Videos
|
Gold

Gold Price Falling / ଧନତେରସ୍‌ ପୂର୍ବରୁ ଶସ୍ତା ହେଲା ସୁନା; ୧୦ ଦିନରେ କମିଲାଣି ୮ ହଜାରରୁ ଅଧିକ

Debashree Debasmita Sahoo
Browse all articles by Debashree Debasmita Sahoo
·26 mins ago·2 min read
ଧନତେରସ୍‌ ପୂର୍ବରୁ ଶସ୍ତା ହେଲା ସୁନା; ୧୦ ଦିନରେ କମିଲାଣି ୮ ହଜାରରୁ ଅଧିକ
Gold Price Falling

Key Points

ଶସ୍ତା ହେଲା ସୁନା ଦର
୧୦ ଦିନରେ କମିଲାଣି ୮ ହଜାରରୁ ଅଧିକ
ଗହଣା କିଣିବାକୁ ଗ୍ରାହକଙ୍କ ଉତ୍ସାହ
ଭୁବନେଶ୍ଵର: କମିଲା ସୁନା ଦର୍ । ଗ୍ରାହକଙ୍କୁ ବଡ ଆଶ୍ୱସ୍ତି । ଲଗାତାର ୧୦ ଦିନ ଧରି ସୁନା ଦର୍ କମିବାରେ ଲାଗିଛି । ଗତକିଛି ଦିନ ଧରି ଏହି ଦର ବୃଦ୍ଧି ପକେଟକୁ ବାଧୁଥିଲା, ହେଲେ ଗତ କିଛି ଦିନର ସୁନା ରେଟରେ ଲାଗିଥିବା ବ୍ରେକ ଗ୍ରାହକଙ୍କୁ ଆଶ୍ୱସ୍ତି ଦେଇଛି । ପୁଣି ଥରେ ସୁନା ଦୋକାନରେ ଜମିଛି ଭିଡ଼ । ସୁନା ଦୋକାନ ମୁହାଁ ହୋଇଛନ୍ତି ଗ୍ରାହକ ।

  • ଧନତେରସ୍ ପୂର୍ବରୁ ଗ୍ରାହକଙ୍କୁ ଆଶ୍ୱସ୍ତି
ଗତ ୧୦ରୁ ୧୫ ଦିନ ମଧ୍ୟରେ ସୁନା ଦର ପ୍ରାୟ ୭ରୁ ୮ ହଜାର ଟଙ୍କା ହ୍ରାସ ପାଇଛି । ଅକ୍ଟୋବର ୩୧ ତାରିଖରେ ୨୨ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ ପିଛା ୧ ଲକ୍ଷ ୨୭ ହଜାର ୩୦୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନାର ଦର ୧ ଲକ୍ଷ ୩୮ ହଜାର ୮୭୦ ଟଙ୍କା ରହିଛି ବୋଲି ବ୍ୟବସାୟୀ ସୂଚନା ଦେଇଛନ୍ତି । ସୁନା ଦର ୧ ଲକ୍ଷ ୫୭ ହଜାରରୁ ୧ ଲକ୍ଷ ୬୦ ହଜାର ଟଙ୍କା ପାଖାପାଖି ପହଞ୍ଚିଥିବାବେଳେ ଏବେ ଦର ହ୍ରାସ ମଧ୍ୟବିତ୍ତ ଗ୍ରାହକଙ୍କୁ ଆଶ୍ୱସ୍ତି ଦେଇଛି । ଆଗକୁ ଧନତେରସ୍, ଦୀପାବଳି ଓ ବିବାହ ଋତୁ ଥିବାରୁ ସୁନା କିଣିବା ପାଇଁ ଗ୍ରାହକଙ୍କ ଆଗ୍ରହ ବଢ଼ିଛି ।

ଗତ ଏକ ସପ୍ତାହ ଧରି ଗହଣା ଦୋକାନଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ଲାଗିଛି । ଭାରତୀୟ ପରମ୍ପରାରେ ଜନ୍ମଠାରୁ ବିବାହ ଓ ଅନ୍ୟାନ୍ୟ ଶୁଭ ଅବସରରେ ସୁନାର ଚାହିଦା ରହିଥିବାରୁ ଦର ହ୍ରାସ ଗ୍ରାହକଙ୍କ ପାଇଁ ଏକ ସୁଯୋଗ । ସେହିପରି ଧନତେରସ୍ ପାଇଁ ସୁନା କିଣିବାକୁ ଯୋଜନା କରିଥିବା ଗ୍ରାହକଙ୍କୁ ଆଗୁଆ ଦୋକାନକୁ ଆସି ବୁକିଂ କରିବାକୁ ସେ ପରାମର୍ଶ ଦେଇଛନ୍ତି ବ୍ୟବସାୟୀ । ଆଗୁଆ ଦର ବୁକିଂ କରିବା ପରେ ଯଦି ସୁନା ଦର ଆହୁରି ହ୍ରାସ ପାଏ, ତେବେ କମ୍ ଦରରେ ସୁନା ପାଇବାର ସୁଯୋଗ ମିଳିବ ବୋଲି କହିଛନ୍ତି ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡର ଷ୍ଟୋର ମ୍ୟାନେଜର ଚନ୍ଦନ କୁମାର ନାୟକ ।

"ଏହା ସୁବର୍ଣ୍ଣ ସମୟ"
ଏପଟେ ଆମେରିକାର ନିର୍ବାଚନକୁ ନେଇ ବଜାରରେ ଅନିଶ୍ଚିତତା, ଡଲାର ତୁଳନାରେ ଟଙ୍କାର ମୂଲ୍ୟ ବୃଦ୍ଧି ଏବଂ ଆମେରିକାର ସୁଧହାର ସମ୍ପର୍କିତ ନିଷ୍ପତ୍ତି ସୁନା ଓ ରୂପା ଦରକୁ ପ୍ରଭାବିତ କରୁଛି । ଅନ୍ତର୍ଜାତୀୟ ବଜାରରେ ଦର ହ୍ରାସର ପ୍ରଭାବ ଘରୋଇ ବଜାରରେ ମଧ୍ୟ ପଡ଼ିପାରେ । ତେଣୁ ଆଗାମୀ ଦିନରେ ସୁନା ଦରରେ ଆହୁରି ହ୍ରାସ ହେବ । ଆଗକୁ ଦୀପାବଳି, ଧନତେରସ ଏବଂ ବିବାହ ଋତୁକୁ ଦୃଷ୍ଟିରେ ରଖି ସୁନା କିଣିବାକୁ ଯୋଜନା କରୁଥିବା ଗ୍ରାହକମାନଙ୍କ ପାଇଁ ଏହା ସୁବର୍ଣ୍ଣ ସମୟ ବୋଲି କହିଛନ୍ତି ତ୍ରିନାଥ ଲେଙ୍କା ।

ପଢନ୍ତୁ ଏହି ଖବର: ସୁନା କିଣି ଜଙ୍ଗଲରେ ରଖନ୍ତୁ, ମିଳିବ ଅଧିକ ଲାଭ ! ଏମିତି ଲୋଭ ଦେଖାଇ ଲୁଟୁଛନ୍ତି ଠକ


Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୁନା ଓ ରୂପା ଦରରେ ହ୍ରାସ ପାର୍ବଣ ଓ ବିବାହ ଋତୁ ପୂର୍ବରୁ ଗ୍ରାହକଙ୍କୁ ଆଶ୍ୱସ୍ତି ଦେଇଛି । ଆଗାମୀ ଦିନରେ ଦର ଆହୁରି କମିବା ନେଇ ଆକଳନ କରାଯାଉଥିବା ବେଳେ ବଜାରର ଗତିବିଧି ଉପରେ ରହିଛି ସମସ୍ତଙ୍କ ନଜର ।