Gold Price Today / ହଠାତ୍ କମିଲା ସୁନା ଦର, କାହିଁକି ଶସ୍ତା ହେଲା ଗୋଲ୍ଡ ? ଜାଣନ୍ତୁ ବଡ଼ କାରଣ
·1 hour ago·2 min read

Key Points
ଶସ୍ତା ହେଲା ସୁନା
ଜାଣନ୍ତୁ ଆଜିର ନୂଆ ରେଟ୍
କେତେ ଟଙ୍କା କମିଲା? ଜାଣନ୍ତୁ ପୂରା ଅପଡେଟ୍
ଜାଣନ୍ତୁ ଆଜିର ନୂଆ ରେଟ୍
କେତେ ଟଙ୍କା କମିଲା? ଜାଣନ୍ତୁ ପୂରା ଅପଡେଟ୍
ସୁନା କିଣିବାକୁ ଅପେକ୍ଷା କରିଥିବା ଗ୍ରାହକଙ୍କ ପାଇଁ ଆସିଲା ଖୁସି ଖବର । କିଛି ଦିନ ଧରି ସୁନା ଦର ବଢ଼ିବା ପରେ ଆଜି ସୁନା ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି । ତେବେ କେତେ ଟଙ୍କା ଶସ୍ତା ହେଲା ସୁନା ? ଏବଂ ଏହା ପଛରେ କ’ଣ ରହିଛି କାରଣ ? ଆସନ୍ତୁ ଜାଣିବା...
ସୁନା କିଣିବାକୁ ଅପେକ୍ଷା କରିଥିବା ଲୋକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଆଜି ଘରୋଇ ବଜାରରେ ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି । ବିଶ୍ୱସ୍ତରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଏବଂ ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଭୂ-ରାଜନୈତିକ ଉତ୍ତେଜନା ଯୋଗୁଁ ନିବେଶକମାନେ ଗତକାଲିର ସର୍ବୋଚ୍ଚ ସ୍ତରରେ ଲାଭ ବୁକ୍ କରିଛନ୍ତି, ଯାହା ଫଳରେ ଏହି ହ୍ରାସ ଦେଖିବାକୁ ମିଳିଛି । ଗତକାଲି ଅନ୍ତର୍ଜାତୀୟ ବଜାରରେ ସୁନା ପ୍ରତି ଆଉନ୍ସ ପିଛା ୪ ହଜାର ୧୦୦ ଡଲାରରେ ପହଞ୍ଚିଥିଲା । କିନ୍ତୁ ଆଜି ଏଥିରେ ପ୍ରାୟ ୧ରୁ ୨ ପ୍ରତିଶତ ହ୍ରାସ ଘଟି ୪୦୫୨.୫୦ ଡଲାର ପ୍ରତି ଆଉନ୍ସ ସ୍ତରରେ କାରବାର ହେଉଛି ।
ଘରୋଇ ବୁଲିଅନ୍ ବଜାରରେ ୨୪ କ୍ୟାରେଟ୍ ସୁନାର ଦର ଗତକାଲିର ସର୍ବୋଚ୍ଚ ସ୍ତର ୧,୪୭,୨୮୦ ଟଙ୍କାରୁ ୧,୧୦୦ ଟଙ୍କା ହ୍ରାସ ପାଇ ୧,୪୬,୧୭୦ ଟଙ୍କାରେ ପହଞ୍ଚିଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ମଧ୍ୟ ଗତକାଲିର ସର୍ବୋଚ୍ଚ ୧,୩୫,୦୦୦ ଟଙ୍କାରୁ ୧,୦୧୦ ଟଙ୍କା ହ୍ରାସ ପାଇ ୧,୩୩,୯୯୦ ଟଙ୍କାରେ ପହଞ୍ଚିଛି । ୧୮ କ୍ୟାରେଟ୍ ସୁନା ମଧ୍ୟ ୮୩୦ ଟଙ୍କା ହ୍ରାସ ପାଇ ଆଜି ପ୍ରତି ୧୦ ଗ୍ରାମ ପିଛା ୧,୦୯,୬୩୦ ଟଙ୍କାରେ ପହଞ୍ଚିଛି ।
କାହିଁକି ଶସ୍ତା ହେଲା ସୁନା ?
ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ଏବଂ ଲୋହିତ ସାଗରରେ ଜାହାଜ ଉପରେ ହୋଇଥିବା ଆକ୍ରମଣ କାରଣରୁ କ୍ରୁଡ୍ ଅଏଲ୍ ଦର ପ୍ରତି ବ୍ୟାରେଲ ପିଛା ୧୦୦ ଡଲାରରୁ ଅଧିକ ହୋଇଛି । ଅଶୋଧିତ ତୈଳ ଦର ବୃଦ୍ଧି ହେବା ଯୋଗୁଁ ବିଶ୍ବସ୍ତରରେ ମୁଦ୍ରାସ୍ପୀତି ବୃଦ୍ଧି ହେବାର ଆଶଙ୍କା ରହିଛି । ଏପରି ପରିସ୍ଥିତିରେ ନିବେଶକମାନେ ସୁନା ଭଳି ସୁରକ୍ଷିତ ସମ୍ପତ୍ତିରୁ ଲାଭ ଉଠାଇ ନଗଦ ଅର୍ଥ ରଖିବାକୁ ପସନ୍ଦ କରୁଛନ୍ତି । ଫଳରେ ସୁନା ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛୁ ।
ଏହା ବ୍ୟତୀତ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ଆମେରିକା ଫେଡେରାଲ ରିଜର୍ଭ ସୁଧ ହାର ବୃଦ୍ଧି କରିବାର ସମ୍ଭାବନା ବୃଦ୍ଧି ପାଇଛି । ଯେତେବେଳେ ସୁଧ ହାର ବୃଦ୍ଧି ପାଏ, ଲୋକମାନେ ସୁନା ଭଳି ସମ୍ପତ୍ତିରେ ସେମାନଙ୍କର ନିବେଶ ହ୍ରାସ କରନ୍ତି ।
ରୁପାର ଚମକ ଅକ୍ଷୁର୍ଣ୍ଣ ରହିଛି
ତେବେ ସୁନା ଦର କମିଥିବା ବେଳେ ଚାନ୍ଦିର ଚାହିଦା ଜାରି ରହିଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ସେପ୍ଟେମ୍ବର କନ୍ଟ୍ରାକ୍ଟ ପାଇଁ ଚାନ୍ଦି ଦର ୨,୨୭,୧୮୦ ଟଙ୍କା ପ୍ରତି କିଲୋଗ୍ରାମ ରହିଛି ।
ଘରୋଇ ଖୁଚୁରା ବଜାରରେ ରୁପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨୩୯,୯୦୦ରେ ପହଞ୍ଚିଛି । ରୁପା ଅଳଙ୍କାର ସହିତ ସୌର ପ୍ୟାନେଲ, ବୈଦ୍ୟୁତିକ ଯାନ ଏବଂ 5G ଚିପ୍ସ ତିଆରିରେ ଚାନ୍ଦିର ବ୍ୟବହାର ବଢ଼ୁଥିବାରୁ ଏହାର ଚାହିଦା ମଧ୍ୟ ବୃଦ୍ଧି ପାଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories