲସିଲା ସମୟରେ)। କାରଣ ବାସ୍ତବ ଜୀବନ ପରଦାରେ ଆସୁଥିଲା। ସେମାନେ ଏକାଠି କାମ କରୁଥିବାରୁ କିଛି ବି ହୋଇପାରେ ବୋଲି ସବୁବେଳେ ଭାବୁଥିଲି। ଏବେ ଦୁହେଁ ଅଲଗା ଅଲଗା ନିଜ ଜୀବନରେ ଖୁସିରେ ଅଛନ୍ତି। ହେଲଷ ,ବେବି ଏହି ଅଧୁରା ପ୍ରେମ କାହାଣୀ ସମସ୍ତଙ୍କ ବ୍ୟଥିତ କରେ।


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics

Explore more stories