Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବିଶ୍ଵର ଶ୍ରେଷ୍ଠ ୧୦ ମିଠା ମଧ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କଲା ରସମଲାଇ

Food and Foodies

ବିଶ୍ଵର ଶ୍ରେଷ୍ଠ ୧୦ ମିଠା ମଧ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କଲା ରସମଲାଇ

Rashmita Mishra
Browse all articles by Rashmita Mishra
·2 years ago·1 min read
ବିଶ୍ଵର ଶ୍ରେଷ୍ଠ ୧୦ ମିଠା ମଧ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କଲା ରସମଲାଇ

ଅର୍ଗସ ବ୍ୟୁରୋ: ଲୋକପ୍ରିୟ ଫୁଡ ଗାଇଡ୍ ଟେଷ୍ଟ୍ ଆଟଲାସ୍ ଦୁନିଆର ୧୦ଟି ଶ୍ରେଷ୍ଠ ଛେନାର ପ୍ରସ୍ତୁତ ମିଠା ତାଲିକା ପ୍ରକାଶ କରିଛି । ଛେନାରେ ଅନେକ ପ୍ରକାରର ମିଠା ପ୍ରସ୍ତୁତ କରାଯାଏ । ଏଥିରେ ପ୍ରଥମ ସ୍ଥାନ ପୋଲାଣ୍ଡର ସେର୍ନିକ୍ ମିଠା ଥିବାବେଳେ ଦ୍ୱିତୀୟ ସ୍ଥାନରେ ଭାରତର ରସମଲାଇ ରହିଛି ।

ରସମଲାଇ ସତେଜ ଛେନାରେ ତିଆରି କରାଯାଏ । କ୍ଷୀରକୁ ବହୁତ ସମୟ ଧରି ଫୁଟା ଯାଏ । ସେଥିରୁ ରାବିଡି ପ୍ରସ୍ତୁତ କରାଯାଏ । ପରେ ସେହି କ୍ଷୀରରେ ମିଠାକୁ ଭିଜାଇ ଦିଆଯାଏ । ସେଥିରେ ବାଦାମ, କେଶର ଓ ପିସ୍ତା ପକାଇ ସିଝା ଯାଇ ଥାଏ । ଏହି ମିଠା ସଵୁ ପୂଜା ପର୍ଵରେ ଘରକୁ ଆସିଥାଏ । ଘରେ ଘରେ ରସମଲାଇ ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି । 
ରସ ମଲାଇ ସାଧାରଣତଃ କ୍ଷୀର ଏବଂ ଛେନାରେ ପ୍ରସ୍ତୁତ କରାଯାଏ । ଏହି ମିଠାକୁ ୪.୪ ଷ୍ଟାର୍ ମିଳିଥିବା ବେଳେ ପୋଲାଣ୍ଡର ସେର୍ନିକକୁ ୪.୫ ଷ୍ଟାର୍ ମିଳିଛି । ପୋଲାଣ୍ଡର ସେର୍ନିକ୍ ଅଣ୍ଡା, ଚିନି ଏବଂ ତ୍ୱରୋଗରେ ପ୍ରସ୍ତୁତ କରାଯାଏ । ତ୍ୱରଗ ଏକ ପ୍ରକାର ଦହି ଛେନା । ଏହି ଛେନା ଖୁବ୍ ନରମ ଏବଂ ଏହା  ଜେଲି ପରି  ଏବଂ ଛୋଟ ଛୋଟ କଟା ଫଳରେ ସଜା ହୋଇଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
rasamalai | Argus News