Arishfa Confession / ସଲମାନଙ୍କୁ ବିବାହ କରିବାକୁ ଚାହାନ୍ତି ଏହି ଅଭିନେତ୍ରୀ, କ୍ୟାମେରା ସାମ୍ନାରେ କଲେ ଖୁଲାସା
·31 mins ago·2 min read

Key Points
ସଲମାନଙ୍କୁ ବିବାହ କରିବାକୁ ଚାହାନ୍ତି ଆରିଶଫା
କ୍ୟାମେରା ସାମ୍ନାରେ କଲେ ଖୁଲାସା
ବିଗ୍ ବସ୍ ୨୦ର ପ୍ରତିଯୋଗୀ ଆରିଶଫା ଖାନ୍
କ୍ୟାମେରା ସାମ୍ନାରେ କଲେ ଖୁଲାସା
ବିଗ୍ ବସ୍ ୨୦ର ପ୍ରତିଯୋଗୀ ଆରିଶଫା ଖାନ୍
ମୁମ୍ବାଇ: ବଲିଉଡ୍ର ଭାଇଜାନ୍ ସଲମାନ ଖାନ୍ଙ୍କ ଲୋକପ୍ରିୟତା ଆଜି ବି କମିନାହିଁ। ୬୦ ବର୍ଷ ବୟସରେ ମଧ୍ୟ ତାଙ୍କ ଷ୍ଟାଇଲ୍ ଓ ଲୁକ୍ର ଦିୱାନା ଅନେକ ପ୍ରଶଂସକ। ଏବେ ସଲମାନଙ୍କ ପ୍ରତି ଜଣେ ଯୁବ ଅଭିନେତ୍ରୀଙ୍କ ପ୍ରେମ ଓ ବିବାହ ସ୍ୱପ୍ନକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ବିଗ୍ ବସ୍ ୨୦ର ପ୍ରତିଯୋଗୀ ଆରିଶଫା ଖାନ୍ ୨୦୦ କ୍ୟାମେରା ସାମ୍ନାରେ ସଲମାନଙ୍କୁ ନିଜ ମନର କଥା କହିଛନ୍ତି। ୨୩ ବର୍ଷୀୟା ଆରିଶଫାଙ୍କ କହିବା ଅନୁସାରେ, ସଲମାନ ତାଙ୍କ ପିଲାଦିନର କ୍ରଶ୍। ଏପରିକି ତାଙ୍କୁ ବିବାହ କରିବାର ସ୍ୱପ୍ନ ନେଇ ସେ ମୁମ୍ବାଇ ଆସିଥିଲେ। ଏହି ସପ୍ତାହର ୱିକେଣ୍ଡ୍ କା ୱାର୍ ଏପିସୋଡ୍ରେ ସଲମାନଙ୍କ ସହ ମଜାମସ୍ତି ସମୟରେ ସେ ଏହି କଥା କହିଥିଲେ।
ଆରିଶଫା ହସି ହସି ସଲମାନଙ୍କୁ କହିଥିଲେ, “ସାର୍, ଆପଣ ମୋ ପିଲାଦିନର ପ୍ରେମ। ମୁଁ ଆପଣଙ୍କୁ ବିବାହ କରିବାକୁ ମୁମ୍ବାଇ ଆସିଛି।” ତାଙ୍କର ଏହି କଥା ଶୁଣି ସେଠାରେ ହସର ମାହୋଲ ସୃଷ୍ଟି ହୋଇଥିଲା। ପରେ ନିଜ କଥାକୁ ନେଇ ଆରିଶଫା ଲାଜେଇ ଯାଇଥିଲେ ଏବଂ ସଲମାନଙ୍କୁ କ୍ଷମା ମାଗିଥିଲେ। ସେ ଆହୁରି କହିଥିଲେ, “ମୁଁ ଜାଣେ ଏହା ଏକ ବଡ଼ କଥା। ମୁଁ ବହୁତ ଛୋଟ ଥିବା ବେଳଠାରୁ ଆପଣ ମୋର କ୍ରଶ୍।” ଅନ୍ୟପଟେ ସଲମାନ ମଧ୍ୟ ଆରିଶଫାଙ୍କ ଏହି ସ୍ୱୀକାରୋକ୍ତିକୁ ହସି ହସି ଉପଭୋଗ କରିଥିଲେ। ତାଙ୍କୁ ଆଦରଣୀୟ ବୋଲି କହିଥିଲେ ଭାଇଜାନ୍।
ପଢନ୍ତୁ ଏହି ଖବର: ୪୭ ଦିନ ଘରେ ବନ୍ଦୀ! ଶ୍ୱଶୁର ଘରେ ଏମିତି ନିର୍ଯାତନା ସହିଥିଲେ ଅଭିନେତ୍ରୀ ସାରା !
ଏହି ଏପିସୋଡ୍ରେ ଗାୟକ କାଜି ତୌକିରଙ୍କ ସହ ମଧ୍ୟ ସଲମାନଙ୍କ ମଜାଳିଆ କଥାବାର୍ତ୍ତା ହୋଇଥିଲା। କାଜିଙ୍କୁ ଫିଲ୍ମରେ ଗୀତ ଗାଇବାର ସୁଯୋଗ ଦେବେ ବୋଲି ସଲମାନ କହିଥିଲେ। ଅନ୍ୟପଟେ ବିଗ୍ ବସ୍ ୨୦ରେ ଆରିଶଫାଙ୍କ ପ୍ରଦର୍ଶନ ମଧ୍ୟ ଚର୍ଚ୍ଚାରେ ରହିଛି। ଶୋ' ଆରମ୍ଭରୁ ସେ ଆଗଧାଡ଼ିର ପ୍ରତିଯୋଗୀଙ୍କ ମଧ୍ୟରେ ରହିଆସିଛନ୍ତି। ଏବେ ସଲମାନଙ୍କ ପ୍ରତି ତାଙ୍କର ପିଲାଦିନର କ୍ରଶ୍ ଓ ବିବାହ ସ୍ୱପ୍ନର ଖୁଲାସା ଫ୍ୟାନ୍ମାନଙ୍କ ମଧ୍ୟରେ ନୂଆ ଚର୍ଚ୍ଚା ଆରମ୍ଭ କରିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories