Gold Price Today / ୧୨ ଦିନରେ ସୁନା ୧୨ ହଜାର ମହଙ୍ଗା, ରୁପା ଦାମ୍ ବଢ଼ିଲା ୨୨ ହଜାର
·2 weeks ago·2 min read

Key Points
ହୁ ହୁ ହୋଇ ବଢ଼ୁଛି ସୁନା ଦାମ୍
୧୨ ଦିନରେ ୧୨,୦୦୦ ବୃଦ୍ଧି
ରୁପା ୧୨ ଦିନରେ ବଢ଼ିଲା ୨୨ ହଜାର
୧୨ ଦିନରେ ୧୨,୦୦୦ ବୃଦ୍ଧି
ରୁପା ୧୨ ଦିନରେ ବଢ଼ିଲା ୨୨ ହଜାର
ସୁନା-ରୁପା କିଣିବାକୁ ଚାହୁଁଥିଲେ ଏହି ଖବର ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ । ଆମେରିକା-ଇରାନ ମଧ୍ୟରେ ପୁଣି ତେଜିଲା ବିବାଦ, ବଢ଼ିଲା ଜିଓ-ପଲିଟିକାଲ୍ ଟେନସନ୍ । ଆଉ ଏହାର ପ୍ରଭାବ ସିଧାସଳଖ ଦେଖିବାକୁ ମିଳିଛି ମୂଲ୍ୟବାନ ଧାତୁ ବଜାରରେ । ଏହି ମାସରେ ସୁନା ପ୍ରାୟ ୧୨ ହଜାର ଟଙ୍କା ବଢ଼ିଥିବା ବେଳେ ଏବଂ ରୁପା ୨୨ ହଜାର ଟଙ୍କା ମହଙ୍ଗା ହୋଇସାରିଲାଣି ।
ଆମେରିକା ଓ ଇରାନ ମଧ୍ୟରେ ପୁଣିଥରେ ବିବାଦ ତୀବ୍ର ହେବାରୁ ଗ୍ଲୋବାଲ୍ ମାର୍କେଟରେ ଅସ୍ଥିରତା ବଢ଼ିଛି । ଜିଓ-ପଲିଟିକାଲ୍ ଟେନସନ୍ ବଢ଼ିବାର ପ୍ରଭାବ ଏବେ ସିଧାସଳଖ ସୁନା ଓ ରୁପା ବଜାର ଉପରେ ପଡ଼ିଛି । ଏହି ଦୁଇଟି ମୂଲ୍ୟବାନ ଧାତୁର ଦାମ୍ ଲଗାତାର ବଢ଼ିଚାଲିଛି ।
ଚଳିତ ମାସରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ୍ (MCX) ରେ ସୁନା ଦାମ୍ ପ୍ରାୟ ୧୨ ହଜାର ଟଙ୍କା ବଢ଼ିସାରିଛି । ସେହିପରି ରୁପା ଦାମ୍ରେ ମଧ୍ୟ ପ୍ରାୟ ୨୨ ହଜାର ଟଙ୍କା ବୃଦ୍ଧି ହୋଇଛି । ବୁଧବାର MCXରେ ସୁନା ଦାମ୍ ପ୍ରତି ୧୦ ଗ୍ରାମ ପିଛା ୧୨୦୦ ଟଙ୍କା ବଢ଼ି ୧ ଲକ୍ଷ ୫୪ ହଜାର ୯୬୪ ଟଙ୍କାରେ ପହଞ୍ଚିଛି । ଅନ୍ୟପଟେ, ରୂପା ଦାମ୍ ପ୍ରତି କିଲୋଗ୍ରାମ ପିଛା ୩୬୯୨ ଟଙ୍କା ବଢ଼ି ୨ ଲକ୍ଷ ୩୯ ହଜାର ୩୫୧ ଟଙ୍କାରେ ପହଞ୍ଚିଛି ।
ତେବେ ଆଗକୁ ସୁନା ଦାମ୍ ଆହୁରି ବଢ଼ିବ କି ?

ଅଧିକ ପଢ଼ନ୍ତୁ: ଆକାଶ ଛୁଇଁଲା ସୁନା ଦର, ୧୦ ସପ୍ତାହରେ ସୁନାର ବଡ଼ ରେକର୍ଡ
ତେବେ ଆଗକୁ ସୁନା ଦାମ୍ ଆହୁରି ବଢ଼ିବ କି ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୦୨୬ ପାଇଁ Axis Direct ପୂର୍ବରୁ MCX Goldର ଟାର୍ଗେଟ୍ ୧ ଲକ୍ଷ ୪୦ ହଜାରରୁ ୧ ଲକ୍ଷ ୪୫ ହଜାର ଟଙ୍କା ପ୍ରତି ୧୦ ଗ୍ରାମ ରଖିଥିଲା । କିନ୍ତୁ ସୁନା ଏହି ସ୍ତରକୁ ମଧ୍ୟ ଅତିକ୍ରମ କରିସାରିଛି । ବିଶେଷଜ୍ଞଙ୍କ ଟେକ୍ନିକାଲ୍ ଆନାଲିସିସ୍ ଅନୁସାରେ, ଯଦି ବଜାରରେ ଏହି ଜୋରଦାର ବୃଦ୍ଧି ଜାରି ରହେ, ତେବେ ସୁନା ଦାମ୍ ୧ ଲକ୍ଷ ୬୦ ହଜାର ଟଙ୍କା ଉପରକୁ ଯାଇପାରେ ।
ସେହିପରି ରୁପାକୁ ନେଇ ମଧ୍ୟ ବଡ଼ ଆକଳନ କରାଯାଉଛି । ମୋତିଲାଲ୍ ଓସୱାଲ୍ ୨୦୨୬ ଶେଷ ସୁଦ୍ଧା ରୂପା ଦାମ୍ ୩ ଲକ୍ଷ ୨୦ ହଜାର ଟଙ୍କା ପହଞ୍ଚିବାର ଟାର୍ଗେଟ୍ ରଖିଛି । ଅନ୍ତର୍ଜାତୀୟ ବଜାରକୁ ନେଇ ରଏଟର୍ସର ରିପୋର୍ଟ ଅନୁସାରେ, ଗୋଲ୍ଡ ପ୍ରତି ଆଉନ୍ସ ୪,୫୦୯ ଡଲାର ପର୍ଯ୍ୟନ୍ତ ଯାଇପାରେ । ସେହିପରି ରୁପା ପ୍ରତି ଆଉନ୍ସ ୭୨ ଡଲାରର ସ୍ତର ଭାଙ୍ଗିପାରେ ।
ବଜାର ବିଶେଷଜ୍ଞଙ୍କ ମତରେ, ସୁନା ଓ ରୁପା ଦାମ୍ ବଢ଼ିବାର ମୁଖ୍ୟ କାରଣ ହେଉଛି ବିଶ୍ୱରେ ବଢ଼ୁଥିବା ଜିଓ-ପଲିଟିକାଲ୍ ଟେନସନ୍। ଏହା ସହ ଆମେରିକୀୟ ଫେଡେରାଲ୍ ରିଜର୍ଭ ସୁଧହାର ସ୍ଥିର ରଖିବା ଏବଂ ଡଲାରରେ ଦୁର୍ବଳତା ମଧ୍ୟ ସୁନା-ରୁପାକୁ ଦର ବୃଦ୍ଧି କରିବାରେ ସମର୍ଥନ ଦେଉଛି । ଏବେ ପ୍ରଶ୍ନ ହେଉଛି—ବିଶ୍ୱ ବଜାରରେ ଅସ୍ଥିରତା ଏଭଳି ଜାରି ରହିଲେ, ସୁନା ଓ ରୁପା ଦାମ୍ ଆଉ କେତେ ଉପରକୁ ଯିବ ?

Related Topics
Explore more stories