ଆର୍ଟିକଲ ୩୭୦ ଟ୍ରେଲର ଲଞ୍ଚରେ ବେବିବମ୍ପରେ ନଜର ଆସିଲେ ୟାମୀ ଗୌତମ

ଅର୍ଗସ ବ୍ୟୁରୋ: ଅଭିନେତ୍ରୀ ୟାମୀ ଗୌତମ ଏବଂ ଫିଲ୍ମ ଡାଇରେକ୍ଟର ଆଦିତ୍ୟ ଧର ମା' ବାପା ହେବାକୁ ଯାଉଛନ୍ତି। ୩ବର୍ଷ ପରେ ପ୍ୟାରେଣ୍ଟସ ହେଉଥିବାରୁ ଆମେ ଦୁହେଁ ଭାରି ଖୁସି। ୟାମି ଗୌତମ ୫ମାସର ଗର୍ଭବତୀ ଅଛନ୍ତି ଏବଂ ଖୁବଶୀଘ୍ର ନିଜ ପ୍ରଶଂସକଙ୍କୁ ଏକ ଖୁସି ଖବର ଦେବାକୁ ଯାଉଛନ୍ତି। ୟାମୀ ଗୌତମ ଏବଂ ତାଙ୍କ ସ୍ବାମୀ ଆଦିତ୍ୟ ନିଜର ଆଗାମୀ ଫିଲ୍ମ ଆଟିକଲ ୩୭୦ର ଟ୍ରେଲର ଲଞ୍ଚରେ ଏହି ସୂଚନା ଦେଇଛନ୍ତି। କେବଳ ଏହାନୁହେଁ ୟାମୀ ପ୍ରେଗନ୍ସି ସମୟରେ ସୁଟିଂ କରିବାର ଅଭିଜ୍ଞତା ମଧ୍ୟ ଶେୟାର କରିଛନ୍ତି।
ମିଡିଆ ରିପୋର୍ଟ ଅନୁସାରେ ଯେତେବେଳେ ୟାମୀ ଗୌତମ ମା' ହେବାକୁ ଯାଉଥିବା ପ୍ରଥମଥର ଜାଣିବାକୁ ପାଇଲେ, ସେ ବହୁତ ଖୁସି ହୋଇଥିଲେ। ମେ' ମାସରେ ଦୁହେଁ ନିଜର ପ୍ରଥମ ସନ୍ତାନକୁ ସ୍ବାଗତ ଜଣାଇବେ।
ଆଦିତ୍ୟ ଫିଲ୍ମର ଟ୍ରେଲର ଲଞ୍ଚ ପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଆର୍ଟିକଲ ୩୭୦ ଟ୍ରେଲର ସମୟରେ ମୋ ଭାଇ ସେଠାରେ ଥିଲା, ମୋ ପତ୍ନୀ ଏବଂ ଆମର ଜନ୍ମ ହେବାକୁ ଥିବା ପିଲା ମଧ୍ୟ ସେଠାରେ ଥିଲେ। ଏହା ଅତ୍ୟନ୍ତ ଅଦ୍ଭୂତ ସମୟ ଥିଲା। ଆମେ ଯେପରି ଭାବେ ପୁରା ଫିଲ୍ମ ସୁଟ କଲୁ ଏବଂ ଯେପରି ଭାବେ ଆମ ପିଲା ଆସିବା ଖବର ପାଇଲୁ ଏହାଏକ ନିଆରା ଅନୁଭୂତି ଥିଲା।
ୟାମୀ ୨୦୨୧ ମସିହା ଜୁନ ୪ରେ ଆଦିତ୍ୟ ଧରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଦୁହିଁଙ୍କ ସମ୍ପର୍କ ଅତି ସୁନ୍ଦର। ୟାମି ଗୌତମଙ୍କ କ୍ୟାରିୟର ବିଷୟରେ କହିବାକୁ ଗଲେ, ସେ ୨୦୦୯ ମସିହାରେ କନ୍ନଡ ଚଳଚ୍ଚିତ୍ର 'ଉଲ୍ଲାସ-ଉତ୍ସାହ' ସହ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ୨୦୧୨ ମସିହାରେ, ସେ ତାଙ୍କର ପ୍ରଥମ ଚଳଚ୍ଚିତ୍ର 'ବିକି ଡୋନର' ସହ ବଲିଉଡରେ ଡେବ୍ୟୁ କରିଥିଲେ । ସେପଟେ ଆଦିତ୍ୟ ଧରଙ୍କ ବିଷୟରେ କହିବାକୁ ଗଲେ, ସେ ଜଣେ ନିର୍ଦ୍ଦେଶକ, ସଙ୍ଗୀତକାର ଏବଂ ଲେଖକ ଅଟନ୍ତି । 'ଉରି-ଦି ସର୍ଜିକାଲ୍ ଷ୍ଟ୍ରାଇକ' ଫିଲ୍ମ ସହ ସେ ନିର୍ଦ୍ଦେଶନାରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମ ହିଟ୍ ହେବା ସହ ଆଦିତ୍ୟ ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ୬୬ତମ ଜାତୀୟ ପୁରସ୍କାର ହାସଲ କରିଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର