Gold Price Today / ମାସକରେ ୨୨ ହଜାର ଟଙ୍କା ଶସ୍ତା ହେଲା ସୁନା, ଆହୁରି କମିବ ନା ବଢ଼ିବ ?
·55 mins ago·2 min read

Key Points
ସୁନା ଦରରେ ବଡ଼ ହ୍ରାସ
୨୨ ହଜାର ଟଙ୍କା କମିଲା
ସୁନା କିଣିବାକୁ ଏହା ହିଁ ସୁବର୍ଣ୍ଣ ସୁଯୋଗ ?
୨୨ ହଜାର ଟଙ୍କା କମିଲା
ସୁନା କିଣିବାକୁ ଏହା ହିଁ ସୁବର୍ଣ୍ଣ ସୁଯୋଗ ?
ଦିଲ୍ଲୀ: ଗତ ଏକ ମାସ ମଧ୍ୟରେ ସୁନା ଦରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି । ମାତ୍ର ଗୋଟିଏ ମାସ ମଧ୍ୟରେ ସୁନା ଦର ପ୍ରାୟ ୨୨ ହଜାର ଟଙ୍କା ହ୍ରାସ ପାଇଛି । ବିବାହ ଋତୁ ଆରମ୍ଭ ହେବା ପୂର୍ବରୁ ସୁନା ଦର କମିବା ଗ୍ରାହକଙ୍କୁ ଆଶ୍ୱସ୍ତି ଦେଇଛି । ତେବେ ଦର ହ୍ରାସ ପରେ ଏବେ ସୁନା କିଣିବା ଠିକ୍ ହେବ ନା ଆହୁରି କିଛି ଦିନ ଅପେକ୍ଷା କରିବା ଉଚିତ, ତାହାକୁ ନେଇ ଗ୍ରାହକଙ୍କ ମନରେ ଦ୍ୱନ୍ଦ୍ୱ ରହିଛି ।
ବଜାର ବିଶେଷଜ୍ଞଙ୍କ ମତରେ, ଏବେ ସୁନା କିଣିବାକୁ ଚାହୁଁଥିଲେ ଏକାଥରକେ ସମସ୍ତ ଟଙ୍କା ନିବେଶ ନକରି ପର୍ଯ୍ୟାୟକ୍ରମେ କିଣିବା ଅଧିକ ଲାଭଦାୟକ ହୋଇପାରେ । କାରଣ ଆଗାମୀ ଦିନରେ ସୁନା ଦରରେ ଆହୁରି ଉତ୍ଥାନ-ପତନ ଦେଖିବାକୁ ମିଳିପାରେ ।
SAHIର ଗବେଷଣା ମୁଖ୍ୟ ଗୌରବ ଅରୋରାଙ୍କ ଅନୁଯାୟୀ, ଆମେରିକାରେ ମୁଦ୍ରାସ୍ଫୀତି ଏବଂ ସେଠାକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭର ସୁଧହାରକୁ ନେଇ ରହିଥିବା ଅନିଶ୍ଚିତତା ଯୋଗୁଁ ସୁନା ଦରରେ ହ୍ରାସ ଘଟିଛି ।
ତାଙ୍କ ମତରେ, MCXରେ ସୁନା ପାଇଁ ୧,୧୭,୯୦୦ ଟଙ୍କା ପ୍ରତି ୧୦ ଗ୍ରାମର ସ୍ତର ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନ ସୁନା ଦର ୧ ଲକ୍ଷ ଟଙ୍କା ପ୍ରତି ୧୦ ଗ୍ରାମ ତଳକୁ ଖସିବାର ସମ୍ଭାବନା କମ୍ ବୋଲି ସେ ମତ ଦେଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଯେଉଁମାନଙ୍କ ଘରେ ବିବାହ ରହିଛି କିମ୍ବା ଅନ୍ୟ କୌଣସି ବ୍ୟକ୍ତିଗତ ଆବଶ୍ୟକତା ପାଇଁ ସୁନା କିଣିବାର ଯୋଜନା ରହିଛି, ସେମାନେ ଏହି ଦର ହ୍ରାସର ଫାଇଦା ଉଠାଇପାରିବେ। କିନ୍ତୁ ଏକାଥରକେ ପୂରା ସୁନା ନକିଣି ବିଭିନ୍ନ ସମୟରେ ଅଳ୍ପ ଅଳ୍ପ କରି କିଣିବା ଉଚିତ ।
ସାଧାରଣ ଗ୍ରାହକଙ୍କ ପାଇଁ କ'ଣ ପରାମର୍ଶ ?
ଯଦି ଆପଣଙ୍କ ପରିବାରରେ ବିବାହ ଅଛି କିମ୍ବା ଭବିଷ୍ୟତ ପାଇଁ ସୁନା କିଣିବାକୁ ଚାହୁଁଛନ୍ତି, ତେବେ ବର୍ତ୍ତମାନର ଦର ହ୍ରାସ ସମୟରେ କିଣାକିଣି ଆରମ୍ଭ କରିପାରିବେ । ତେବେ ସମସ୍ତ ସଞ୍ଚିତ ଟଙ୍କା ଏକାଥରକେ ସୁନାରେ ଖର୍ଚ୍ଚ କରନ୍ତୁ ନାହିଁ। ବଜାରର ସ୍ଥିତିକୁ ଦେଖି ଭିନ୍ନ ଭିନ୍ନ ସମୟରେ ଅଳ୍ପ ଅଳ୍ପ କରି ସୁନା କିଣନ୍ତୁ ।
ଆହୁରି ଦର କମିବାକୁ ଅପେକ୍ଷା କରିବେ କି ?
ସୁନା ଦର ଆହୁରି କମିବ ବୋଲି ଆଶା କରି ଅଧିକ ଦିନ କିଣାକିଣିକୁ ଟାଳିବା ମଧ୍ୟ ଠିକ୍ ନୁହେଁ । କାରଣ ସୁନା ବଜାରରେ ଏବେ ମଧ୍ୟ ଅନିଶ୍ଚିତତା ଜାରି ରହିଛି। କେତେକ ବିଶେଷଜ୍ଞଙ୍କ ମତରେ, ୨୦୨୭ ମସିହାରେ ସୁନା ଦର ପୁଣିଥରେ ବୃଦ୍ଧି ପାଇପାରେ ।

Related Topics
Explore more stories