Gold Price Today / ହଠାତ୍ ଖସିଲା ସୁନା ଦର, ଦୁଇ ଦିନରେ କମିଲା ୭ ହଜାର ଟଙ୍କା
·1 hour ago·2 min read

Key Points
ହଠାତ୍ ଖସିଲା ସୁନା ଦର
୧୧ ଦିନରେ ୧୦ ହଜାର ଟଙ୍କା ଖସିଲା ସୁନା ଦର
ଏବେ କିଣିବା ପାଇଁ ଠିକ୍ ସମୟ କି?
୧୧ ଦିନରେ ୧୦ ହଜାର ଟଙ୍କା ଖସିଲା ସୁନା ଦର
ଏବେ କିଣିବା ପାଇଁ ଠିକ୍ ସମୟ କି?
ଆପଣ ସୁନା କିଣିବାକୁ ଚାହୁଁଛନ୍ତି କି ? ତେବେ ଏହି ଖବର ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ । କାହିଁକି ନା କିଛି ଦିନ ଧରି ସୁନା ଦର ବୃଦ୍ଧି ପାଉଥିବା ବେଳେ ଏବେ ଏଥିରେ ଲାଗିଛି ବ୍ରେକ୍ । ଲଗାତର ୧୧ ଦିନ ଧରି କମିବାରେ ଲାଗିଛି ସୁନା ଦର୍ । ବିଗତ କିଛି ଦିନ ଧରି ଲଗାତର ଭାବେ ସୁନା ଦର ବୃଦ୍ଧି ପାଉଥିବା ବେଳେ ଏବେ ଦାମ୍ କମିବାରୁ ଗ୍ରାହକଙ୍କୁ ବଡ଼ ଆଶ୍ବସ୍ତି ମିଳିଛି ।
ଜୁନ୍ ମାସ ଆରମ୍ଭରୁ ସୁନା ଦରରେ ଦେଖିବାକୁ ମିଳୁଛି ବଡ଼ ପରିବର୍ତ୍ତନ । ଜୁନ୍ ୧ରୁ କମିବାରେ ଲାଗିଛି ସୁନା ରେଟ୍ । ୧୧ ଦିନ ମଧ୍ୟରେ ୧୦ ହଜାର ଟଙ୍କା କମିଛି ସୁନା ଦର । ସବୁଠୁ ବଡ଼ କଥା ହେଉଛି ଗତ ଦୁଇ ଦିନ ମଧ୍ୟରେ ହିଁ ୭ ହଜାର ଟଙ୍କା କମିଛି । ଆଗକୁ ରଜ ଥିବାରୁ ସୁନା ଦରରେ ହ୍ରାସ ଗ୍ରାହକଙ୍କ ପାଇଁ ବଡ଼ ଆଶ୍ବସ୍ତି ଆଣିଛି ।
ମିଳିଥିବା ତଥ୍ୟ ଅନୁସାରେ, ଜୁନ୍ ୧ ତାରିଖରେ ୨୪ କ୍ୟାରେଟ୍ ସୁନା ଦର ପ୍ରତି ଗ୍ରାମ ପିଛା ୧୫ ହଜାର ୬୨୨ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ୍ ସୁନା ଦର ୧୪ ହଜାର ୩୨୦ ଟଙ୍କା ଥିଲା । ଅନ୍ୟପଟେ ଗତ ଜୁନ୍ ୯ ତାରିଖରେ ୨୪ କ୍ୟାରେଟ୍ ସୁନା ଦର ପ୍ରତି ଗ୍ରାମ ପିଛା ୧୫ ହଜାର ୩୧୬ ଟଙ୍କା ଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୧୪ ହଜାର ୪୦ ଟଙ୍କା ରହିଥିଲା ।
ଯଦି ଆଜି ଅର୍ଥାତ ଜୁନ୍ ୧୧ର ରେଟ୍ କଥା କହିବା ତାହାଲେ ଆଜି ୨୪ କ୍ୟାରେଟ୍ ସୁନା ଦର ପ୍ରତି ଗ୍ରାମ ପିଛା ୧୪ ହଜାର ୫୬୪ ଥିବାବେଳେ ୨୨ କ୍ୟାରେଟ୍ ସୁନା ଦର ରହିଛି ୧୩ ହଜାର ୩୫୦ ଟଙ୍କା । ଦର ବଢ଼ୁଥିବା ବେଳେ ଲୋକ ସୁନା ପ୍ରତି ମୁହଁ ଫେରାଉଥିବା ବେଳେ ଏବେ କିନ୍ତୁ ସୁନା କିଣିବାକୁ ଗ୍ରାହକଙ୍କ ମଧ୍ୟ ବଢ଼ିଛି ଉତ୍ସାହ । ତେବେ ବିଶେଷଜ୍ଞଙ୍କ ମତରେ ମଧ୍ୟପ୍ରାଚ୍ୟ ସଙ୍କଟ ପାଇଁ ସୁନା ଦରରେ ଏଭଳି ଅସ୍ଥିରତା ଦେଖିବାକୁ ମିଳୁଛି । ତେବେ ଆଗକୁ ସୁନା ଦରରେ ଏଭଳି ଅସ୍ଥିରତା ଲାଗି ରହୁଛି ନା ପୁଣି ଥରେ ଦର ବଢ଼ୁଛି ତାହା ଦେଖିବାକୁ ବାକି ରହିଲା ।

ଅଧିକ ପଢ଼ନ୍ତୁ: ୫ ଦିନରେ ୧୮ ହଜାର କମିଲା ରୁପା ଦର, ସର୍ବୋଚ୍ଚ ସ୍ତରରୁ ୪୮ ହଜାର ଶସ୍ତା ହେଲା ସୁନା
ଯଦି ଆଜି ଅର୍ଥାତ ଜୁନ୍ ୧୧ର ରେଟ୍ କଥା କହିବା ତାହାଲେ ଆଜି ୨୪ କ୍ୟାରେଟ୍ ସୁନା ଦର ପ୍ରତି ଗ୍ରାମ ପିଛା ୧୪ ହଜାର ୫୬୪ ଥିବାବେଳେ ୨୨ କ୍ୟାରେଟ୍ ସୁନା ଦର ରହିଛି ୧୩ ହଜାର ୩୫୦ ଟଙ୍କା । ଦର ବଢ଼ୁଥିବା ବେଳେ ଲୋକ ସୁନା ପ୍ରତି ମୁହଁ ଫେରାଉଥିବା ବେଳେ ଏବେ କିନ୍ତୁ ସୁନା କିଣିବାକୁ ଗ୍ରାହକଙ୍କ ମଧ୍ୟ ବଢ଼ିଛି ଉତ୍ସାହ । ତେବେ ବିଶେଷଜ୍ଞଙ୍କ ମତରେ ମଧ୍ୟପ୍ରାଚ୍ୟ ସଙ୍କଟ ପାଇଁ ସୁନା ଦରରେ ଏଭଳି ଅସ୍ଥିରତା ଦେଖିବାକୁ ମିଳୁଛି । ତେବେ ଆଗକୁ ସୁନା ଦରରେ ଏଭଳି ଅସ୍ଥିରତା ଲାଗି ରହୁଛି ନା ପୁଣି ଥରେ ଦର ବଢ଼ୁଛି ତାହା ଦେଖିବାକୁ ବାକି ରହିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories