Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଉଲ୍ଲଂଘନ ମାମଲା: ୟୁଟ୍ୟୁବର ଗିରଫ

Entertainment

ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଉଲ୍ଲଂଘନ ମାମଲା: ୟୁଟ୍ୟୁବର ଗିରଫ

Ritu Das
Browse all articles by Ritu Das
·2 years ago·1 min read
ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଉଲ୍ଲଂଘନ ମାମଲା: ୟୁଟ୍ୟୁବର ଗିରଫ

ଅର୍ଗସ ବ୍ୟୁରୋ: ଲୋକପ୍ରିୟ ୟୁଟ୍ୟୁବର ତଥା ବିଗବସ୍ ଓଟିଟି ୨ର ବିଜେତା ଏଲଭିଶ ଯାଦବଙ୍କୁ ନୋଇଡା ପୋଲିସ ଗିରଫ କରିଛି । ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଉଲ୍ଲଂଘନ ମାମଲାରେ ତାଙ୍କୁ ଗିରଫ କରାଯାଇଛି । ନୋଏଡା ପୋଲିସ ରବିବାର ତାଙ୍କୁ ପଚରା ଉଚରା କରିବାକୁ ଥାନାକୁ ଡାକିଥିଲା । ପଚରାଉଚରା ପରେ ପୋଲିସ ତାଙ୍କୁ ଗିରଫ କରିଛି । ଏଲଭିଶ ଯାଦବ ସାପ ବିଷ କାରବାର କରୁଥିବା ଅଭିଯୋଗ ହୋଇଥିଲା । ଏନେଇ କିଛିମାସ ତଳେ ପୋଲିସ ଯାଂଚ ଆରମ୍ଭ କରିଥିଲା। 

ରେଭ ପାର୍ଟିକୁ ସାପ ବିଷ ଯୋଗାଇବା ମାମଲାରେ ନୋଏଡା ପୋଲିସ ଜୟପୁର ଏଫଏଓଏଲକୁ ନମୁନା ପଠାଇଥିଲା । ନମୁନା ପରୀକ୍ଷଣରୁ ଏହା ଅଜଗର ପ୍ରଜାତିର ସାପ ବିଶ ବୋଲି ଜଣାପଡିଛି । ଏହି ମାମଲାରେ ଲୋକପ୍ରିୟ ୟୁଟ୍ୟୁବର ଏଲଭିଶ ଯାଦବଙ୍କ ନାମରେ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଥିଲା । ପ୍ରଥମେ ସାପ ଧରାଳୀକୁ ଗିରଫ କରି ଜେଲ ପଠାଯାଇଥିବା ବେଳେ ଏବେ ଏଲଭିଶ ଯାଦବଙ୍କୁ ଗିରଫ କରାଯାଇଛି। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Wildlife Protection | Argus News