Videos
|
Gold

Gold Price Drop / ହଠାତ କମିଗଲା ସୁନା ରେଟ୍ , ଜାଣନ୍ତୁ କଣ ଏହାର କାରଣ

Bikash Mohanty
Browse all articles by Bikash Mohanty
·56 mins ago·2 min read
ହଠାତ କମିଗଲା ସୁନା ରେଟ୍ , ଜାଣନ୍ତୁ କଣ ଏହାର କାରଣ
Gold Price

Key Points

ହଠାତ କମିଗଲା ସୁନା ରେଟ୍ !
ଏବେ ୫୦୦୦ ଟଙ୍କା ଶସ୍ତା ହେଲା ସୁନା 
ପାର୍ବଣ ଋତୁରେ ସୁନା ଦର ବଢ଼ିବ ବୋଲି ଆଶା କରାଯାଉଥିଲା
ଭୂବନେଶ୍ବର,୨୫/୧୦: ଶସ୍ତା ହେଲା ସୁନାର ଦର। ପାର୍ବଣ ଋତୁରେ ସୁନା ଦର ବଢ଼ିବ ବୋଲି ଆଶା କରାଯାଉଥିବା ବେଳେ ବଜାରରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଦୀପାବଳି ପୂର୍ବରୁ ସୁନା ରେଟ କମିଛି। ଏହାଦ୍ୱାରା ଗ୍ରାହକ ଏବଂ ନିବେଶକଙ୍କ ଆଗରେ ଏକ ବଡ଼ ପ୍ରଶ୍ନ ଉଠୁଛି। ବର୍ତ୍ତମାନ ଏହି ଦାମୀ ଧାତୁକୁ ଜମା କରିବା ଅବା କିଣିବାର ସମୟ ନା ଦର ସ୍ଥିର ହେବା ପୂର୍ବରୁ ଆହୁରି ଖସିବା ସମ୍ଭାବନା, ସେ ନେଇ ସସପେନ୍ସ ଲାଗି ରହିଛି ।

ଚଳିତ ସପ୍ତାହରେ ଅନ୍ତର୍ଜାତୀୟ ବଜାରରେ ସୁନା ଦର ପାଖାପାଖି ୪% ଖସିଛି। ଏହି ୪ ମାସରେ ସୁନାର ଏହା ସର୍ବବୃହତ୍ ହ୍ରାସ। ଅଶୋଧିତ ତୈଳ ଦରରେ ବୃଦ୍ଧି, ଦରଦାମ ଚିନ୍ତା ଏବଂ କଡ଼ା ମୁଦ୍ରାନୀତି ଆଶଙ୍କା ଯୋଗୁ ସୁନା ଆଉନ୍ସ ପିଛା ୪,୦୦୦ ଡଲାର ପର୍ଯ୍ୟନ୍ତ ଖସିଯାଇଛି। ଘରୋଇ ବଜାରରେ ବି ଦର ହ୍ରାସ ଟ୍ରେଣ୍ଡ୍ ଦେଖିବାକୁ ମିଳୁଛି। ଭୁବନେଶ୍ଵରରେ ୧୦ ଗ୍ରାମ ପିଛା ୨୨ ଏବଂ ୨୪ କ୍ୟାରେଟ ସୁନା ଦର ଯଥାକ୍ରମେ ୧,୩୦,୭୦୦ ଟଙ୍କା ଏବଂ ୧,୪୨,୫୮୦ ଟଙ୍କାକୁ ଖସିଆସିଛି। ଅକ୍ଟୋବର ୨୦ରୁ ଦର ପାଖାପାଖି ୫,୦୦୦ ଟଙ୍କା ଖସିଛି । ଖାଲି ସୁନା ନୁହେଁ, ରୁପା ଦର ବି ଖସୁଛି। କିଲୋଗ୍ରାମ ପିଛା ଏହା ବର୍ତ୍ତମାନ ୨,୨୦,୦୦୦ ଟଙ୍କାକୁ ଖସିଆସିଛି। ଗୋଟିଏ ସମୟରେ ଏହା ୪ ଲକ୍ଷ ଟଙ୍କା ଉପରେ ଥିଲା। ଚଳିତବର୍ଷ ଜାନୁଆରୀରେ ଏହା ୪,୨୦,୦୦୦ ଟଙ୍କାରେ କାରବାର କରୁଥିଲା।

ପଢନ୍ତୁ ଏହି ଖବର: ଦୀପାବଳି ପୂର୍ବରୁ ଶସ୍ତା ହେଲା ରୁପା! ୨ ଦିନରେ କମିଲା ୧୭ ହଜାର ଟଙ୍କା,ଜାଣନ୍ତୁ ଆଜିର ଦର

ସୁନା ଦର ଖସିବାର ଅନେକ କାରଣ ରହିଛି । ତେଲର ବର୍ଦ୍ଧିତ ଦର ସୁନା ପାଇଁ ବଡ଼ ବାଧକ ପାଲଟିଛି। ସାଉଦି ଆରବର ତୈଳ ଭିତ୍ତିଭୂମି ଉପରେ ହୂତି ବିଦ୍ରୋହୀଙ୍କ ହମଲା ପରେ ଶକ୍ତି ଯୋଗାଣରେ ହ୍ରାସ ବଢ଼ିଯାଇଛି। ଫଳରେ ଅଶୋଧିତ ତୈଳ ଦର ୧୧୬ ଡଲାର ପାର କରିଛି। ବର୍ଦ୍ଧିତ ଅଶୋଧିତ ତୈଳ ଦର ଦରବୃଦ୍ଧିକୁ ତେଜିବା ଆଶଙ୍କା ରହିଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସେମାନଙ୍କ ପ୍ରମୁଖ ସୁଧ ହାରକୁ ଲମ୍ବା ସମୟ ଧରି ଉଚ୍ଚ ରଖିପାରନ୍ତି। ଉଚ୍ଚ ସୁଧ ହାର ଏବଂ ଟ୍ରେଜେରୀ ୟିଲ୍ଡ ସାଧାରଣତଃ ସୁନା ଚାହିଦାକୁ କମାଇଥାଏ । କାରଣ ଏହି ଧାତୁ ସୁଧ ଆୟ ଦିଏ ନାହିଁ । ସେହିଭଳି ମଜଭୁତ ଆମେରିକୀୟ ଡଲାର ଚାପ ବଢ଼ାଉଛି। ଭିନ୍ନ ଭିନ୍ନ ଭିନ୍ନ ଆସେଟ୍ ବର୍ଗରେ ପୁଞ୍ଜି ବହିଃପ୍ରବାହ ସୁନା ଦର ହ୍ରାସରେ ଯୋଗଦାନ ଦେଇଛି।