Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଏତେ ବର୍ଷର ବିବାହ ସମ୍ପର୍କ କଣ ସତରେ ଭାଙ୍ଗିଯିବ?

Ritu Das
Browse all articles by Ritu Das
·1 year ago·2 min read
ଏତେ ବର୍ଷର ବିବାହ ସମ୍ପର୍କ କଣ ସତରେ ଭାଙ୍ଗିଯିବ?

ଅର୍ଗସ ବ୍ୟୁରୋ: କିଛି ଦିନ ହେଲା ବଲିଉଡର  ସବୁଠୁ ଚର୍ଚ୍ଚିତ କପଲଙ୍କୁ ନେଇ ସବୁଠୁ ଚର୍ଚ୍ଚା। ସତରେ କଣ ନୀଳନୟନାଙ୍କୁ ଛାଡ଼ପତ୍ର ଦେଉଛନ୍ତି ସ୍ବାମୀ ଅଭିଷେକ ବଚନ। ତେବେ ଏହି ଖବର କେତେ ଦୂର ସତ ତାହା ଆମେ ଜାଣିନାହୁଁ। କିନ୍ତୁ ଉଭୟଙ୍କ ମଧ୍ୟରେ ସମ୍ପର୍କ କିଛି ଠିକ ଚାଲୁ ନ ଥିବା କୁହାଯାଉଛି। କିନ୍ତୁ ଏହା ମଧ୍ୟରେ ଅଭିଷେକଙ୍କର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଐଶ୍ବର୍ଯ୍ୟାଙ୍କୁ ନେଇ କିଛି କହୁଥିବାର ନଜର ଆସୁଛନ୍ତି। ଏବେ ବଲିଉଡରେ କେବଳ ଲାଇମଲାଇଟକୁ ଆସିବାକୁ ବିବହ କରୁଛନ୍ତି। କିନ୍ତୁ ସମ୍ପର୍କକୁ ଦୀର୍ଘସ୍ଥାୟୀ କରିପାରୁ ନାହାନ୍ତି। 

ନିକଟରେ ନତାଶା ଏବଂ ହାର୍ଦ୍ଦିକଙ୍କ ଛାଡ଼ପତ୍ର ଖବର ଚର୍ଚ୍ଚାରେ ଥିଲା। ଏବେ ସାଉଥର ବହୁ ଚର୍ଚ୍ଚିତ କପଲ ନାଗା ଚୈତନ୍ୟ ସାମନ୍ଥାଙ୍କୁ ଛାଡ଼ପତ୍ର ଦେଇଥିଲେ। କିନ୍ତୁ ଦୁଇଦିନ ତଳେ ନାଗା ଦ୍ବିତୀୟଥର ଶୋଭିତା ଧୂଲିପାଲାଙ୍କ ସହ ନିର୍ବନ୍ଧ କରିଛନ୍ତି। ଚାରିଆଡେ ଚର୍ଚ୍ଚା ଯେ, ସତରେ କଣ ଅଭିଷେକ ଐଶ୍ବର୍ଯ୍ୟାଙ୍କ ସମ୍ପର୍କ ଭାଙ୍ଗିଯିବ। 
ବଲିଉଡର ଲୋକପ୍ରିୟ ଦମ୍ପତି ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଆଜିକାଲି ସେମାନଙ୍କର ବ୍ୟକ୍ତିଗତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଅନନ୍ତ ଅମ୍ବାନୀଙ୍କ ବିବାହ ପରେ, ବର୍ତ୍ତମାନ ପ୍ୟାରିସ ଅଲିମ୍ପିକ୍ସର ଫଟୋ ସାମ୍ନାକୁ ଆସିଛି। ଫଟୋରେ ଅଭିଷେକ ଏକାକୀ ନଜର ଆସୁଛନ୍ତି। ଗତ କିଛି ମାସ ହେବ ଦୁହେଁ ସମାନ ସ୍ଥାନକୁ ଅଲଗା ଅଲଗା ଯାଉଥିବାରୁ ଦୁହିଁଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିବା ନେଇ ଆଶଙ୍କା କରାଯାଉଛି। 

ସର୍ବସାଧାରଣରେ ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କୁ ଏକାଠି ଦେଖାଯାଉନଥିବାରୁ  ଦୁହେଁ ଖୁବଶୀଘ୍ର ପରସ୍ପରକୁ ଛାଡ଼ପତ୍ର ଦେବେ ବୋଲି ଚର୍ଚ୍ଚା ହେଉଛି। ଏମଧ୍ୟରେ ଅଭିଷେକଙ୍କ ଏକ ଭାଇରାଲ ଭିଡିଓ ସମସ୍ତଙ୍କୁ ଚକିତ କରିଛି। ଏହି ଭିଡିଓରେ ଅଭିଷେକ କହିଛନ୍ତି ଯେ, ସେ ଐଶ୍ୱର୍ଯ୍ୟାଙ୍କଠାରୁ ଛାଡପତ୍ର ନେଉଛନ୍ତି ବୋଲି କହିଛନ୍ତି। 
ଭାଇରାଲ ହେଉଥିବା ଏହି ଭିଡିଓକୁ ଡିପଫେକ କରାଯାଇ ଶେୟାର କରାଯାଇଥିବା କୁହାଯାଉଛି।  ଭିଡିଓଟି ପୁରୁଣା ହୋଇଥିବା ବେଳେ ଏଆଇ ସାହାଯ୍ୟରେ ତାଙ୍କ ସ୍ୱର ସହ ମିଶିବା ଭଳି ସ୍ୱରକୁ ଏଡିଟ କରାଯାଇ ଭିଡିଓରେ ମିଶାଯାଇଥିବା ଦାବି କରାଯାଉଛି। ଭିଡିଓରେ ଅଭିଷେକ କହୁଛନ୍ତି ଯେ, ଐଶ୍ୱର୍ଯ୍ୟା ଏବଂ ମୁଁ ଛାଡପତ୍ର ନେବାକୁ ନିଷ୍ପତ୍ତି ନେଇଛୁ। ତେବେ ଏହି ଭିଡିଓ ଦେଖିବାପରେ ସୋସିଆଲ ମିଡିଆ ୟୁଜର୍ସମାନେ ଏହାକୁ ଫେକ ବୋଲି କହିଛନ୍ତି। ଏହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଫ୍ୟାନମାନେ କହିଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Sponsored
Will the marriage | Argus News