Videos
|
Gold

Gold Price Crash / ୧ ଲକ୍ଷ ତଳକୁ ଖସିବ କି ସୁନା ? ୧୪ ମାସର ସର୍ବନିମ୍ନ ସ୍ତରରେ ସୁନା ଦର

Santosh Kumar Sahoo
Browse all articles by Santosh Kumar Sahoo
·42 mins ago·2 min read
୧ ଲକ୍ଷ ତଳକୁ ଖସିବ କି ସୁନା ? ୧୪ ମାସର ସର୍ବନିମ୍ନ ସ୍ତରରେ ସୁନା ଦର
Gold Price Crash

Key Points

୧୪ ମାସର ସର୍ବନିମ୍ନ ସ୍ତରରେ ସୁନା ଦର
୫,୬୩୮ ଟଙ୍କା କମିଲା
ରୁପା ବି ହେଲା ଶସ୍ତା

ଭାରତୀୟ ବଜାରରେ ସୁନା ଓ ରୂପା ଦରରେ ବଡ଼ ହ୍ରାସ ଦେଖିବାକୁ ମିଳିଛି । ସୁନା ମୂଲ୍ୟରେ ୫ ହଜାର ୬୩୮ ଟଙ୍କା ହ୍ରାସ ହୋଇଥିବା ବେଳେ ରୂପା ଦର ମଧ୍ୟ ୭ ହଜାର ୯୧୧ ଟଙ୍କା ପର୍ଯ୍ୟନ୍ତ କମିଛି । ଲଗାତାର ଦର ହ୍ରାସ ଯୋଗୁଁ ସୁନା ମୂଲ୍ୟ ପ୍ରାୟ ୧୪ ମାସର ସର୍ବନିମ୍ନ ସ୍ତର ନିକଟରେ ପହଞ୍ଚିଛି । ଚଳିତ ବର୍ଷର ସର୍ବୋଚ୍ଚ ସ୍ତର ତୁଳନାରେ ସୁନା ଦର ପ୍ରାୟ ୩୨ ପ୍ରତିଶତ ହ୍ରାସ ପାଇଛି । ଏହି ହ୍ରାସ ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ଆଣିଥିବା ବେଳେ ନିବେଶକଙ୍କ ମଧ୍ୟରେ ଚିନ୍ତା ବଢ଼ାଇଛି ।

ଭୁବନେଶ୍ୱରରେ କେତେ ରହିଛି ସୁନା ଦର ?

ଭୁବନେଶ୍ୱର ବଜାରରେ ମଧ୍ୟ ସୁନା ଦର ଉଚ୍ଚ ସ୍ତରରେ ରହିଥିଲେ ହେଁ ଏଥିରେ ହ୍ରାସ ଦେଖାଯାଇଛି । ଏଠାରେ ୨୪ କ୍ୟାରେଟ୍‌ର ୧୦ ଗ୍ରାମ୍ ସୁନା ଦର ପ୍ରାୟ ୧ ଲକ୍ଷ ୨୫ ହଜାର ଟଙ୍କା ଉପରେ ରହିଛି । ସେହିପରି ୨୨ କ୍ୟାରେଟ୍‌ର ୧୦ ଗ୍ରାମ୍ ସୁନା ମୂଲ୍ୟ ପ୍ରାୟ ୧ ଲକ୍ଷ ୧୪ ହଜାର ଟଙ୍କା ପାଖାପାଖି ରହିଛି ।

କାହିଁକି ହ୍ରାସ ପାଉଛି ସୁନା ଓ ରୂପା ଦର ? 

ବଜାର ବିଶେଷଜ୍ଞଙ୍କ ଅନୁସାରେ, ସୁନା ଦର ହ୍ରାସ ପଛରେ ଅନେକ ଅନ୍ତର୍ଜାତୀୟ କାରଣ ରହିଛି। ଆମେରିକାର ଫେଡେରାଲ୍ ରିଜର୍ଭ ପକ୍ଷରୁ ସୁଧ ହାର ବୃଦ୍ଧି ହେବାର ସମ୍ଭାବନା ସଙ୍କେତ, ଡଲାରର ମଜବୁତ ସ୍ଥିତି ଏବଂ ବଣ୍ଡ୍ ୟିଲ୍ଡରେ ବୃଦ୍ଧି ସୁନା ମୂଲ୍ୟ ଉପରେ ଚାପ ପକାଉଛି ।

ଏହାବ୍ୟତୀତ ଡଲାର ତୁଳନାରେ ଭାରତୀୟ ଟଙ୍କାର ସ୍ଥିତି ମଧ୍ୟ ସୁନା ଦରକୁ ପ୍ରଭାବିତ କରୁଛି। ଅନ୍ୟପଟେ ବିଶ୍ୱ ବଜାରରେ ନିବେଶକମାନେ ନଗଦ ଅର୍ଥ ସଂଗ୍ରହ କରିବା ପାଇଁ ସୁନା ଓ ଅନ୍ୟାନ୍ୟ ସମ୍ପତ୍ତି ବିକ୍ରି କରୁଥିବାରୁ ବିକ୍ରି ଚାପ ବଢ଼ିଛି। ଏହାର ପ୍ରଭାବ ମଧ୍ୟ ସୁନା ଓ ରୂପା ଦର ଉପରେ ପଡ଼ୁଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଗକୁ କେଉଁ ଦିଗକୁ ଯିବ ସୁନା ଦର ?

ଆଗାମୀ ଦିନରେ ସୁନା ଓ ରୂପା ଦର କେଉଁ ଦିଗକୁ ଗତି କରିବ, ତାହା ଉପରେ ନିବେଶକଙ୍କ ନଜର ରହିଛି । ବିଶେଷକରି ଆସନ୍ତା ସପ୍ତାହରେ ପ୍ରକାଶ ପାଇବାକୁ ଥିବା ଆମେରିକାର ମୁଦ୍ରାସ୍ଫୀତି ସମ୍ପର୍କିତ ତଥ୍ୟ ଗୁରୁତ୍ୱପୂର୍ଣ୍ଣ ହେବ । ଏଥିସହ ଡିସେମ୍ବର ୯ରେ ହେବାକୁ ଥିବା ଆମେରିକା ଫେଡେରାଲ୍ ରିଜର୍ଭର ବୈଠକ ଉପରେ ମଧ୍ୟ ବଜାରର ନଜର ରହିଛି ।

ଏହି ବୈଠକରେ ସୁଧ ହାର ସମ୍ପର୍କରେ ନିଆଯିବାକୁ ଥିବା ନିଷ୍ପତ୍ତି ସୁନା ଓ ରୂପା ଦରର ପରବର୍ତ୍ତୀ ଗତି ନିର୍ଦ୍ଧାରଣ କରିବାରେ ପ୍ରମୁଖ ଭୂମିକା ନେଇପାରେ। ତେଣୁ ସୁନା କିଣିବାକୁ ଯୋଜନା କରୁଥିବା ଗ୍ରାହକ ଏବଂ ନିବେଶକମାନେ ବଜାରର ପରବର୍ତ୍ତୀ ପରିବର୍ତ୍ତନ ଉପରେ ନଜର ରଖିଛନ୍ତି ।