Videos
|
Entertainment

ମା' ହେଲେ ସୁନ୍ଦରୀ ଅଭିନେତ୍ରୀ ୟାମୀ ଗୌତମ

Ritu Das
Browse all articles by Ritu Das
·2 years ago·1 min read
ମା' ହେଲେ ସୁନ୍ଦରୀ ଅଭିନେତ୍ରୀ ୟାମୀ ଗୌତମ

ଅର୍ଗସ ବ୍ୟୁରୋ: ବଲିଉଡର ସୁନ୍ଦରୀ ଅଭିନେତ୍ରୀ ୟାମୀ ଗୌତମ ମା' ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଅଭିନେତ୍ରୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ୟାମୀଙ୍କ ସ୍ବାମୀ ତଥା ଫିଲ୍ମ ପ୍ରଯୋଜକ ଆଦିତ୍ୟ ଧର ସୋସିଆଲ ମିଡିଆରେ ଉଭୟ ପିତାମାତା ହେବାର ସୌଭାଗ୍ୟ ପ୍ରାପ୍ତ କରିଛନ୍ତି ବୋଲି ଫ୍ୟାନ୍ସମାନଙ୍କ ଶେୟାର କରିଛନ୍ତି। ପ୍ୟାରେଣ୍ଟ କ୍ଲବରେ ସାମିଲ ହେବାପରେ ଉଭୟ ଆଦିତ୍ୟ ଏବଂ ୟାମୀ ବହୁତ ଖୁସି ଅଛନ୍ତି। 

 

ଏହି ପୋଷ୍ଟରେ ଆଦିତ୍ୟ କହିଛନ୍ତି ଆମ ପୁଅ ଅକ୍ଷୟ ତୃତୀୟା ଦିନ ଜନ୍ମ ହୋଇଛି। ମେ' ୧୦ ତାରଖରେ ୟାମୀଙ୍କ ପୁଅ ସୁନ୍ଦର ଦୁନିଆକୁ ଆସିଥିଲା। ଆଦିତ୍ୟ ତାଙ୍କ ପୁଅର ନା ମଧ୍ୟ ଫ୍ୟାନମାନଙ୍କ ସହ ଶେୟାର କରିଛନ୍ତି। ଉଭୟ ଦମ୍ପତି ତାଙ୍କ ରାଜକୁମାରର ନାଁ ବେଦବିଦ (VedaVid) ରଖିଛନ୍ତି। ଏହା ହେଉଛି ଏକ ସଂସ୍କୃତ ନାଁ। ଯାହା ବେଦ ଏବଂ ବିଦର ମିଶ୍ରଣରୁ ସୃଷ୍ଟି ହୋଇଛି। ବେଦାବିଦର ଅର୍ଥ ହେଉଛି ଯିଏ ବେଦକୁ ଅଧ୍ୟୟନ କରେ। ଏହାମଧ୍ୟ ଭଗବାନ ବିଷ୍ଣୁଙ୍କର ନାମ। ଆଦିତ୍ୟ କହିଛନ୍ତି ଉଭୟ ମା' ଏବଂ ଶିଶୁ ସୁସ୍ଥ ଅଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୂଚନା ଥାଉ କି, ୨୦୨୧ ମସିହା ଜୁନ ୪ ତାରିଖରେ ୟାମୀ ଗୌତମ ଆଦିତ୍ୟ ଧରଙ୍କୁ ବିବାହ କରିଥିଲେ। ବିବାହର ୩ବର୍ଷ ପରେ ଉଭୟ ପିତାମାତା ହୋଇଛନ୍ତି। 
ୟାମୀଙ୍କର ଓ୍ବାର୍କଫ୍ରଣ୍ଟ କଥା କହିବାକୁ ଗଲେ ଶେଷ ଥର ୟାମୀ Airtcle-370 ମୁଭିରେ ଲିଡ ଚରିତ୍ରରେ ନଜର ଆସିଥିଲେ। ଏହି ମୁଭିକୁ ଖୁବ ଭଲ ରେସପନ୍ସ ମିଳିଥିଲା। ୟାମୀଙ୍କ ସ୍ବାମୀ ପ୍ରଡ୍ୟୁସର ସହ ଭଲ ଲେଖକ ଏବଂ ନିର୍ଦ୍ଦେଶକ ମଧ୍ୟ ଅଟନ୍ତି। ଫ୍ୟାନମାନେ ୟାମୀଙ୍କୁ କମେଣ୍ଟ କରି ଢେରସାରା ଶୁଭେଚ୍ଛା ଜଣାଇଛନ୍ତି। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Yami Gautam and Aditya | Argus News