Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Drone Clean Up / ଡ୍ରୋନ ସଫା କରିବ ମାଉଣ୍ଟ ଏଭରେଷ୍ଟ ଉପରେ ଗଦା ହୋଇଥିବା ମଣିଷ ଶବ

Banajyotshna Ray
Browse all articles by Banajyotshna Ray
·6 months ago·2 min read
ଡ୍ରୋନ ସଫା କରିବ ମାଉଣ୍ଟ ଏଭରେଷ୍ଟ ଉପରେ ଗଦା ହୋଇଥିବା ମଣିଷ ଶବ
Drone Clean Up

Key Points

ଅଳିଆ ସଫା କରିବ ଡ୍ରୋନ
ଡିଜିଟାଲ ଦୁନିଆରେ ଟେକ୍ନୋଲୋଜିରେ କରାଯିବ ସବୁ କା
ଏଣିକି ଡ୍ରୋନ କରିବ ଅଳିଆ ସଫା। ଆଉ ଦରକାର ପଡ଼ିବ ନାହିଁ ସଫେଇ କର୍ମଚାରୀଙ୍କର। ପରିବେଶ ସୁରକ୍ଷା ଦିଗରେ ଏକ ଭିନ୍ନ ପଦକ୍ଷେପ ଆପଣାଇଛି ନେପାଳ। ଆଜିର ଟେକ୍ନୋଲୋଜି ସବୁ ଜିନିଷକୁ ସହଜ ପରିଦେଳାଣି। ଶିଖିବା ଶିଖାଇବା ନିୟମ ସଂପୂର୍ଣ୍ଣ ବଦଳିଗଲାଣି। ସିଏ ମୋବାଇଲ ବ୍ୟାଙ୍କିଙ୍ଗ ହେଉ ଅବା ବୁକିଂ ଡିଜିଟାଲ ଦୁନିଆରେ ଏବେ ସବୁକିଛି କରିବା ସହଜ ହୋଇଗଲାଣି। ଠିକ ସେହିପରି ଟେକ୍ନୋଲୋଜିର ବ୍ୟବହାର କରି ଏବେ କରାଯିବ ମାଉଣ୍ଟ ଏଭରେଷ୍ଟ ଉପରେ ଗଦା ହୋଇଥିବା ମଣିଷ ଶବ। ଏପରିକି ମେଞ୍ଚା ମେଞ୍ଚା ଅଳିଆ ସବୁ ପଡି ଏବେ ଏହା ଦୁର୍ଗନ୍ଧ ହେବାକୁ ଲାଗିଲାଣି।

ଆଉ ଏହାରି ଭିତରେ ନେପାଳ ସରକାର ଏହାକୁ ସଫା କରିବା ପାଇଁ ଏକ ନୂଆ ଯୋଜନା ଆଣିବାକୁ ଯାଉଛନ୍ତି। ଅତ୍ୟଧିକ ଭିଡ଼ ଏବଂ ପରିବେଶଗତ କ୍ଷତି ଯୋଗୁଁ, ସରକାର ଏଭରେଷ୍ଟ ବେସ୍ କ୍ୟାମ୍ପକୁ ଏକ ବିକଳ୍ପ ସ୍ଥାନକୁ ସ୍ଥାନାନ୍ତର କରିବାର ସମ୍ଭାବ୍ୟତା ମଧ୍ୟ ଅଧ୍ୟୟନ କରିବେ। ବିଶ୍ୱର ସର୍ବୋଚ୍ଚ ପର୍ବତ ମାଉଣ୍ଟ ଏଭରେଷ୍ଟ ଏବଂ ଅନ୍ୟାନ୍ୟ ହିମାଳୟ ଶିଖରରେ ବଢ଼ୁଥିବା ଅଳିଆ ସମସ୍ୟାର ମୁକାବିଲା ପାଇଁ, ନେପାଳ ସରକାର ଏକ ବ୍ୟାପକ ‘ଏଭରେଷ୍ଟ କ୍ଲିନିଂ ଆକ୍ସନ ପ୍ଲାନ୍ (୨୦୨୫-୨୦୨୯)’ ପ୍ରଣୟନ କରିଛନ୍ତି।

ନେପାଳୀ ସେନା ବିଭିନ୍ନ ଅଭିଯାନ ମାଧ୍ୟମରେ ପ୍ରାୟ ୧୧୯,୦୫୬ କିଲୋଗ୍ରାମ ଅଳିଆ, ୧୨ଟି ମର ଶରୀର ମଧ୍ୟ ବ୍ଯବଚ୍ଛେଦ କରିଛି। କେବଳ ୨୦୧୯ ଅଭିଯାନରେ ୧୦.୮ ଟନ୍ ଅଳିଆ ଉଦ୍ଧାର କରାଯାଇଥିଲା। ନେପାଳ ବିଶ୍ୱର ୧୪ଟି ଉଚ୍ଚତମ ଶିଖର ମଧ୍ୟରୁ ଆଠଟି ସ୍ଥାନରେ ଅବସ୍ଥିତ। ଏହି ପଦକ୍ଷେପ କେବଳ ପର୍ଯ୍ୟଟନ ପାଇଁ ନୁହେଁ ବରଂ ପରିବେଶ ସୁରକ୍ଷା ପାଇଁ ମଧ୍ୟ ଏକ ମାଇଲଖୁଣ୍ଟ ପ୍ରମାଣିତ ହୋଇପାରେ।୨୦୨୪ ମସିହାରୁ ପର୍ବତାରୋହୀଙ୍କ ପାଇଁ “ପପ୍ ବ୍ୟାଗ୍” ବ୍ୟବହାର ବାଧ୍ୟତାମୂଳକ କରାଯାଇଛି ଏବଂ ଏହି ନୂତନ ପଞ୍ଚବାର୍ଷିକ ଯୋଜନାକୁ ହିମାଳୟର ମର୍ଯ୍ୟାଦା ଫେରାଇ ଆଣିବା ପାଇଁ ଏକ କଂକ୍ରିଟ୍ ପ୍ରୟାସ ଭାବରେ ଦେଖାଯାଉଛି।

ଏଥିସହ ପଢ଼ନ୍ତୁ: ୯ ମାସରେ ଖର୍ଚ୍ଚ ହୋଇଛି ୧୫୭ କୋଟି, କଟକ ମହାନଗରରେ ଭୟଙ୍କର ଦୁର୍ନୀତି

ମାଉଣ୍ଟ ଏଭରେଷ୍ଟ ଏକ ଡମ୍ପିଂ ଗ୍ରାଉଣ୍ଡରେ ପରିଣତ ହେଉଛି ବୋଲି ସମାଲୋଚନା ପରେ ଏହି ଯୋଜନା ପ୍ରଣୟନ କରାଯାଇଛି। ସଂସ୍କୃତି, ପର୍ଯ୍ୟଟନ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ ଏହି ଯୋଜନା ୨୦୨୫ ରୁ ୨୦୨୯ ପର୍ଯ୍ୟନ୍ତ ଚାଲିବ। ଏହି ପଞ୍ଚବାର୍ଷିକ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପର୍ବତାରୋହଣକୁ ସୁରକ୍ଷିତ କରିବା ଏବଂ ହିମାଳୟର ପରିବେଶକୁ ସୁରକ୍ଷା ଦେବା। ଏଭରେଷ୍ଟ ସମେତ ହିମାଳୟାନ ଅଞ୍ଚଳରେ ପର୍ବତ ଶିଖରରେ ଜମା ହୋଇଥିବା ଅଳିଆ ଆବର୍ଜନା ସବୁକୁ ସଫା କରିବା ପାଇଁ ଡ୍ରୋନ ଓ GPS ବ୍ଯବହାର କରିବା ପାଇଁ ଯୋଜନା କରିଛନ୍ତି ନେପାଳ ସରକାର।

ଅଧିକ ପଢ଼ନ୍ତୁ ବିଦେଶ ଖବର: 


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Drone Clean Up | “Drones to clean up human bodies accumulated on Mount Everest”| Argus News | Argus News