Gold prices / ଡରାଇଲାଣି ସୁନା ଦର, ୧୯୭୯ ମସିହା ପରେ ପ୍ରଥମଥର ଏତେ ଦାମ୍
·6 months ago·2 min read

Key Points
ସବୁ ପୁରୁଣା ରେକର୍ଡ ଭାଙ୍ଗିଲା ସୁନା
ଆଗାମୀ ବର୍ଷରେ ବଢ଼ିବ ନା କମିବ
ଆଗାମୀ ବର୍ଷରେ ବଢ଼ିବ ନା କମିବ
ସରୁଛି ବର୍ଷ ୨୦୨୫ ଆଉ ହୁ ହୁ ହୋଇ ବଢ଼ୁଛି ସୁନା ଦର। ସବୁ ରେକର୍ଡ ଭାଙ୍ଗିଦେଲା। ଦାମ୍ ଶୁଣିଲେ ଆପଣ ବି ଆଉ ସୁନା କିଣିବାକୁ ମନ ବଳାଇବେ ନାହିଁ। ଏକ୍ସପର୍ଟଙ୍କ ଅନୁସାରେ ୧୯୭୯ ମସିହା ପରେ ସୁନାର ଏହା ସବୁଠୁ ମଜଭୁତ ବାର୍ଷିକ ପରଫର୍ମାନ୍ସ । ସୁନା ଦର କେତେ ତୀବ୍ର ବଢୁଛି ଏହାକୁ ମାତ୍ର ୩୬ ଦିନର ଦରରୁ ଅନୁମାନ କରାଯାଇ ପାରେ। ଏହି ସମୟରେ ଆଉନ୍ସ ପିଛା ଦର ୩,୫୦୦ରୁ ୪,୩୮୧ ଡଲାରକୁ ପହଞ୍ଚିଥିଲା। ଅର୍ଥାତ ମାତ୍ର କିଛି ସପ୍ତାହରେ ୧୪% ଅଭିବୃଦ୍ଧି ହାସଲ କରିଥିଲା। ସ୍ପଟ ଗୋଲ୍ଡ ଦର ଅକ୍ଟୋବର ୨୦୨୫ର ଆଉନ୍ସ ପିଛା ୪,୩୮୧. ୪ ଡଲାର ରେକର୍ଡକୁ ଭାଙ୍ଗି ଦେଇଛି ଓ ଏ ପର୍ଯ୍ୟନ୍ତ ବର୍ଷକରେ ୪୫ ଥର ନୂଆ ଅଲଟାଇମ ହାଇ ରେକର୍ଡ ହାସଲ କରିସାରିଲାଣି।
ସୁନା ଦର ୨୦୨୫ ମସିହାରେ ଏପରି ବେଗ ଧରିଛି ଯାହା ବଜାରରେ ସବୁ ପୁରୁଣା ରେକର୍ଡ ଫିକା କରିଦେଇଛି। ୧୯୭୯ ମସିହା ପରେ ଏହା ସୁନା ଦରରେ ସବୁଠୁ ଦ୍ରୁତ ରାଲି ବୋଲି କୁହାଯାଉଛି। ତେବେ କେବଳ ସୁନା ନୁହେଁ ରୂପା ଦର ମଧ୍ୟ ରାଲି କରିବାରେ ଲାଗିଛି। ପ୍ରତି ଆଉନ୍ସ ପିଛା ରୂପା ଦର ୫୦ ଡଲାର ପାର ହୋଇ ଯାଇଛି। ଗ୍ରୀନ ଏନର୍ଜୀ, ଇଲେକ୍ଟ୍ରିକ୍ ଭେଇକଲ ଓ ଏଆଇ ଡାଟା ସେଣ୍ଟର ଭଳି ଟେକ୍ନୋଲଜିର ଚାହିଦା ବୃଦ୍ଧି ଯୋଗୁ ରୂପାକୁ ବଜାରରେ ଅତିରିକ୍ତ ସମର୍ଥନ ମିଳୁଛି। ଦେଶରେ ବିବାହ ଓ ପାର୍ବଣ ଋତୁ ଯୋଗୁ ଫିଜିକାଲ ଗୋଲ୍ଡ ଡିମାଣ୍ଡ ମଧ୍ୟ ବଢିଛି। ତେବେ ହଲ ମାର୍କିଂ ନିୟମ ଓ ଇମ୍ପୋର୍ଟ ଡ୍ୟୁଟି କାରଣରୁ ପ୍ରିମିୟମ ଉଚ୍ଚା ରହିଛି। ଏଣୁ ସାଧାରଣ କ୍ରେତାଙ୍କ ଲାଗି ସୁନା କିଣିବା ଏବେ ଦୁର୍ଲଭ ହୋଇପଡିଛି।
ଏଥିସହ ପଢ଼ନ୍ତୁ: ଡ୍ରୋନ ସଫା କରିବ ମାଉଣ୍ଟ ଏଭରେଷ୍ଟ ଉପରେ ଗଦା ହୋଇଥିବା ମଣିଷ ଶବ
ବୈଶ୍ୱିକ ବଜାରରେ ସୁନା ଆଉନ୍ସ ପିଛା ୪,୩୫୦ ଡଲାରକୁ ପହଞ୍ଚିବା ଭାରତୀୟ ବଜାରକୁ ମଧ୍ୟ ପ୍ରଭାବିତ କରିଥିଲା। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ) ରେ ସୁନା ପ୍ରତି ୧୦ ଗ୍ରାମ ଦର ୧,୧୩,୦୦୦ରୁ ୧,୧୫,୦୦୦ ଟଙ୍କାକୁ ପହଞ୍ଚିଥିଲା। ଅର୍ଥାତ ମାତ୍ର ମାସକରେ ସୁନା ଦରରେ ୬ରୁ ୭% ବୃଦ୍ଧି ଦେଖାଯାଇଛି।ଯଦି ଆମେରିକା ଫେଡେରାଲ ରିଜର୍ଭ ରେଟ୍ କଟ୍ ଜାରି ରଖନ୍ତି ତେବେ ୨୦୨୬ରେ ସୁନା ପ୍ରତି ଆଉନ୍ସ ୪,୦୦୦ରୁ ୪,୫୦୦ ଡଲାରକୁ ଛୁଇଁପାରେ। ତେବେ ମଝିରେ ମଝିରେ ୧୦ରୁ ୧୫% ପର୍ଯ୍ୟନ୍ତ ସଂଶୋଧନ ମଧ୍ୟ ଦେଖିବାକୁ ମିଳିପାରେ।
ଏହା ଛଡା ଏକ୍ସପର୍ଟଙ୍କ ଅନୁସାରେ ଗୋଲ୍ଡର ଷ୍ଟ୍ରକ୍ଚରାଲ ବୁଲ ମାର୍କେଟ ଏବେବି ସମାପ୍ତ ହୋଇନି। ଗୋଲ୍ଡମ୍ୟାନ ସାକ୍ସ ୨୦୨୬ ସମାପ୍ତ ପର୍ଯ୍ୟନ୍ତ ଆଉନ୍ସ ପିଛା ୪,୯୦୦ ଡଲାର ବେସ୍ କ୍ୟାସ୍ ଟାର୍ଗେଟ୍ ଦେଇଛି। ବ୍ୟାଙ୍କର ଅନୁମାନ ଯେ ୨୦୨୪ ଚତୁର୍ଥ ତ୍ରୈମାସିକ ବେଳକୁ ସୁନା ଆଉନ୍ସ ପିଛା ଦର ୫,୦୫୫ ଡଲାରକୁ ପହଞ୍ଚି ପାରେ। ତେବେ ୨୦୨୬ରେ ଏହି ସୁନା ଏବଂ ରୁପା ଦର ଆଉ କେତେ ବୃଦ୍ଧି ହେଉଛି ତାହା ଚିନ୍ତାର କାରଣ। କାହିଁକି ନା ସମସ୍ତେ ଆଶା କରୁଥିଲେ ଯେ, ହୁଏତ ସୁନା ଦର କମିବ, କିନ୍ତୁ ଏହା ସତରେ କମିବ କି ନାହିଁ ତାହା ଜଣାନାହିଁ।
ଅଧିକ ପଢ଼ନ୍ତୁ ଅର୍ଥନୀତି ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories