Gold Price Today / ନିବେଶକଙ୍କ ପାଇଁ ବଡ଼ ସୁଯୋଗ, ଅଚାନକ ଶସ୍ତା ହୋଇଗଲା ସୁନା-ରୁପା ଦର...
·1 hour ago·2 min read

Key Points
ବଜାରରେ ବଡ଼ ପରିବର୍ତ୍ତନ
ସୁନା-ରୁପା ଦର କମିଲା
ନିବେଶକଙ୍କ ପାଇଁ ବଡ଼ ସୁଯୋଗ
ସୁନା-ରୁପା ଦର କମିଲା
ନିବେଶକଙ୍କ ପାଇଁ ବଡ଼ ସୁଯୋଗ
କମୋଡିଟି ମାର୍କେଟ୍ରେ ଶୁକ୍ରବାର ସୁନା ଓ ରୁପା ମୂଲ୍ୟରେ ଗୁରୁତ୍ବପୂର୍ଣ୍ଣ ହ୍ରାସ ଦେଖିବାକୁ ମିଳିଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ୧୦ ଗ୍ରାମ ସୁନାର ଦର ପ୍ରାୟ ୧,୭୦୦ ଟଙ୍କା ହ୍ରାସ ପାଇ ୧,୫୧,୭୦୦ ଟଙ୍କାରେ ପହଞ୍ଚିଛି । ସେହିପରି ରୁପାର ଦର ମଧ୍ୟ ୪ ହଜାର ଟଙ୍କା ହ୍ରାସ ପାଇ ପ୍ରତି କିଲୋଗ୍ରାମ ପିଛା ୨,୩୯,୬୮୫ ଟଙ୍କାରେ କାରବାର କରୁଛି । ସୁନା ମୂଲ୍ୟ ୧.୧୦ ପ୍ରତିଶତ ଏବଂ ରୁପା ୧.୭୦ ପ୍ରତିଶତ ହ୍ରାସ ପାଇଛି ।
ଏହି ହ୍ରାସ ପଛରେ ଆନ୍ତର୍ଜାତୀୟ ପରିସ୍ଥିତି ମୁଖ୍ୟ କାରଣ ବୋଲି କୁହାଯାଉଛି । ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଥିବାରୁ ବଜାରରେ ଅନିଶ୍ଚିତତା ଦେଖାଦେଇଛି । ଏହାର ପ୍ରଭାବରେ ନିବେଶକମାନେ ଲାଭ ଉଠାଇବା ପାଇଁ ବିକ୍ରିକୁ ବଢ଼ାଇଛନ୍ତି ।
ଆନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା ଓ ରୁପା ଦର ହ୍ରାସ ପାଇଛି । COMEX ତଥ୍ୟ ଅନୁଯାୟୀ, ସୁନା ପ୍ରତି ଆଉନ୍ସ ପ୍ରାୟ ୪,୮୦୨ ଡଲାର୍ ଏବଂ ରୁପା ଆଉନ୍ସ ପ୍ରତି ପ୍ରାୟ ୭୫.୪୬ ଡଲାର୍ରେ କାରବାର କରୁଛି । ବିଶ୍ୱରେ ଭୂ-ରାଜନୈତିକ ସ୍ଥିତି ଯୋଗୁଁ ଭାରତରେ ସୁନା ଏବଂ ରୂପା ମୂଲ୍ୟ ମଧ୍ୟ ହ୍ରାସ ପାଉଛି ।
ବିଶେଷଜ୍ଞମାନେ ବର୍ତ୍ତମାନ ସୁନା ଏବଂ ରୁପା ନିବେଶ ପାଇଁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଉଛନ୍ତି । ସେମାନଙ୍କ କହିବା ଅନୁଯାୟୀ, ଦୀର୍ଘକାଳୀନ ନିବେଶ ପାଇଁ ଦର କମିଲେ କିଣିବା ଉଚିତ୍ କିନ୍ତୁ ସ୍ବଳ୍ପ ସମୟ ପାଇଁ ନିବେଶ କରିବାରୁ ଦୂରେଇ ରହିବା ଭଲ ।
ସୂଚନା ଅନୁସାରେ, ରୁପାର ସର୍ବାଧିକ ଦର ପ୍ରାୟ ୪.୩୯ ଲକ୍ଷ ଟଙ୍କା ଥିବାବେଳେ ବର୍ତ୍ତମାନ ଏହା ୨.୩୯ ଲକ୍ଷ ଟଙ୍କାରେ ରହିଛି । ଅର୍ଥାତ୍ ପ୍ରାୟ ୨ ଲକ୍ଷ ଟଙ୍କାର ହ୍ରାସ ଘଟିଛି । ସେହିପରି ସୁନାର ସର୍ବୋଚ୍ଚ ଦର ୨.୦୨ ଲକ୍ଷ ଟଙ୍କା ଥିଲା, ଯାହା ବର୍ତ୍ତମାନ ୧.୫୧ ଲକ୍ଷ ଟଙ୍କାରେ କାରବାର କରୁଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories