Gold Price Drop / ୧ ଲକ୍ଷ ଟଙ୍କା ହେବ କି ୧୦ ଗ୍ରାମ ସୁନାର ଦାମ୍ ? ରୁପା ଦର କେତେ ଖସିବ ?
·14 mins ago·3 min read

Key Points
ସୁନା ଦରରେ ଆସିବ ବଡ଼ ହ୍ରାସ !
ରୁପା ବି ହେବ ଶସ୍ତା
ବିଶେଷଜ୍ଞ କହିଲେ ଭବିଷ୍ୟତ ଦର
ରୁପା ବି ହେବ ଶସ୍ତା
ବିଶେଷଜ୍ଞ କହିଲେ ଭବିଷ୍ୟତ ଦର
ବିବାହ ଋତୁ ଆରମ୍ଭ ହେବାକୁ ଯାଉଥିବାବେଳେ ସୁନା ଓ ରୁପା କିଣିବାକୁ ଅପେକ୍ଷା କରିଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଖବର । ଗତ କିଛି ଦିନ ହେବ ସୁନା ଓ ରୁପା ଦରରେ ଲଗାତାର ହ୍ରାସ ଦେଖିବାକୁ ମିଳୁଛି । ସୋମବାର ଫ୍ୟୁଚର୍ସ ବଜାରରେ ସୁନା ଦାମ୍ ୨,୧୦୦ ଟଙ୍କାରୁ ଅଧିକ ହ୍ରାସ ପାଇଥିବାବେଳେ ରୁପା ଦର ମଧ୍ୟ ଗୋଟିଏ ଦିନରେ ୮,୪୦୦ ଟଙ୍କାରୁ ଅଧିକ କମିଛି । ଫଳରେ ସୁନା ଦର ୧.୩୫ ଲକ୍ଷ ଟଙ୍କା ଏବଂ ରୁପା ଦର ୧.୭୦ ଲକ୍ଷ ଟଙ୍କା ତଳକୁ ଖସିଆସିଛି ।
ନଭେମ୍ବର ମାସ ଆରମ୍ଭରେ ସୁନା ଓ ରୁପା ଦର ବୃଦ୍ଧି ପାଉଥିବାବେଳେ ଏବେ ହଠାତ୍ ଦର ହ୍ରାସ ଗ୍ରାହକଙ୍କୁ ଆଶ୍ୱସ୍ତି ଦେଇଛି । ତେବେ ଆଗକୁ ସୁନା ଓ ରୁପା ଦର ଆହୁରି କମିବ କି ? ସୁନା ଦାମ୍ ୧ ଲକ୍ଷ ଟଙ୍କାକୁ ଖସିବ କି? ଏଭଳି ଅନେକ ପ୍ରଶ୍ନ ଏବେ ଗ୍ରାହକଙ୍କ ମନରେ ରହିଛି ।
୧ ଲକ୍ଷ ଟଙ୍କାକୁ ଖସିବ କି ସୁନା ଦର ?
ସୁନା ଦରରେ ବଡ଼ ହ୍ରାସ ପରେ ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ସୁନା ଦାମ୍ କ'ଣ ୧ ଲକ୍ଷ ଟଙ୍କା ପ୍ରତି ୧୦ ଗ୍ରାମକୁ ଖସିବ ? ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ଆଗାମୀ କିଛି ସମୟ ମଧ୍ୟରେ ସୁନା ଦର ୧.୧୫ ଲକ୍ଷରୁ ୧.୨୫ ଲକ୍ଷ ଟଙ୍କା ମଧ୍ୟରେ ରହିପାରେ । କିନ୍ତୁ ସୁନା ଦର ଏତେ ତଳକୁ ଖସି ୧ ଲକ୍ଷ ଟଙ୍କାରେ ପହଞ୍ଚିବାର ସମ୍ଭାବନା ବର୍ତ୍ତମାନ କମ୍ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।
କେତେ ତଳକୁ ଖସିପାରେ ରୁପା ଦର ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୁନା ଭଳି ରୁପା ଦରକୁ ନେଇ ମଧ୍ୟ ବିଶେଷଜ୍ଞମାନେ ଆକଳନ କରିଛନ୍ତି । ଆଗାମୀ ଦିନରେ ରୁପା ଦର କିଲୋଗ୍ରାମ ପିଛା ୧.୪୦ ଲକ୍ଷରୁ ୧.୬୦ ଲକ୍ଷ ଟଙ୍କା ମଧ୍ୟରେ ରହିପାରେ । ତେବେ ସୁନା ଓ ରୁପାର ଭବିଷ୍ୟତ ଦର ଅନେକ ଆନ୍ତର୍ଜାତୀୟ କାରଣ ଉପରେ ନିର୍ଭର କରିବ । ବିଶେଷକରି ଡଲାରର ମୂଲ୍ୟ, ସୁଧ ହାର, ମୁଦ୍ରାସ୍ଫୀତି ଏବଂ ବିଶ୍ୱର ରାଜନୈତିକ ଓ ଆର୍ଥିକ ସ୍ଥିତି ଏହି ଦରକୁ ପ୍ରଭାବିତ କରିପାରେ ।
କେତେ କମିଲା ସୁନା ଦର ?
ନଭେମ୍ବର ୫ ତାରିଖରୁ ସୁନା ଦରରେ ହ୍ରାସ ଆରମ୍ଭ ହୋଇଥିଲା । ନଭେମ୍ବର ୫ରେ ୧୦ ଗ୍ରାମ ପିଛା ୧,୪୪,୦୯୫ ଟଙ୍କା ଥିବା ସୁନା ଦର ନଭେମ୍ବର ୧୬ ସୁଦ୍ଧା ହ୍ରାସ ପାଇ ୧,୩୪,୫୩୯ ଟଙ୍କାରେ ପହଞ୍ଚିଥିଲା । ଅର୍ଥାତ୍ ଏହି ସମୟ ମଧ୍ୟରେ ସୁନା ଦର ୯,୫୫୬ ଟଙ୍କା କମିଛି । ସେହିପରି ସୋମବାର ଗୋଟିଏ ଦିନରେ ସୁନା ଦାମ୍ ୨,୧୬୬ ଟଙ୍କା ହ୍ରାସ ପାଇଥିଲା ।
ରୁପା ଦରରେ ମଧ୍ୟ ବଡ଼ ହ୍ରାସ
ସୁନା ସହ ରୁପା ଦରରେ ମଧ୍ୟ ଉଲ୍ଲେଖନୀୟ ହ୍ରାସ ଘଟିଛି । ନଭେମ୍ବର ୫ ତାରିଖରେ କିଲୋଗ୍ରାମ ପିଛା ୧,୮୭,୧୪୦ ଟଙ୍କା ଥିବା ରୁପା ଦର ନଭେମ୍ବର ୧୬ ସୁଦ୍ଧା ହ୍ରାସ ପାଇ ୧,୬୭,୮୬୩ ଟଙ୍କାରେ ପହଞ୍ଚିଛି । ଅର୍ଥାତ୍ ମାତ୍ର କିଛି ଦିନ ମଧ୍ୟରେ ରୁପା ଦର କିଲୋଗ୍ରାମ ପିଛା ୧୯,୨୭୭ ଟଙ୍କା କମିଛି ।
ସୁନା-ରୁପା କେବେ କିଣିବେ ?
ବିବାହ ଋତୁ ପୂର୍ବରୁ ସୁନା ଓ ରୁପା ଦର ହ୍ରାସ ପାଇବା ଗ୍ରାହକଙ୍କ ପାଇଁ ଏକ ଭଲ ସୁଯୋଗ ହୋଇପାରେ । ତେବେ ବିଶେଷଜ୍ଞଙ୍କ ପରାମର୍ଶ ହେଉଛି, ଦର କମିବା ଦେଖି ଏକାଥରକେ ସମସ୍ତ ଟଙ୍କା ନିବେଶ ନକରି ପର୍ଯ୍ୟାୟକ୍ରମେ କିଣିବା ଭଲ । ଯଦି ଆପଣ ବିବାହ କିମ୍ବା ଅନ୍ୟ ଆବଶ୍ୟକତା ପାଇଁ ସୁନା ଗହଣା କିଣିବାକୁ ଚାହୁଁଛନ୍ତି, ତେବେ ନିଜ ଆବଶ୍ୟକତା ଅନୁସାରେ ବିଭିନ୍ନ ସମୟରେ କିଣିପାରିବେ। ଅନ୍ୟପକ୍ଷରେ, ନିବେଶ ଉଦ୍ଦେଶ୍ୟରେ ସୁନା କିଣିବାକୁ ଚାହୁଁଥିଲେ ଦର ସ୍ଥିର ହେବା ପର୍ଯ୍ୟନ୍ତ ଅପେକ୍ଷା କରିବା ଏକ ବିକଳ୍ପ ହୋଇପାରେ।

Related Topics
Explore more stories