Videos
|
Entertainment

ବିବାହ ପୂର୍ବରୁ ଲିଭଇନ୍‌ରେ ରହିବାକୁ ପରାମର୍ଶ ଦେଲେ ଜିନତ୍ ଅମନ୍

Ritu Das
Browse all articles by Ritu Das
·2 years ago·2 min read
ବିବାହ ପୂର୍ବରୁ ଲିଭଇନ୍‌ରେ ରହିବାକୁ ପରାମର୍ଶ ଦେଲେ ଜିନତ୍ ଅମନ୍

ଅର୍ଗସ ବ୍ୟୁରୋ: ବିବାହକୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ ଆଶା ଓ ଆଶଙ୍କା ସବୁବେଳେ ଦେଖା ଦେଉଛି । ବର୍ତ୍ତମାନର ଯୁବପିଢ଼ି ବିବାହ ନାମକ ବନ୍ଧନରେ ବାନ୍ଧି ହେବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଅନେକ କ୍ଷେତ୍ରରେ ଏହା ଛାଡ଼ପତ୍ରରେ ଯାଇ ଶେଷ ହେଉଛି । ଏହି ସମସ୍ୟାର ସମାଧାନ କରିବାକୁ ଯାଇ ବଲିଉଡର ଭେଟେରାନ ଅଭିନେତ୍ରୀ ଜିନତ୍ ଅମନ କହିଛନ୍ତି, ବିବାହ ପୂର୍ବରୁ ସମସ୍ତେ ଲିଭଇନରେ ରହିବା ଆବଶ୍ୟକ ।

 

ଏପରି କରିବା ଦ୍ୱାରା ଅପର ପାର୍ଶ୍ୱର ବ୍ୟକ୍ତିକୁ ଜାଣି ହେବ । ଫଳରେ ଛାଡ଼ପତ୍ରର ସଂଖ୍ୟା ମଧ୍ୟ କମିଯିବ । ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ଏପରି ଲେଖିଛନ୍ତି । ଲିଭଇନରେ ରହିବା ଦ୍ୱାରା ବ୍ୟକ୍ତିର ପସନ୍ଦ-ଅପସନ୍ଦ ଜାଣିହେବ । ଫଳରେ ସେମାନେ ବିବାହ ପାଇଁ ଠିକ କି ନାହିଁ ତାହା ମଧ୍ୟ ଜାଣିପାରିବେ ।
ଫ୍ୟାନଙ୍କ ମଧ୍ୟରେ ଜିନତଙ୍କର ଏହି ପୋଷ୍ଟଟି ଲୋକପ୍ରିୟ ମଧ୍ୟ ହୋଇପାରିଛି । ଅନେକ ଏହାର ପକ୍ଷରେ ଲେଖିଥିବା ବେଳେ ଆଉ କେତେକ ଏହାକୁ ବିରୋଧ କରିଛନ୍ତି। ଏହା ସମାଜରେ ଅପସଂସ୍କୃତି ବଢ଼ାଇବ ବୋଲି କେତେକ ମତବ୍ୟକ୍ତ କରିଛନ୍ତି । ବିବାହକୁ ନେଇ ଜଣେ ଫ୍ୟାନ ପଚାରିଥିବା ଉତ୍ତରରେ ସେ ଏପରି କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହା ମୋର ବ୍ୟକ୍ତିଗତ ମତ । ବିବାହକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ମୁଁ ଦୃଢ଼ ଭାବରେ ଏହା ପରାମର୍ଶ ଦେବି ଯେ, ଆପଣ ବିବାହ ପୂର୍ବରୁ ଏକାଠି ରୁହନ୍ତୁ । ଜଣେ ମାଆ ଭାବରେ ସେ ଏହା ନିଜ ପୁଅମାନଙ୍କୁ ମଧ୍ୟ କହିଥିବା କଥା ଲେଖିଛନ୍ତି । ନିଜର ଯୁକ୍ତିକୁ ଉପସ୍ଥାପନ କରିବାକୁ ଯାଇ ଜିନତ୍ କହିଛନ୍ତି ଯେ, ଦୁଇ ଜଣ ଲୋକଙ୍କ ସହ ସେମାନଙ୍କ ପରିବାର, ସମାଜରେ ଜଡିତ ହେବା ପୂର୍ବରୁ ପ୍ରଥମେ ନିଜ ନିଜକୁ ଚିହ୍ନିବା ଆବଶ୍ୟକ। ଏଣୁ ବିବାହ ପୂର୍ବରୁ ଲିଭଇନରେ ରହିବା ନିହାତି ଆବଶ୍ୟକ ବୋଲି ସେ ଇନଷ୍ଟାରେ ଏକ ଷ୍ଟୋରୀରେ ଲେଖିଛନ୍ତି। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର