Gold Price Today / କାହିଁକି ବୃଦ୍ଧି ପାଉଛି ସୁନା ଦର ? ଜାଣନ୍ତୁ ଆଜି କେତେ ରହିଛି ଦର...
·2 days ago·2 min read

Key Points
କାହିଁକି ବୃଦ୍ଧି ପାଉଛି ସୁନା ଦର ?
ଆଜିର ରେଟ୍ ଜାଣନ୍ତୁ
୨୪, ୨୨ ଓ ୧୮ କ୍ୟାରେଟ୍ ସୁନା ଦର ଅପଡେଟ୍
ଆଜିର ରେଟ୍ ଜାଣନ୍ତୁ
୨୪, ୨୨ ଓ ୧୮ କ୍ୟାରେଟ୍ ସୁନା ଦର ଅପଡେଟ୍
ଗତ ଦୁଇ ସପ୍ତାହ ମଧ୍ୟରେ ଭାରତରେ ସୁନା ମୂଲ୍ୟରେ ଉଲ୍ଲେଖନୀୟ ବୃଦ୍ଧି ଦେଖିବାକୁ ମିଳିଛି । କିନ୍ତୁ ଏହା ଗତ କିଛି ଦିନ ମଧ୍ୟରେ ତୁଳନାତ୍ମକ ଭାବରେ ସ୍ଥିର ରହିଛି । ତେବେ ଆସନ୍ତୁ ଜାଣି କାହିଁକି ବୃଦ୍ଧି ପାଉଛି ସୁନା ଦର ଏବଂ ଆଜି କେତେ ରହିଛି ୨୪, ୨୨ ଓ ୧୮ କ୍ୟାରେଟ୍ ସୁନା ଦର ...
କାହିଁକି ସୁନା ମୂଲ୍ୟ ବୃଦ୍ଧି ପାଉଛି ?
ସୁନା ମୂଲ୍ୟରେ ଏହି ବୃଦ୍ଧିର ତିନୋଟି କାରଣ ଅଛି । ପ୍ରଥମତଃ ଇରାନରେ ଯୁଦ୍ଧ ଯୋଗୁଁ ଲୋକମାନେ ସେୟାର ବଜାରରୁ ଟଙ୍କା ବାହାର କରୁଛନ୍ତି ଏବଂ ସୁନାରେ ନିବେଶ କରୁଛନ୍ତି । ଦ୍ୱିତୀୟ କାରଣ ହେଉଛି କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଦ୍ୱାରା ଦ୍ରୁତ କ୍ରୟ । RBI ଏବଂ ଚୀନର POBC ସେମାନଙ୍କର ବୈଦେଶିକ ମୁଦ୍ରା ଭଣ୍ଡାରରେ ସୁନା ପରିମାଣ ବୃଦ୍ଧି କରୁଛନ୍ତି । ଏହା ଯୋଗୁଁ ସୁନା ମୂଲ୍ୟ ବୃଦ୍ଧି ପାଉଛି ।
ଏହା ସହିତ, ଆମେରିକାରେ ମୁଦ୍ରାସ୍ଫୀତି ତଥ୍ୟ ଏବଂ ସୁଧ ହାର ହ୍ରାସର ସମ୍ଭାବନା ଡଲାରକୁ ସାମାନ୍ୟ ଦୁର୍ବଳ କରିଛି, ଯାହା ସୁନାର ଚମକକୁ ଆହୁରି ବୃଦ୍ଧି କରିଛି । GoodReturns ର ତଥ୍ୟ ଅନୁଯାୟୀ, ଭାରତରେ ସୁନା ମୂଲ୍ୟ ଗତକାଲି ତୁଳନାରେ ଆଜି ଅପରିବର୍ତ୍ତିତ ଅଛି, ଯାହା ସାମ୍ପ୍ରତିକ ହ୍ରାସ ପରେ ସ୍ଥିରତାକୁ ସୂଚିତ କରୁଛି ।
ଆଜିର ସୁନା ମୂଲ୍ୟ
ଆଜିର ୨୪-କ୍ୟାରେଟ୍ ସୁନାର ମୂଲ୍ୟ ୧ ଗ୍ରାମ ପିଛା ୧୫,୦୯୩ ଟଙ୍କା ରହିଛି । ସେହିପରି ୮ ଗ୍ରାମ ସୁନାର ମୂଲ୍ୟ ୧,୨୦,୭୪୪ ଟଙ୍କା ହୋଇଥିବା ବେଳେ ୧୦ ଗ୍ରାମ ସୁନାର ମୂଲ୍ୟ ୧,୫୦,୯୩୦ ଟଙ୍କା । ୨୪ କ୍ୟାରେଟ୍ ସୁନାର ୧୦୦ ଗ୍ରାମ ମୂଲ୍ୟ ୧୫,୦୯,୩୦୦ ଟଙ୍କା ରହିଛି ।
୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧ ଗ୍ରାମ ପିଛା ୧୩,୮୩୫ ଟଙ୍କା ରହିଛି । ଯାହା ଗତକାଲିଠାରୁ ମଧ୍ୟ ଅପରିବର୍ତ୍ତିତ ରହିଛି । ସେହପିରି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧,୩୮,୩୫୦ ଟଙ୍କା ରହିଛି । ସେହିପରି, ୧୮ କ୍ୟାରେଟ୍ ସୁନାର ୧ ଗ୍ରାମ ସୁନାର ମୂଲ୍ୟ ୧୧,୩୨୦ ଟଙ୍କା ରହିଛି ।
ରୂପା ମୂଲ୍ୟ
ଆଜି ଭାରତରେ ରୂପାର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଭାରତରେ ରୂପା ମୂଲ୍ୟ ପ୍ରତି ଗ୍ରାମ ୨୫୦ ଟଙ୍କା ଏବଂ କିଲୋଗ୍ରାମ ପିଛା ୨୫୦,୦୦୦ ରହିଛି । ମୁମ୍ବାଇ, ଦିଲ୍ଲୀ, କୋଲକାତା, ବେଙ୍ଗାଲୁରୁ, ପୁଣେ ଏବଂ ଅହମଦାବାଦ ଭଳି ସହରରେ ୧୦ ଗ୍ରାମ ରୂପାର ମୂଲ୍ୟ ୨,୫୦୦ ରହିଛି । ଚେନ୍ନାଇ ଏବଂ ହାଇଦ୍ରାବାଦରେ ୧୦ ଗ୍ରାମ ରୂପା ମୂଲ୍ୟ ୨,୫୫୦ ଟଙ୍କା ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories