Silver Price Drop / ଦୀପାବଳି ପୂର୍ବରୁ ଶସ୍ତା ହେଲା ରୁପା! ୨ ଦିନରେ କମିଲା ୧୭ ହଜାର ଟଙ୍କା,ଜାଣନ୍ତୁ ଆଜିର ଦର
·1 hour ago·2 min read

Key Points
ଶସ୍ତା ହେଲା ରୁପାର ଦର।
୨ ଦିନରେ କମିଲା ୧୭ ହଜାର ଟଙ୍କା
କିଲୋଗ୍ରାମ ପିଛା ୨ ଲକ୍ଷ ଟଙ୍କା ତଳକୁ ଖସିଛି
୨ ଦିନରେ କମିଲା ୧୭ ହଜାର ଟଙ୍କା
କିଲୋଗ୍ରାମ ପିଛା ୨ ଲକ୍ଷ ଟଙ୍କା ତଳକୁ ଖସିଛି
ନୂଆଦିଲ୍ଲୀ,୨୩/୧୦: ଶସ୍ତା ହେଲା ରୁପାର ଦର। ପାର୍ବଣ ଋତୁରେ ସୁନା ଓ ରୂପା ଦର ବଢ଼ିବ ବୋଲି ଆଶା କରାଯାଉଥିବା ବେଳେ ବଜାରରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଦୀପାବଳି ପୂର୍ବରୁ ରୂପା ଦରରେ ବଡ଼ ହ୍ରାସ ହୋଇଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ରୂପା ଫ୍ୟୁଚର୍ସ ମୂଲ୍ୟ କିଲୋଗ୍ରାମ ପିଛା ୨ ଲକ୍ଷ ତଳକୁ ଖସିଛି। ତେବେ ଏହି ଦର ହ୍ରାସ ଗ୍ରାହକଙ୍କ ପାଇଁ କିଣାକିଣିର ସୁଯୋଗ ସୃଷ୍ଟି କରିବ ନା ଆଗକୁ ଆହୁରି ହ୍ରାସ ହେବ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଦୁଇ ଦିନରେ ସତର ହଜାର ଟଙ୍କ ଶସ୍ତା ହେଲା
ଶୁକ୍ରବାର MCXରେ ଡିସେମ୍ବର ରୂପା ଫ୍ୟୁଚର୍ସ ଦର ୩.୫ ପ୍ରତିଶତ ହ୍ରାସ ପାଇ କିଲୋଗ୍ରାମ ପିଛା ୧ ଳକ୍ଷ ୯୨ ହଜାର ୮ଶହ ଟଙ୍କାରେ ପହଞ୍ଚିଥିଲା। ଗୋଟିଏ ଦିନରେ ଦର ପ୍ରାୟ ୭ ହଜାର ଟଙ୍କା ହ୍ରାସ ପାଇଥିବା ବେଳେ ଦୁଇ ଦିନରେ ମୋଟ ହ୍ରାସ ପ୍ରାୟ ସତର ହଜାର ଯଙ୍କା ଶସ୍ତା ହୋଇଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଏହି ହ୍ରାସ ଫଳରେ ବଜାରରେ ରୂପା ମୂଲ୍ୟକୁ ନେଇ ଅନିଶ୍ଚିତତା ବଢ଼ିଛି। ତେବେ ଫ୍ୟୁଚର୍ସ ଦର ଓ ଖୁଚୁରା ବଜାରରେ ରୂପାର ବିକ୍ରି ଦର ମଧ୍ୟରେ ପାର୍ଥକ୍ୟ ରହିପାରେ।
ପଢନ୍ତୁ ଏହି ଖବର: ଦୀପାବଳି ପୂର୍ବରୁ ଖୁସି ଖବର ! ଶସ୍ତା ହେଲା ସୁନା ଓ ରୁପା, ଜାଣନ୍ତୁ ଆଜିର ଦର

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦୀପାବଳି ପୂର୍ବରୁ ଗ୍ରାହକଙ୍କ ପାଇଁ ସୁଯୋଗ?
ଦୀପାବଳି ସମୟରେ ରୂପା ମୁଦ୍ରା, ଅଳଙ୍କାର ଓ ପୂଜା ସାମଗ୍ରୀ କିଣିବାର ପରମ୍ପରା ରହିଛି। ତେଣୁ ଦର ହ୍ରାସ ଗ୍ରାହକଙ୍କୁ କିଛି ଆଶ୍ୱସ୍ତି ଦେଇପାରେ। କିନ୍ତୁ ପର୍ବ ପୂର୍ବରୁ ଦର ପୁଣି ବଢ଼ିବ ବୋଲି ନିଶ୍ଚିତ ଭାବେ କୁହାଯାଇପାରିବ ନାହିଁ।
ଆମଦାନୀ ଓ ଯୋଗାଣର ପ୍ରଭାବ
ଭାରତ ରୂପାର ଏକ ପ୍ରମୁଖ ଉପଭୋକ୍ତା ଦେଶ ହୋଇଥିବାରୁ ଆମଦାନୀ, ଅନ୍ତର୍ଜାତୀୟ ବଜାରର ଦର ଓ ଟଙ୍କାର ବିନିମୟ ମୂଲ୍ୟ ଦେଶୀୟ ଦରକୁ ପ୍ରଭାବିତ କରିଥାଏ। ରୂପା ଆମଦାନୀକୁ ନେଇ ସରକାରୀ ଅନୁମୋଦନ ଯୋଗାଣକୁ ସହାୟତା କରିପାରେ। ତେବେ ଏହାର ପ୍ରକୃତ ପ୍ରଭାବ ଉପଲବ୍ଧତା ଓ ବଜାରର ଚାହିଦା ଉପରେ ନିର୍ଭର କରିବ।
ରୂପାରେ ନିବେଶ କରିବା ଉଚିତ କି?
ରୂପା ଦରରେ ହ୍ରାସ ହୋଇଥିଲେ ମଧ୍ୟ ତୁରନ୍ତ ନିବେଶ କରିବା ଲାଭଦାୟକ ହେବ ବୋଲି ନିଶ୍ଚିତତା ନାହିଁ। ଅଧିକ ଅସ୍ଥିରତା ଥିବାରୁ ନିବେଶକମାନେ ନିଜର ଆର୍ଥିକ ଲକ୍ଷ୍ୟ, ବିପଦ ସହିବାର କ୍ଷମତା ଓ ନିବେଶ ସମୟସୀମାକୁ ବିଚାର କରିବା ଉଚିତ।

Related Topics
Explore more stories