Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଭାରତରେ କାହିଁକି ବଢୁଛି ଗ୍ରେ ଡିଭର୍ସ?

Arpita Mohanty
Browse all articles by Arpita Mohanty
·1 year ago·4 min read
ଭାରତରେ କାହିଁକି ବଢୁଛି ଗ୍ରେ ଡିଭର୍ସ?

ଅର୍ଗସ ବ୍ୟୁରୋ: ଏକବିଂଶ ଶତାବ୍ଦୀରେ ରିଲେସନସିପ ବା ସମ୍ପର୍କର ସଂଜ୍ଞା ବଦଳି ଯାଇଛି ଓ ସମ୍ପର୍କର ଗୋଟେ ନାଁ ଦେବାକୁ ପଡୁଛି ଆଉ ଉଦାହରଣ ହେଉଛି ଗ୍ରେ ଡିଭର୍ସ ।  ତେବେ ହଠାତ୍ ଏହି ଗ୍ରେ ଡିଭର୍ସ ଶବ୍ଦଟି କାହିଁକି ସମସ୍ତଙ୍କ ନଜରକୁ ଆସୁଛି? କାରଣ ଶୁଣାଯାଉଛି ବଲିଉଡ଼ର ଲୋକପ୍ରିୟ ଯୋଡି ଐଶୂର୍ଯ୍ୟା ରାୟ ଏବଂ ଅଭିଷେକ ବଚନ ଗ୍ରେ ଡିଭର୍ସ ନେଉଛନ୍ତି? ତେଣୁ ଗ୍ରେ ଡିଭର୍ସକୁ ନେଇ ଆପଣଙ୍କ ମନରେ ବି ଅନେକ ପ୍ରଶ୍ନ ଆସୁଥିବ କି କଣ ଏହି ଗ୍ରେ ଡିଭର୍ସ? ଆଜିପର୍ଯ୍ୟନ୍ତ ଆମେ ଖାଲି ଡିଭର୍ସ ଶୁଣିଆସୁଥିଲେ ଏବେ ଏହି ଗ୍ରେ ଡିଭର୍ସ କଣ? 

 

ଯେତେବେଳେ ମାଇକ୍ରୋସଫ୍ଟର ଫର୍ମର ସିଇଓ ବିଲ ଗେଟସ୍ ଏବଂ ମିଲେନ୍ଦା ଗେଟସ୍ ଡିଭର୍ସ ନେଇଥିଲେ ସେତେବେଳେ ସମସ୍ତେ କହିଲେ କି ଏହା ହେଉଛି ଗ୍ରେ ଡିଭର୍ସ। ସେହି ଠାରୁ ଆରମ୍ଭ ହେଲା ଗ୍ରେ ଡିଭର୍ସ। ୪୦ ରୁ ୫୦ ବର୍ଷ କିମ୍ବା ତାଠାରୁ ଅଧିକ ବର୍ଷର ଲୋକମାନେ ଯେତେବେଳେ ଡିଭର୍ସ ନେବାକୁ ନିଷ୍ପତ୍ତି ନିଅନ୍ତି ତାକୁ ଗ୍ରେ ଡିଭର୍ସ କୁହାଯାଏ। ବର୍ତ୍ତମାନ ବିଶ୍ବରେ ଏହି ଗ୍ରେ ଡିଭର୍ସ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ରିସର୍ଚ୍ଚ ଅନୁଯାୟୀ, ଗତ ଦୁଇ ଦଶନ୍ଧି ଧରି ଆମେରିକାରେ ହୋଇଥିବା ସମସ୍ତ ଛାଡପତ୍ର ମାମଲାର 40 ପ୍ରତିଶତ ହେଉଛି 50 କିମ୍ବା ତାଠାରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତିଙ୍କର। 1990 ମସିହାରୁ ଏହି ଗ୍ରେ ଡିଭର୍ସ ଟର୍ମ ଦ୍ୱିଗୁଣିତ ହୋଇଛି । ଏଥିରେ 65 ବର୍ଷରୁ ଅଧିକ ବୟସ୍କଙ୍କ ଡିଭର୍ସ ସଂଖ୍ୟା ତିନିଗୁଣ ରହିଛି।

ଭାରତରେ ଗ୍ରେ ତ ଡିଭର୍ସର କନସେପ୍ଟ ହିଁ ନଥିଲା। ଏମିତି କି ଡିଭର୍ସ ବି ଭାରତରେ ବହୁତ କମ୍ ହେଉଥିଲା। କିନ୍ତୁ ଗତ କିଛି ବର୍ଷ ହେବ ଡିଭର୍ସ ସଂଖ୍ୟା ବଢିଚାଲିଛି ଏବଂ ବର୍ତ୍ତମାନ ଗ୍ରେ ଡିଭର୍ସ ସଂଖ୍ୟା ବଢୁଛି। ଏହି ଗ୍ରେ ଡିଭର୍ସକୁ , ଡାଇମଣ୍ଡ ତଲାକ, ସିଲଭର ସ୍ପିଲଟର୍ସ ବି କୁହାଯାଏ। ସାଧାରଣତଃ ଯେତେବେଳେ ୫୦ ବର୍ଷ ରୁ ଅଧିକ ହୋଇଯାଏ ସେତେବେଳେ ଆମ ମାନସିକତାରେ ଥାଏ କି ଏବେ ତ ବିବାହ ବିଚ୍ଛିନ୍ନ ହେବାର କୌଣସି ପ୍ରଶ୍ନ ହି ଉଠୁନି। ୫୦ ବର୍ଷ ହୋଇଗଲାଣି ଆଉ କଣ ଡିଭର୍ସ ହେବ। କିନ୍ତୁ ବଦଳୁଥିବା ସମୟ ଅନୁସାରେ ମାନସିକତା ବି ବଦଳିଗଲାଣି। ବର୍ତ୍ତମାନ ୫୦ ବର୍ଷ ପରେ ବି ଡିଭର୍ସ ହୋଇପାରୁଛି ଆଉ ଏହା ବହୁତ କମନ ମଧ୍ୟ ହୋଇଗଲାଣି। ଏମିତି ବି ହେଉଛି କି ଦମ୍ପତ୍ତି ନିଜ ପିଲାଙ୍କର ବିବାହ କରାଇବା ପରେ ଡିଭର୍ସ ନେଉଛନ୍ତି। ୬୦ ବର୍ଷ ପରେ ବି ଡିଭର୍ସ ନେଇ ଦ୍ବିତୀୟ ବିବାହ କରୁଛନ୍ତି। ବିଦେଶରେ ତ ଏହା ଲୋକପ୍ରିୟ ଥିଲା ବର୍ତ୍ତମାନ ଭାରତରେ ମଧ୍ୟ ଏହା ପ୍ରବେଶ କରିସାରିଲାଣି। ଆପଣ ଏମିତି ବହୁତ ଦମ୍ପତ୍ତି ଦେଖିଥିବେ ଯେଉଁମାନେ ବୃଦ୍ଧ ହୋଇସାରିଲା ପରେ ବି ଅଲଗା ହେଉଛନ୍ତି। କଣ ରହିଛି ଏହା ପଛରେ କାରଣ ? 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗ୍ରେ ଡିଭର୍ସ ବି ସେହି ସାଧାରଣ ଡିଭର୍ସ କେବଳ ଏହା ଏଥିପାଇଁ ବେଶୀ ଲୋକପ୍ରିୟ କାରଣ ଏହା ବୟସ୍କ ଲୋକଙ୍କ ମଧ୍ୟରେ ହେଉଛି। ତାକୁ ଛାଡିଦେଲେ ଅନ୍ୟ କିଛି ବି କାରଣ ନାହିଁ । ଏମିତି ନାହିଁ କି ବୟସ୍କ ହୋଇ ଡିଭର୍ସ ନେଲେ ତାଙ୍କ ପାଇଁ କିଛି ଅଲଗା ନିୟମ କାନୁନ୍ ରହିଛି। ଡିଭର୍ସ ର ନିୟମ ସେହି ସମାନ ହିଁ ରହିଛି।

ତେବେ ଆମେ ଜାଣିବା ଏହି ଗ୍ରେ ମ୍ୟାରେଜ ସମ୍ବନ୍ଧରେ ମନୋବିଜ୍ଞାନୀମାନଙ୍କ ମତ କଣ ? 

  • Empty Nest Syndrome ବା ଖାଲିପଣ: ବୟସ ବଢିବା ସହିତ ଦମ୍ପତ୍ତିଙ୍କ ମଧ୍ୟରେ ରୋମାନ୍ସ ସରିଯାଏ । ସ୍ବାମୀ ସ୍ତ୍ରୀ କମ୍ ପିତା ମାତା ହେବାର ଦାୟିତ୍ବ ବେଶୀ ଥାଏ। ତାଙ୍କ ଭିତରେ କେବଳ ତାଙ୍କ ପିଲା ହିଁ ଥାନ୍ତି ଯିଏ ତାଙ୍କୁ ବାନ୍ଧିକି ରଖିଥାନ୍ତି। ଆଉ ଯେତେବେଳେ ସେମାନେ ଘରୁ ବାହାରକୁ ପଳାନ୍ତି ସ୍ବାମୀ ସ୍ତ୍ରୀ ର ଭାବନା ତ ସରିଯାଇଥାଏ ପିତା ମାତାଙ୍କ ଭାବନା ବି ସରିଯାଏ। ବିଶେଷ କରି ଯେଉଁମାନେ ଗୃହିଣୀ ଥାନ୍ତି ସେମାନେ ବେଶୀ ଏକା ହୋଇଯାଆନ୍ତି। ଅଧିକାଂଶ କେସରେ ଏହା ହିଁ କାରଣ ଥାଏ ଗ୍ରେ ଡିଭର୍ସ ହେବାର।
  • Retirement ବା ଅବସର: ଅବସର ପରେ, ଦମ୍ପତି ଏକାଠି ଅଧିକ ସମୟ ବିତାଇବା ଆରମ୍ଭ କରନ୍ତି ଫଳରେ ଅଧିକ ମତଭେଦ ହୁଏ । ଆଉ ଯଦି ପତି ପତ୍ନୀ ଉଭୟ କାମରୁ ଅବସର ନେଇଛନ୍ତି ତାହେଲେ ମତାନ୍ତର ଆହୁରି ବଢିଯାଏ କାରଣ ଅବସର ପରେ କିଏ କେଉଁ ଭଳି ଲାଇଫ ଷ୍ଟାଇଲ ଚାହୁଁଛି ତାକୁ ନେଇ ମତଭେଦ ସୃଷ୍ଟି ହୁଏ। 
  • Financial freedom ବା ଆର୍ଥିକ ସ୍ବାଧୀନତା: ଆଜିକାଲିର ମହିଳାମାନେ ହେଉଛନ୍ତି ଫାଇନାନ୍ସିଆଲି ଇଣ୍ଡିପେଣ୍ଡେଣ୍ଟ। ଟଙ୍କା ପାଇଁ ସେମାନେ ଆଉ ନିଜ ସ୍ବାମୀଙ୍କ ଉପରେ ନିର୍ଭରଶୀଳ ନୁହଁନ୍ତି। ସେଥିପାଇଁ ଯଦି ସିଏ ବିବାହରେ ଖୁସି ନାହାନ୍ତି ତାହେଲେ ସିଏ ଡିଭର୍ସର ନିଷ୍ପତ୍ତି ନେଇପାରିବେ। 
  • Generational Influence ବା ବଂଶାନୁକ୍ରମିକ ପ୍ରଭାବ: ଆଉ ଏକ କାରଣ ହେଉଛି ଆଜିକାଲିର ବୟସ୍କ ବ୍ୟକ୍ତିମାନେ ଦେଖୁଛନ୍ତି କି କମ୍ ବୟସର ଲୋକଙ୍କ ଭିତରେ ଡିଭର୍ସ ସଂଖ୍ୟା ବଢୁଛି । ଯଦି ମାଇଣ୍ଡସେଟ ମ୍ୟାଚ କରୁନି ସେମାନେ ଏକାଠି ନ ରହିବାର ନିଷ୍ପତ୍ତି ନେଉଛନ୍ତି । ଡିଭର୍ସ ନେଉଛନ୍ତି । ସମାଜ ବି ଡିଭର୍ସକୁ ସ୍ବୀକାର କରୁଛି । ତାହେଲେ ଆମେ କାହିଁକି ନୁହେଁ? ତ କେଉଁଠି ନା କେଉଁଠି ଏହିସବୁ ଜିନିଷ ବି ସେମାନଙ୍କୁ ପ୍ରଭାବିତ କରୁଛି।

ଏମିତି ନୁହେଁ କି ଏହି ବୟସରେ ସମ୍ପର୍କ ଭିତରେ ଗାଳିଗୁଲଜ ହେଉଛି କି ମାରପିଟ୍ ହେଉଛି କି ଅନ୍ୟ କିଛି ସମସ୍ୟା ଦେଖାଦେଉଛି । ବାସ୍ ସେମାନେ ଆଉ compatible ଅନୁଭବ କରୁନାହାନ୍ତି । ନାଁ ସେଠି ଝଗଡା ହେଉଛି ନାଁ ଯୁକ୍ତିତର୍କ ନାଁ ମତାନ୍ତର। ଉଭୟ ବାସ୍ ଶାନ୍ତିରେ ଅଲଗା ହେବାକୁ ଚାହୁଁଛନ୍ତି। ଏମାନଙ୍କ ପାଇଁ କୌଣସି ଭିନ୍ନ ନିୟମ ନାହିଁ। ସାଧାରଣ ଡିଭର୍ସ ଭଳି ଏମାନେ ବି ଡିଭର୍ସ ନେଇପାରିବେ। ଏମିତି ବି ହେଉଛି କି ଡିଭର୍ସ ନ ନେଇ ବି ଉଭୟ ଅଲଗା ରହୁଛନ୍ତି। ଗୋଟିଏ ଘରେ ଏକାଠି ହୋଇ ରହୁନାହାନ୍ତି। କୌଣସି ଫ୍ୟାମିଲି ଗେଟ୍ ଟୁଗେଦର ହେଲେ ହିଁ ସେମାନେ ଦେଖାହୁଅନ୍ତି।

ଏହା ହିଁ ହେଉଛି ଗ୍ରେ ଡିଭର୍ସର କନସେପ୍ଟ ଯାହାକି ବର୍ତ୍ତମାନ ଟ୍ରେଣ୍ଡରେ ଚାଲିଛି। ତେବେ ଏହି ନୂଆ ଟର୍ମ ତ ଏବେ ଆସିଛି କିନ୍ତୁ ଏହାପୁର୍ବରୁ ବି ବଲିଉଡରେ କିଛି କପଲ ୫୦ ବର୍ଷରେ ଡିଭର୍ସ ନେଇସାରିଛନ୍ତି । ଅରବାଜ ଖାନ ଏବଂ ମଲାଇକା, ଆମିର ଖାନ ଏବଂ କିରନ ରାଓ , ଅର୍ଜୁନ ରାମପାଲ ଏବଂ ମେହେର ଜେସିଆ ଏମାନଙ୍କ ଡିଭର୍ସ ବି ଗ୍ରେ ଡିଭର୍ସ ରେ ହିଁ ଅନ୍ତର୍ଭୁକ୍ତ।

ଅଧିକ ପଢନ୍ତୁ ମନୋରଞ୍ଜନ ଖବର

Sponsored
Why grey divorce is growing in India? Know what is the reason? | Argus News