Videos
|
Entertainment

ସାଧାରଣ ଦୋକାନରୁ ଚକୋଲେଟ କିଣି ପତ୍ନୀଙ୍କୁ ଉପହାର ଦେଲେ ୟଶ

Ritu Das
Browse all articles by Ritu Das
·2 years ago
ସାଧାରଣ ଦୋକାନରୁ ଚକୋଲେଟ କିଣି ପତ୍ନୀଙ୍କୁ ଉପହାର ଦେଲେ ୟଶ

ଅର୍ଗସ ବ୍ୟୁରୋ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ୟଶ ଜଣେ ସଫଳ ଅଭିନେତା ହୋଇଥିଲେ ହେଁ ଜଣେ ସାଧାସିଧା ମଣିଷ। ପିଲାଟି ଦିନରୁ ବହୁ ସଂଘର୍ଷ କରିଛନ୍ତି ସେ। ବୋଧହୁଏ ସେଥିଲାଗି ସେ ଶୀର୍ଷରେ ଥାଇ ବି ପୁରୁଣା ଦିନକୁ ଭୂଲି ନାହାନ୍ତି। ଏବେ ଅଭିନେତାଙ୍କ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ସେ ରାସ୍ତକଡ଼ର ଏକ ଦୋକାନରୁ କିଛି କିଣୁଥିବା ଦେଖାଯାଉଛି। ଫଟୋଟି ଇଣ୍ଟରନେଟରେ ବେଶ ଭାଇରାଲ ହୋଇଛି। 

ସୁପରଷ୍ଟାର ହେତୁ ସାଧାରଣରେ ବୁଲିବା ପ୍ରାୟ ନା ବୋଲି କହିପାରିବା। କାରଣ ସବୁଆଡେ ପ୍ରଶଂସକଙ୍କ ଗହଳି ମୁଣ୍ଡ ବିନ୍ଧାର କାରଣ ପାଲଟିପାରେ। ହେଲେ କନ୍ନଡ ସୁପରଷ୍ଟାର ୟଶ ପରିବାର ସହ ଶିରାଲୀର ଭଟକଲରେ ଚିତ୍ରପୁରା ମଠ ମନ୍ଦିରକୁ ଯାଇଥିଲେ। ସେଠାରେ ପ୍ରଶଂସକ ତାଙ୍କୁ ଏକ ରାସ୍ତାକଡ଼ର ଦୋକାନରେ ଦେଖିଥିଲେ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Yash bought chocolates | Argus News