Videos
|
Entertainment

Yukti Reveals / ପୁରୁଷ ବନ୍ଧୁଙ୍କ କବଳରେ ଥିଲେ ଏହି ଅଭିନେତ୍ରୀ, ମୁହଁ ଖୋଲି କହିଲେ ଯନ୍ତ୍ରଣାଦାୟକ କାହାଣୀ !

Bikash Mohanty
Browse all articles by Bikash Mohanty
·47 mins ago·2 min read
ପୁରୁଷ ବନ୍ଧୁଙ୍କ କବଳରେ ଥିଲେ ଏହି ଅଭିନେତ୍ରୀ, ମୁହଁ ଖୋଲି କହିଲେ ଯନ୍ତ୍ରଣାଦାୟକ କାହାଣୀ !
Yukti Kapoor

Key Points

ପୁରୁଷ ବନ୍ଧୁଙ୍କ କବଳରେ ଥିଲେ ଅଭିନେତ୍ରୀ
ମୁହଁ ଖୋଲି କହିଲେ ଯନ୍ତ୍ରଣାଦାୟକ କାହାଣୀ!
ଟେଲି ଅଭିନେତ୍ରୀ ୟୁକ୍ତା କପୁର କହିଲେ କାହାଣୀ
ମୁମ୍ବାଇ: ପ୍ରେମ ନାଁରେ ନିୟନ୍ତ୍ରଣ, ସମ୍ପର୍କ ନାଁରେ କଟକଣା! ଯାହାକୁ ଦିନେ ନିଜ ଜୀବନର ସବୁକିଛି ଭାବିଥିଲେ, ସେହି ପ୍ରେମିକ ହିଁ ତାଙ୍କ ଜୀବନକୁ କରିଦେଇଥିଲେ ନର୍କ। ଏପରି ଏକ ତିକ୍ତ ଅନୁଭୂତି ବଖାଣିଛନ୍ତି ଟେଲି ଅଭିନେତ୍ରୀ ଯୁକ୍ତି କପୁର। 'ବାଳିକା ବଧୂ' ଏବଂ 'ମ୍ୟାଡାମ୍ ସାର୍' ଭଳି ଲୋକପ୍ରିୟ ଟିଭି ଶୋ'ରେ ଅଭିନୟ କରିଥିବା ଯୁକ୍ତି ନିଜ ପୂର୍ବ ପ୍ରେମ ସମ୍ପର୍କକୁ ନେଇ କରିଛନ୍ତି ବଡ଼ ଖୁଲାସା।

୩୪ ବର୍ଷୀୟା ଯୁକ୍ତି କପୁର ଏବେ ଅବିବାହିତା। ତେବେ ୨୦୨୨ ମସିହାରେ ସେ ଏକ ସମ୍ପର୍କରେ ଥିଲେ। ପ୍ରଥମେ ସବୁକିଛି ଠିକ୍ ଥିବା ଭଳି ଲାଗୁଥିଲେ ମଧ୍ୟ ପରେ ଏହି ସମ୍ପର୍କ ତାଙ୍କ ପାଇଁ ମାନସିକ ଯନ୍ତ୍ରଣାର କାରଣ ପାଲଟିଥିଲା। ପ୍ରେମିକଙ୍କ ଅତ୍ୟଧିକ ନିୟନ୍ତ୍ରଣ ଓ ସନ୍ଦେହୀ ସ୍ୱଭାବ ତାଙ୍କୁ ଅତିଷ୍ଠ କରିଦେଇଥିଲା।

ଏକ ପଡକାଷ୍ଟରେ ନିଜ ଅନୁଭୂତି ବାଣ୍ଟି ଯୁକ୍ତି କହିଛନ୍ତି, ତାଙ୍କ ପ୍ରେମିକ ତାଙ୍କୁ କେବଳ ବନ୍ଧୁମାନଙ୍କଠାରୁ ନୁହେଁ, ବରଂ ନିଜ ବାପା-ମା’ଙ୍କଠାରୁ ମଧ୍ୟ ଦୂରେଇ ରଖିବାକୁ ଚାହୁଁଥିଲେ। ଏପରିକି ସେ ନିଜ ପରିବାର ସହ କଥା ହେବାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଉଥିଲେ।

ପଢନ୍ତୁ ଏହି ଖବର: ସଲମାନଙ୍କୁ ବିବାହ କରିବାକୁ ଚାହାନ୍ତି ଏହି ଅଭିନେତ୍ରୀ, କ୍ୟାମେରା ସାମ୍ନାରେ କଲେ ଖୁଲାସା

ଯୁକ୍ତି କହିଛନ୍ତି, ସେ ନିଜ ବାପା-ମା’ଙ୍କ ସହ ବେଶ୍ ଘନିଷ୍ଠ। ଦିନସାରା ନିଜ ଜୀବନର ଛୋଟ ବଡ଼ କଥା ସେମାନଙ୍କ ସହ ବାଣ୍ଟିଥାନ୍ତି। କିନ୍ତୁ ପ୍ରେମିକଙ୍କୁ ଏହା ପସନ୍ଦ ନଥିଲା। ସେ କାହାକୁ ଭେଟିବେ କିମ୍ବା କାହା ସହ କଥା ହେବେ, ସେଥିରେ ମଧ୍ୟ ପ୍ରେମିକ ହସ୍ତକ୍ଷେପ କରୁଥିଲେ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ସମ୍ପର୍କକୁ ମନେ ପକାଇ ଅଭିନେତ୍ରୀ କହିଛନ୍ତି, ପ୍ରଥମେ ପ୍ରେମରେ ଅନ୍ଧ ହୋଇ ସେ ଏସବୁକୁ ଗୁରୁତ୍ୱ ଦେଇନଥିଲେ। ତାଙ୍କ ପରିବାର ମଧ୍ୟ ଏହି ସମ୍ପର୍କକୁ ନେଇ ତାଙ୍କୁ ସତର୍କ କରାଇଥିଲେ। ହେଲେ ସେତେବେଳେ ସେ ପ୍ରେମିକଙ୍କ ଭଲ ଗୁଣଗୁଡ଼ିକୁ ଦେଖି ଅନ୍ୟ ସବୁ କଥାକୁ ଅଣଦେଖା କରିଥିଲେ।

ପରେ ଧୀରେ ଧୀରେ ସମ୍ପର୍କର ପ୍ରକୃତ ରୂପ ବୁଝିବା ପରେ ସେ ଭାଙ୍ଗି ପଡ଼ିଥିଲେ। ଶେଷରେ ଏହି ଅସ୍ୱାସ୍ଥ୍ୟକର ସମ୍ପର୍କରୁ ବାହାରି ଆସିବାକୁ ନିଷ୍ପତ୍ତି ନେଇଥିଲେ। ଯୁକ୍ତିଙ୍କ ଏହି ଖୁଲାସା ପୁଣିଥରେ ସମ୍ପର୍କରେ ବ୍ୟକ୍ତିଗତ ସ୍ୱାଧୀନତା ଓ ପରସ୍ପର ପ୍ରତି ସମ୍ମାନର ଗୁରୁତ୍ୱକୁ ସାମ୍ନାକୁ ଆଣିଛି।