Gold Price / ଯୁଦ୍ଧ ଭିତରେ ଆହୁରି ଖସିଲା ସୁନା, ରୁପା ଦର... ଜାଣନ୍ତୁ ଆପଣଙ୍କ ସହରରେ ଦର କେତେ ?
·4 months ago·2 min read

Key Points
ଗୋଟିଏ ଝଟ୍କାରେ ରୁପା କେଜି ପିଛା ୮ ହଜାର ଶସ୍ତା ହୋଇଛି । ସେହିଭଳି ସୁନା ଦର ମଧ୍ୟ ୧୦ ଗ୍ରାମ ପିଛା ୬ ହଜାର ହ୍ରାସ ପାଇଛି ।
ଭୁବନେଶ୍ଵର: ଯେମିତି ଅଚାନକ ଦର ବଢ଼ିଥିଲା, ସେମିତି ହ୍ରାସ ପାଇବାରେ ଲାଗିଛି । ଆମେରିକା-ଇରାନ୍ ଯୁଦ୍ଧ ଭିତରେ ଭୂ-ରାଜନୈତିକ ଅସ୍ଥିରତା ସତ୍ତ୍ଵେ ଦୁଇ ଧାତୁର ମୂଲ୍ୟ ବଢ଼ିବା ପରିବର୍ତ୍ତେ ଖସି ଚାଲିଛି । ସପ୍ତାହର ପ୍ରଥମ ଦିନରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ହ୍ରାସ ପାଇଛି ସୁନା ଓ ରୁପା ଦର ।
ଗୋଟିଏ ଝଟ୍କାରେ ରୁପା କେଜି ପିଛା ୮ ହଜାର ଶସ୍ତା ହୋଇଛି । ସେହିଭଳି ସୁନା ଦର ମଧ୍ୟ ୧୦ ଗ୍ରାମ ପିଛା ୬ ହଜାର ହ୍ରାସ ପାଇଛି । ଏବେ ରୁପା ସର୍ବକାଳୀନ ରେକର୍ଡ ଦର ଠାରୁ ୧ ଲକ୍ଷ ୬୯ ହଜାର ଟଙ୍କା ଶସ୍ତା ହୋଇଛି । ଆଗକୁ ମଧ୍ୟ ସୁନା ଓ ରୁପାର ମୂଲ୍ୟ ଆହୁରି ହ୍ରାସ ପାଇବା ନେଇ ଆଶା ରଖିଛନ୍ତି ବିଶେଷଜ୍ଞ ।
ଏଥିସହ ପଢ଼ନ୍ତୁ: ସାରା ଦୁନିଆରେ ବଢ଼ୁଛି ସୁନା ଦର, ଭାରତରେ କାହିଁକି ଖସୁଛି ଦାମ ?
ଗତ ଶୁକ୍ରବାର କାରବାର ବନ୍ଦ ବେଳକୁ ରୁପା କେଜି ପିଛା ଦର ୨ ଲକ୍ଷ ୫୯ ହଜାର ୪୩୫ ଟଙ୍କା ରହିଥିଲା । ସୋମବାର ବଜାର ଖୋଲିବା ମାତ୍ରେ ରୁପା ଦର ୮ ହଜାର ୬୮୯ ଟଙ୍କା ହ୍ରାସ ପାଇଁ କେଜି ପିଛା ୨ ଲକ୍ଷ ୫୦ ହଜାର ୭୪୬ ଟଙ୍କା ରହିଛି ।
୧୧ ଦିନରେ ରୁପା ୩୨ ହଜାର ଶସ୍ତା
କୌଣସି ଯୁଦ୍ଧ ସ୍ଥିତିରେ ସୁନା ଓ ରୁପା ଭଳି ଧାତୁର ମୂଲ୍ଯ ବୃଦ୍ଧି ପାଇଥାଏ । କିନ୍ତୁ ଆମେରିକା-ଇରାନ ସଂଘର୍ଷ ଯୋଗୁଁ ଭୂ-ରାଜନୈତିକ ଅସ୍ଥିରତା ବଢ଼ୁଥିବା ବେଳେ ସୁନା, ରୁପା ମୂଲ୍ୟ ଖସୁଛି । ଫେବ୍ରୁଆରୀ ୨୮ରେ ଇରାନ ଯୁଦ୍ଧ ଆରମ୍ଭର ଦିନକ ପୂର୍ବରୁ ଏମସିଏକ୍ସରେ ରୁପା କେଜି ୨ ଲକ୍ଷ ୮୨ ହଜାର ୬୪୪ ଟଙ୍କା ରହିଥିଲା । ଏବେ ୧୧ ଦିନର କାରବାରରେ ରୁପା ୩୧ ହଜାର ୮୯୮ ଟଙ୍କା ଶସ୍ତା ହୋଇଛି ।
ଜାନୁଆରୀ ୨୯ ତାରିଖରେ ରୁପା ସର୍ବକାଳୀନ ରେକର୍ଡ ଭାଙ୍ଗିଥିଲା । କେଜି ପିଛା ରୁପା ୪ ଲକ୍ଷ ୨୦ ହଜାର ୪୮ ଟଙ୍କାରେ ପହଞ୍ଚିଥିଲା । ସେବେଠୁ ରୁପା ଦର ଖସୁଥିବା ବେଳେ ସର୍ବକାଳୀନ ରେକର୍ଡ ଦର ଠାରୁ ୧ ଲକ୍ଷ ୬୯ ହଜାର ୩୦୨ ଟଙ୍କା ଶସ୍ତା ହୋଇଛି ।
ରୁପା ଭଳି ଖସୁଛି ସୁନା
କେବଳ ରୁପା ନୁହେଁ, ସୁନା ଦର ମଧ୍ୟ ଖସିବାରେ ଲାଗିଛି । ଶୁକ୍ରବାର କାରବାର ବନ୍ଦ ବେଳେ ଏମସିଏକ୍ସରେ ୧୦ ଗ୍ରାମ ସୁନା ପ୍ରତି ଦର ୧ ଲକ୍ଷ ୫୮ ହଜାର ୪୬୬ ଟଙ୍କା ରହିଥିଲା । ସୋମବାର କାରବାର ସୁନା ୧୦ ଗ୍ରାମ ପ୍ରତି ୧ ଲକ୍ଷ ୫୨ ହଜାର ୨୨୨ ଟଙ୍କାକୁ ଖସି ଆସିଛି । ଅର୍ଥାତ୍ ଦିନକରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୬ ହଜାର ୨୪୪ ଟଙ୍କା ଶସ୍ତା ହୋଇଛି ।
ଏଥିସହ ପଢ଼ନ୍ତୁ: ଦୁବାଇରେ ଶସ୍ତାରେ ମିଳୁଛି ସୁନା: ଭାରତରେ ପଡ଼ିବ ବଡ଼ ପ୍ରଭାବ
ଭୁବନେଶ୍ଵରରେ ସୁନା ଦର ?
ଓଡ଼ିଶାର ରାଜଧାନୀ ଭୁବନେଶ୍ଵରରେ ସୋମବାର ସୁନାଦର ଖସିଛି । ଆଜି ୨୪ କ୍ୟାରେଟ୍ ସୁନାଦର ଗ୍ରାମ ପିଛା ୧୫ ହଜାର ୯୧୭ ଟଙ୍କା ରହିଛି । ସେହିଭଳି ୨୨ କ୍ୟାରେଟ୍ ସୁନା ଗ୍ରାମ ପିଛା ୧୪ ହଜାର ୫୯୦ ଟଙ୍କା ରହିଥିବା ବେଳେ ୧୮ କ୍ୟାରେଟ୍ ସୁନା ଗ୍ରାମ ପିଛା ୧୧ ହଜାର ୯୩୮ ଟଙ୍କାରେ ବିକ୍ରି ହେଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories