Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କପିଲଙ୍କୁ ଟକ୍କର ଦେବେ ଜାକିର

Entertainment

କପିଲଙ୍କୁ ଟକ୍କର ଦେବେ ଜାକିର

Arpita Mohanty
Browse all articles by Arpita Mohanty
·1 year ago·2 min read
କପିଲଙ୍କୁ ଟକ୍କର ଦେବେ ଜାକିର

ଅର୍ଗସ ବ୍ୟୁରୋ: କଥାରେ ଅଛି ପରିଶ୍ରମର ଫଳ କେବେ ବୃଥା ଯାଏନି । ଯିଏ ପରିଶ୍ରମ କରିଥିବ, ସିଏ ନିଶ୍ଚୟ ଫଳ ପାଇବ । ବିଳମ୍ବ ହୁଏ ସତ କିନ୍ତୁ ମିଳିବା ନିଶ୍ଚୟ । ସେଇଥି ଲାଗି ତ କୁହାଯାଏ, ସମୟ ବଳ ବଳବାନ । ଆମେ କହୁଛୁ, ଷ୍ଟାଣ୍ଡଅପ୍ କମେଡିଆନ ଜାକିର ଖାନଙ୍କ ବିଷୟରେ । ଦିନ ଏମିତି ଥିଲା, କାମ ପାଇଁ ଏଇଠି ସେଇଠି ବୁଲୁଥିଲେ, ହେଲେ କାମ ପାଉନଥିଲେ।ହେଲେ ଆଜି ଦେଶର ନମ୍ବର ୱାନ କମେଡିଆନ କପିଲଙ୍କୁ ସେ ଟକ୍କର ଦେବାକୁ ପହଞ୍ଚିଲେଣି । ଆପକା ଅପନା ଜାକିର ନାମରେ ସିଏ ଆରମ୍ଭ କରିବାକୁ ଯାଉଛନ୍ତି ନୂଆ ଚାଟ୍ ସୋ। ସୋ ର ପ୍ରୋମୋ ରିଲିଜ୍ ହୋଇଛି। ଯାହାକୁ ଦେଖି ଫ୍ୟାନ୍ସ ସୁପର ଏକ୍ସାଇଟେଡ ଅଛନ୍ତି।

 

ଜାକିର ଖାନ୍ ଙ୍କୁ ଆଜିର ସମୟରେ ଇଣ୍ଡିଆର ଟପ୍ କମେଡିଆନ ଲିଷ୍ଟରେ ଗଣାଯାଏ। ତାଙ୍କ ଫ୍ୟାନ୍ ଫଲୋଇଙ୍ଗ ବହୁତ ଅଧିକ। କିନ୍ତୁ ଗୋଟେ ସମୟ ଏମିତି ବି ଥିଲା ଯେତେବେଳେ ତାଙ୍କ ପାଖରେ କିଛି ବି କାମ ନଥିଲା। "କୋନ ବନେଗା କରୋଡପତି ସୋ" ରେ ସିଏ ନିଜ ଷ୍ଟ୍ରଗଲ ବିଷୟରେ ସେୟାର କରିଥିଲେ। ସେ କହିଥିଲେ ମୋ ପିତା ମତେ ବଡ଼ ମଣିଷ ହେବାକୁ କହିଥିଲେ କିନ୍ତୁ କେମିତି ହେବି ତାର ରାସ୍ତା ଦେଖାଇନଥିଲେ। ମୁଁ ଘର ଛାଡ଼ି ଦିଲ୍ଲି ସିଫ୍ଟ ହୋଇଗଲି। ୩ ବର୍ଷ ପର୍ଯ୍ୟନ୍ତ ମୋ ପାଖରେ କିଛି କାମ ନଥିଲା। ଘର ଲୋକଙ୍କୁ ମିଛ କହିଥିଲି କି ଚାକିରି ମିଳିଯାଇଛି। ଦିଲ୍ଲୀରେ ମୁଁ ମୋ ସାଙ୍ଗ ସହିତ ରହୁଥିଲି। କେବେ ଖାଇବାକୁ ମିଳୁଥିଲା ତ କେବେ ଭୋକିଲା ଶୋଉଥିଲୁ। ଖାଲି ପେଟରେ କଣ ଏବଂ କେମିତି ଲାଗେ ତାହା ମତେ ବହୁତ ଭଲରେ ଜଣା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତାଙ୍କର ଜଣେ ସାଙ୍ଗ ତାଙ୍କୁ ଷ୍ଟାଣ୍ଡଅପ୍ କମେଡି ବିଷୟରେ କହିଥିଲେ ବୋଲି ସିଏ ଜଣାଇଥିଲେ। ଷ୍ଟାଣ୍ଡଅପ୍ କମେଡିଆନ ହିସାବରେ ମୋର ପ୍ରଥମ ଚେଷ୍ଟା ବହୁତ ଖରାପ ଥିଲା। ଦ୍ବତୀୟ ଥର ଟିକେ ଭଲ ହୋଇଥିଲା। କିନ୍ତୁ ତୃତୀୟ ଥର ମୋ ସୋ ବହୁତ ଭଲ ଗଲା। ମୁଁ ଜାଣିପାରିଲି ଏହା ହିଁ ମୋର ଖାସିୟତ୍ ଏବଂ ମୁଁ ଏହାକୁ ଏଞ୍ଜୟ କରିବାକୁ ଲାଗିଲି। ସେବେଠାରୁ ଆଜି ପର୍ଯ୍ୟନ୍ତ ଜାକିରଙ୍କ ଜଲୱା ଫ୍ୟାନ୍ସଙ୍କୁ ଏଣ୍ଟରଟେନ କରୁଛି। କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ତାଙ୍କ ସୋ ହାଉସଫୁଲ ଥାଏ।

ତେବେ ତାଙ୍କର ନୂଆ ସୋ ଆପକା ଅପନା ଜାକିର ୧୦ ଅଗଷ୍ଟରୁ ସୋନି ଟିଭିରେ କପିଲ ଶର୍ମାଙ୍କ ସୋ ଜାଗାରେ ଆରମ୍ଭ ହେବାକୁ ଯାଉଛି। ଏବେ ଦେଖିବାକୁ ବାକିରହିଲା କପିଲଙ୍କୁ କେମିତି ଟକ୍କର ଦେଉଛନ୍ତି ଜାକିର।

ଅଧିକ ପଢନ୍ତୁ ମନୋରଞ୍ଜନ ଖବର

Education Next Season 5
Sponsored
Zakir sharma is going to compete with kapil sharma | Argus News