Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଦୀପାବଳିରେ ଘରେ କରନ୍ତୁ ଏହି ବରଫି

Food and Foodies

ଦୀପାବଳିରେ ଘରେ କରନ୍ତୁ ଏହି ବରଫି

Rashmita Mishra
Browse all articles by Rashmita Mishra
·1 year ago·1 min read
ଦୀପାବଳିରେ ଘରେ କରନ୍ତୁ ଏହି ବରଫି

ଅର୍ଗସ ବ୍ୟୁରୋ: ଆଗକୁ ଆସୁଛି ଦୀପାବଳି ସମସ୍ତଙ୍କ ଘରେ ଅନେକ ପ୍ରକାରର ଭଳିକି ଭଳି ମିଠା ପ୍ରସ୍ତୁତ ହେବ । ତେବେ ଏଥର ଘରେ କରନ୍ତୁ ମୁଗ ଡାଲି ବରଫି। ଖୁବ୍‌ କମ୍‌ ସାମଗ୍ରୀରେ ଓ କମ୍‌ ସମୟରେ ପ୍ରସ୍ତୁତ ହେବ ଏହି ସୁଆଦିଆ ମିଠା। ଏହାକୁ ଅନ୍ୟମାନଙ୍କୁ ଖୁଆନ୍ତୁ ଆଉ ନିଜେ ଖାଆନ୍ତୁ । ଆସନ୍ତୁ, ଜାଣିବା ଏଥିପାଇଁ ଆବଶ୍ୟକ ସାମଗ୍ରୀ ଓ ପ୍ରସ୍ତୁତି ପ୍ରଣାଳୀ। 
ଆବଶ୍ୟକ ସାମଗ୍ରୀ: ମୁଗ ଡାଲି, ଗୁଆ ଘିଅ, ଚିନି,  ଡ୍ରାଏ ଫ୍ରୁଟ୍ସ

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ମୁଗ ଡାଲି ୧ କପ୍‌କୁ ଗ୍ରାଇଣ୍ଡିଂ କରି ଭଲ ଭାବେ ପାଉଡ଼ର କରି ଦିଅନ୍ତୁ । କରେଇରେ ଏକ କପ୍‌ରେ ଅଧାରୁ କମ୍‌ ଗୁଆ ଘିଅ ପକାଇ ତାହାକୁ ଗରମ କରନ୍ତୁ। ଏବେ ସେଥିରେ ମୁଗ ଡାଲି ପାଉଡ଼ର ପକାଇ ସିମ୍‌ ଆଞ୍ଚରେ ଭାଜନ୍ତୁ। ଏହା ଭଲ ଭାବେ ଭାଜି ହୋଇଯିବା ପରେ ଗ୍ୟାସ୍‌ରୁ ବାହାର କରିଦିଅନ୍ତୁ ।

ଅନ୍ୟ ଏକ ପାତ୍ରରେ ୧ କପ୍‌ ଚିନିରେ ଅଧ କପ୍‌ ପାଣି ଦେଇ ସିରା ପ୍ରସ୍ତୁତ କରନ୍ତୁ। ସିରା ପ୍ରସ୍ତୁତ ହେବା ପରେ ସେଥିରେ ମୁଗ ଡାଲି ପାଉଡ଼ରକୁ ପକାଇ ଭଲ ଭାବେ ଘାଣ୍ଟନ୍ତୁ। କିଛି ସମୟ ପରେ ପ୍ରସ୍ତୁତ ହୋଇଯିବ ଜନ୍ତଣ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏବେ ତାହାକୁ ଏକ ପାତ୍ରରେ ବାହାର କରି ନିଜ ପସନ୍ଦର ଆକାର ଦିଅନ୍ତୁ। ତାହା ଉପରେ ନିଜ ପସନ୍ଦର ଡ୍ରାଏ ଫ୍ରୁଟ୍ସ ପକାଇ ସଜାଇ ଦିଅନ୍ତୁ। ପ୍ରାୟ ଘଣ୍ଟାଏ ପରେ ତାହାକୁ ପିସ୍‌ ପିସ୍‌ କରି କାଟି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ମୁଗ ଡାଲି ବରଫି ।

 

Argus Whatsapp Channel Mobile Top
Sponsored
Make this barfi at home in daylight | Argus News