Gold Price Drop / ହଠାତ୍ କମିଗଲା ସୁନା-ରୁପା ଦର, ଜାଣନ୍ତୁ ଆଜି କେତେ ରହିଛି ନୂଆ ରେଟ୍...
·1 hour ago·2 min read

Key Points
ସୁନା କିଣିବାକୁ ସବୁଠୁ ଭଲ ସମୟ ?
୨,୩୦୦ ଟଙ୍କା ଶସ୍ତା ହେଲା ସୁନା
ହଠାତ୍ କାହିଁକି କମିଲା ସୁନା-ରୁପା ଦର ?
୨,୩୦୦ ଟଙ୍କା ଶସ୍ତା ହେଲା ସୁନା
ହଠାତ୍ କାହିଁକି କମିଲା ସୁନା-ରୁପା ଦର ?
ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଚିନ୍ତା କରୁଛନ୍ତି, ତେବେ ସୁନା ବଜାରରୁ ଆପଣଙ୍କ ପାଇଁ ଏକ ଭଲ ଖବର ରହିଛି । ଘରୋଇ ଓ ବିଶ୍ବ ବଜାରରେ ପରିବର୍ତ୍ତନ ଯୋଗୁ ମଙ୍ଗଳବାର ସୁନା ଓ ରୁପା ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି । ରୁପା ଦାମ୍ କିଲୋଗ୍ରାମ ପିଛା ୧୦ ହଜାର ଟଙ୍କା କମିଥିବା ବେଳେ ସୁନା ୨ ହଜାର ୩୦୦ ଟଙ୍କାରୁ ଅଧିକ ହ୍ରାସ ପାଇଛି । ତେବେ ଆସନ୍ତୁ ଜାଣିବା ଏହି ହଠାତ୍ ହ୍ରାସ ପଛରେ ପ୍ରକୃତ କାରଣ କ’ଣ ?
ମଙ୍ଗଳବାର ରୁପା କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଲାଗିଛି ଲଟେରୀ । କାହିଁକି ନା ରାଜଧାନୀ ଦିଲ୍ଲୀ ସହିତ ଅନେକ ବଡ଼ ସହରରେ ରୁପା ମୂଲ୍ୟ କିଲୋଗ୍ରାମ ପିଛା ପ୍ରାୟ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ମଧ୍ୟ ରୁପା ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି ।
ସେହିପରି MCX ଫ୍ୟୁଚର୍ସ ବଜାରରେ ଆଜି ସୁନାର ଚମକ ସବୁଠାରୁ କମ୍ ହୋଇଛି । ଯାହାଫଳରେ ସୁନା କିଣିବାକୁ ଆଗ୍ରହୀ ଥିବା ଗ୍ରାହକଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ଆଶ୍ବସ୍ତି ପ୍ରଦାନ କରିଛି । ଅଗଷ୍ଟ 5 ତାରିଖରେ ଏକ୍ସପାରୀ ହେଉଥିବା ସୁନା ଫ୍ୟୁଚର୍ସ ମୂଲ୍ୟରେ ପ୍ରତି ୧୦ ଗ୍ରାମ ପିଛା ମୂଲ୍ୟ ୨ ହଜାର ୩୧୯ ଟଙ୍କା ହ୍ରାସ ପାଇଛି । ଏହି ହ୍ରାସ ପରେ ସୁନା ଏବେ ପ୍ରତି ୧୦ ଗ୍ରାମ ପିଛା ୧,୪୫,୭୯୯ରେ ପହଞ୍ଚିଛି ।
ବଜାର ବିଶେଷଜ୍ଞ ଏବଂ କମୋଡିଟି ବିଶେଷଜ୍ଞଙ୍କ ଅନୁଯାୟୀ, ମୂଲ୍ୟବାନ ଧାତୁରେ ଏହି ହ୍ରାସ ପଛରେ ଆନ୍ତର୍ଜାତୀୟ କାରଣ ରହିଛି । ଡଲାର ସୂଚକାଙ୍କ ବିଶ୍ୱ ସ୍ତରରେ ମଜବୁତ ହୋଇଛି ଏବଂ ଏକ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଡଲାରର ମଜବୁତ ହେବା ଦ୍ୱାରା ଅନ୍ୟ ବିଦେଶୀ ମୁଦ୍ରାର କ୍ରେତାଙ୍କ ପାଇଁ ସୁନା ଏବଂ ରୁପା ନିବେଶ ମହଙ୍ଗା ହୋଇଛି । ସେହିପରି ପଶ୍ଚିମ ଏସିଆରେ ଚାଲିଥିବା ଭୂ-ରାଜନୈତିକ ଆଲୋଚନା ଏବଂ ଶାନ୍ତି ଆଲୋଚନାର ଖବର ମଧ୍ୟ ନିବେଶକଙ୍କ ମଧ୍ୟରେ ସୁନାର ନିରାପଦ ଚାହିଦାକୁ ସାମାନ୍ୟ ହ୍ରାସ କରିଛି, ଯାହା ବିଶ୍ୱ ସ୍ତରରେ ବିକ୍ରୟ ବୃଦ୍ଧି କରିଛି ।
ଭାରତୀୟ ସୁନା ବଜାରରେ ଆଜିର ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ପିଛା ୧,୪୫,୮୦୦ ଟଙ୍କାରେ କାରବାର କରୁଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ମଧ୍ୟ ପ୍ରତି ୧୦ ଗ୍ରାମ୍ ପିଛା ୧,୩୩,୬୦୦ ରୁ ୧,୩୪,୨୦୦ ମଧ୍ୟରେ ରହିଛି ।

ଅଧିକ ପଢ଼ନ୍ତୁ: ଶସ୍ତା ହେଲା ସୁନା: ଆଜି ହଠାତ୍ ସୁନା ଏବଂ ରୂପା ଦରରେ ବଡ ପରିବର୍ତ୍ତନ…ଜାଣନ୍ତୁ କେତେ ହେଲା ୧୦ ଗ୍ରାମ ପ୍ରତି ଦର?
ବଜାର ବିଶେଷଜ୍ଞ ଏବଂ କମୋଡିଟି ବିଶେଷଜ୍ଞଙ୍କ ଅନୁଯାୟୀ, ମୂଲ୍ୟବାନ ଧାତୁରେ ଏହି ହ୍ରାସ ପଛରେ ଆନ୍ତର୍ଜାତୀୟ କାରଣ ରହିଛି । ଡଲାର ସୂଚକାଙ୍କ ବିଶ୍ୱ ସ୍ତରରେ ମଜବୁତ ହୋଇଛି ଏବଂ ଏକ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଡଲାରର ମଜବୁତ ହେବା ଦ୍ୱାରା ଅନ୍ୟ ବିଦେଶୀ ମୁଦ୍ରାର କ୍ରେତାଙ୍କ ପାଇଁ ସୁନା ଏବଂ ରୁପା ନିବେଶ ମହଙ୍ଗା ହୋଇଛି । ସେହିପରି ପଶ୍ଚିମ ଏସିଆରେ ଚାଲିଥିବା ଭୂ-ରାଜନୈତିକ ଆଲୋଚନା ଏବଂ ଶାନ୍ତି ଆଲୋଚନାର ଖବର ମଧ୍ୟ ନିବେଶକଙ୍କ ମଧ୍ୟରେ ସୁନାର ନିରାପଦ ଚାହିଦାକୁ ସାମାନ୍ୟ ହ୍ରାସ କରିଛି, ଯାହା ବିଶ୍ୱ ସ୍ତରରେ ବିକ୍ରୟ ବୃଦ୍ଧି କରିଛି ।
ଭାରତୀୟ ସୁନା ବଜାରରେ ଆଜିର ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ପିଛା ୧,୪୫,୮୦୦ ଟଙ୍କାରେ କାରବାର କରୁଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ମଧ୍ୟ ପ୍ରତି ୧୦ ଗ୍ରାମ୍ ପିଛା ୧,୩୩,୬୦୦ ରୁ ୧,୩୪,୨୦୦ ମଧ୍ୟରେ ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories