Videos
|
Entertainment

ଶାଢୀ ପିନ୍ଧାଇବେ, ୨ କୋଟି ନେବେ , ଚର୍ଚ୍ଚାରେ ଡଲି ଜୈନ ...

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ଶାଢୀ ପିନ୍ଧାଇବେ, ୨ କୋଟି ନେବେ , ଚର୍ଚ୍ଚାରେ ଡଲି ଜୈନ  ...

Key Points

  • ଶାଢୀ ପିନ୍ଧାଇଦେବେ, ୨ କୋଟି ନେବେ
  • ୩୨୫ ପ୍ରକାରର ଶାଢ଼ୀ ପିନ୍ଧାଇପାରନ୍ତି ଡଲି ଜୈନ
  • ଅମ୍ବାନୀ ପରିବାର ବାହାଘର ପରେ ଡଲି ଜୈନଙ୍କୁ ନେଇ ଚର୍ଚ୍ଚା

ଅର୍ଗସ ବ୍ୟୁରୋ :  କିଛିଦିନ ତଳେ ସରିଲା ଅମ୍ବାନୀ ପରିବାରର ବାହାଘର । ଏବେ ଅମ୍ବାନୀ ପରିବାରର ବୋହୁମାନଙ୍କ ଶାଢୀ ଗହଣାକୁ ନେଇ ସବୁଠି ଚର୍ଚ୍ଚା ଆଲୋଚନା । ବିଶେଷ ଭାବେ ସମସ୍ତଙ୍କ ଶାଢୀ ପିନ୍ଧା ଶୈଳୀକୁ ସମସ୍ତେ ବେଶ ପସନ୍ଦ କରୁଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି ତାଙ୍କୁ ଶାଢୀ ପିନ୍ଧାଇଛନ୍ତି ବଲିଉଡର ବିଶିଷ୍ଟ ଶାଢୀ ଡ୍ରାପର ଡଲି ଜୈନ । ସେ କେବଳ ଶାଢୀ ପିନ୍ଧାଇବା ପାଇଁ ନିଅନ୍ତି ଲକ୍ଷଲକ୍ଷ ଟଙ୍କା । 

ଡଲି ଜୈନ । ଦିନ ଥିଲା ତାଙ୍କୁ ଶାଢୀ ପିନ୍ଧିବାକୁ ୪୫ ମିନିଟ ସମୟ ଲାଗୁଥିଲା । ସେ ଚାହୁଁଥିଲେ ତାଙ୍କ ଶାଶୁ ତାଙ୍କୁ ଡ୍ରେସ ପିନ୍ଧିବାକୁ ଅନୁମତି ଦିଅନ୍ତୁ । ହେଲେ ଏହା କେବେ ବି ହୋଇନଥିଲା । ଏହାପରେ ସେ ନିଜେ ଶାଢୀ ପିନ୍ଧିବା ଏବଂ ପିନ୍ଧାଇବାକୁ ଇଚ୍ଛା କରିଥିଲେ । ଏବେ ସେ ଜଣେ ପ୍ରତିଷ୍ଠିତ ଶାଢୀ ଡ୍ରାପର ଭାବେ ଜଣାଶୁଣା ।

ଅଧିକ ପଢନ୍ତୁ : ଭାରତର ମହଙ୍ଗା ବାହାଘର, ଜାଣନ୍ତୁ କାହାର କେତେ କୋଟି ଖର୍ଚ୍ଚ...

ଅମ୍ବାନୀ ପରିବାର ନୀତା ଅମ୍ବାନୀ, ରାଧିକା ଅମ୍ବାନୀଙ୍କ ଠାରୁ ଆରମ୍ଭ କରି ସବୁ ବଲିଉଡ ଆକ୍ଟ୍ରେସ ଦୀପିକା , ଆଲିଆ , କିଆରା ଆଡଭାନୀ, କ୍ୟାଟ୍ରିନାଙ୍କୁ ଶାଢୀ ପିନ୍ଧାଇଥାନ୍ତି ଡଲି । ଏଥିପାଇଁ ସେ ୩୫ ହଜାରରୁ ୨ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ନେଇଥାନ୍ତି । ପ୍ରାୟ ୩୨୫ ପ୍ରକାରର ଶାଢ଼ୀ ପିନ୍ଧାଇ ସେ ପିନ୍ଧାଇପାରନ୍ତି  ଏବଂ ସେ ଗୋଟେ ଶାଢ଼ୀକୁ ୧୮ ସେକେଣ୍ଡରେ ପିନ୍ଧି ପାରନ୍ତି ବୋଲି ଦାବି କରନ୍ତି ।ଯେତେବେଳେ ବଲିଉଡ ହିରୋଇନ ମାନଙ୍କୁ ଶାଢ଼ୀ ପିନ୍ଧିବା କଥା ଉଠେ କେବଳ ଗୋଟିଏ ନାମ ଶୁଣିବାକୁ ମିଳେ ଡଲି ଜୈନ । ।  । Indian Idol Season 13ରେ ଡଲିଙ୍କୁ ଡକାଯାଇଥିଲା ଆଉ ସେଠାରେ ସେ କହିଥିଲେ ଯେ କିପରି ସେ ଜଣେ ଗୃହିଣୀରୁ ଶାଢ଼ୀ ଡ୍ରାପର ବନିଥିଲେ । ତେଣୁ ଇଚ୍ଛା ଥିଲେ ସବୁ କଷ୍ଟସାଧ୍ୟ କାମ ସମ୍ଭବ ବୋଲି ସେ ପ୍ରମାଣ କରି ଦେଖାଇଛନ୍ତି ।
 
 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Will wear a saree, will take 2 crores, Dolly Jain is in the limelight | Argus News Odia