Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Gold

Gold Price Falls / ଖସିଖସି ୭ମାସରେ ସବୁଠୁ ଶସ୍ତା ହେଲା ସୁନା; ₹୧.୯୦ ଲକ୍ଷ ପର୍ଯ୍ୟନ୍ତ ରୁପା ବି ଶସ୍ତା

Debashree Debasmita Sahoo
Browse all articles by Debashree Debasmita Sahoo
·2 weeks ago·2 min read
ଖସିଖସି ୭ମାସରେ ସବୁଠୁ ଶସ୍ତା ହେଲା ସୁନା; ₹୧.୯୦ ଲକ୍ଷ ପର୍ଯ୍ୟନ୍ତ ରୁପା ବି ଶସ୍ତା
Gold Price Falls

Key Points

ଖସିବାରେ ଲାଗିଛି ସୁନା ଦର
୭ମାସରେ ସବୁଠୁ ହେଲା ଶସ୍ତା
ସେପଟେ ରୁପା ଦାମ ବି ଖସିଲା
ଗତ କିଛି ଦିନ ଧରି ସୁନା ଏବଂ ରୂପାର ମୂଲ୍ୟ ଲଗାତାର ଭାବେ ଖସିବାରେ ଲାଗିଛି । ଆଜି(ଜୁନ ୩୦)ରେ ବିଶ୍ୱ ସାମଗ୍ରୀ ବଜାର ଖୋଲିବା ମାତ୍ରେ ସୁନା ଏବଂ ରୂପାର ମୂଲ୍ୟରେ ଏକ ବଡ଼ ଧରଣର ହ୍ରାସ ରେକର୍ଡ କରାଯାଇଛି । ମଧ୍ୟପ୍ରାଚ୍ୟରେ ବଦଳୁଥିବାର ସ୍ଥିତିର ପ୍ରଭାବ ସେୟାର ବଜାରରୁ ସାମଗ୍ରୀ ବଜାର ପର୍ଯ୍ୟନ୍ତ ଦେଖିବାକୁ ମିଳିଛି । ଆଜି ସକାଳ ୭.୩୫ଟା ସୁଦ୍ଧା COMEXରେ ସୁନା ଦର ଆଉନ୍ସ ପ୍ରତି $୪୦୦୦ ତଳକୁ ଏବଂ ରୂପା ଦର ଆଉନ୍ସ ପ୍ରତି $୬୦ ତଳକୁ ଖସିଯାଇଛି । MCXରେ ମଧ୍ୟ ରୂପା ଏହାର ସର୍ବକାଳୀନ ଦରର ପ୍ରାୟ ଅଧା ଦରକୁ ଖସିଯାଇଛି ।

  • ଆଜି କମେକ୍ସରେ ସୁନା-ରୂପାର ମୂଲ୍ୟ
ଅନ୍ତର୍ଜାତୀୟ ସାମଗ୍ରୀ ବଜାର କମେକ୍ସରେ ସୁନାର ମୂଲ୍ୟ ଆଉନ୍ସ ପ୍ରତି $୩,୯୮୦.୭୦ରେ ୧.୪୪% ହ୍ରାସ ପାଇଛି । ଏହା ବ୍ୟତୀତ ରୂପା ଦର ଆଉନ୍ସ ପ୍ରତି ୧.୪୬% ହ୍ରାସ ପାଇ $୫୭.୩୨୫ରେ ପହଞ୍ଚିଛି ।
ଜାନୁଆରୀ ୨୯, ୨୦୨୬ରେ ସୁନା ଆଉନ୍ସ ପ୍ରତି $୫,୬୦୦ ଥିଲା ଏବଂ ରୁପା ଦର ଆଉନ୍ସ ପ୍ରତି $୧୨୧ର ସର୍ବକାଳୀନ ରେକର୍ଡରେ ପହଞ୍ଚିଥିଲା ।

  • ସର୍ବୋଚ୍ଚ ମୂଲ୍ୟରୁ ସୁନା ଦର କେତେ ହ୍ରାସ ପାଇଛି ?
ଆଜି ଘରୋଇ ସାମଗ୍ରୀ ବଜାରରେ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୧,୧୫୬ ଟଙ୍କାକୁ ହ୍ରାସ ପାଇଛି ଏବଂ ରୂପାର ମୂଲ୍ୟ କିଲୋଗ୍ରାମ ୨,୨୧,୬୦୦ ଟଙ୍କାକୁ ହ୍ରାସ ପାଇଛି । ଯଦି ଆମେ ଚଳିତ ବର୍ଷ ଜାନୁଆରୀ କଥା କହିବା, ସେତେବେଳେ ମୂଲ୍ୟବାନ ଧାତୁ ସୁନାର ମୂଲ୍ୟ ହୁ ହୁ ହୋଇ ବଢି ସର୍ବକାଳୀନ ରେକର୍ଡ ଦରରେ ପହଞ୍ଚିଥିଲା । ଜାନୁଆରୀ ୨୯, ୨୦୨୬ରେ ଘରୋଇ ସାମଗ୍ରୀ ବଜାରରେ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୮୩,୦୫୦ ଟଙ୍କା ଏବଂ ରୂପାର ମୂଲ୍ୟ କିଲୋଗ୍ରାମ ୪,୨୦,୦୦୦ ଟଙ୍କାରେ ପହଞ୍ଚିଥିଲା । ଗତକାଲି ଅର୍ଥାତ ସୋମବାର ଦିନ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୨,୪୧୩ ଟଙ୍କା ଏବଂ ରୂପାର ମୂଲ୍ୟ କିଲୋଗ୍ରାମ ୨,୨୩,୦୦୦ ଟଙ୍କାରେ ବନ୍ଦ ହୋଇଥିଲା । ସର୍ବକାଳୀନ ଦରରୁ ସୁନା ପ୍ରାୟ ୪୨,୦୦୦ ଟଙ୍କା ଶସ୍ତା ହୋଇଛି ।

  • କେବଳ ଜୁନ ମାସରେ କେତେ ଶସ୍ତା ?
ଯଦି ଆମେ କେବଳ ଜୁନ ମାସ କଥା କହିବା, ତେବେ ସୁନା ଓ ରୁପା ଦର ଅନେକ ପରିମାଣରେ ହ୍ରାସ ପାଇଛି । ଜୁନରେ ରୁପା ୫୪,୪୦୦ ଟଙ୍କା ହ୍ରାସ ପାଇଛି ଅର୍ଥାତ ପ୍ରାୟ ୨୦ ପ୍ରତିଶତ । ସେହିପରି ସୁନାର ଦାମ ମଧ୍ୟ ୨୦,୦୦୦ ଟଙ୍କା ଶସ୍ତା ହୋଇଛି, ଯାହାକି ପ୍ରାୟ ୧୨.୫ ପ୍ରତିଶତ । ଗତ ୧୦ ଦିନ କଥା କହିଲେ ରୁପା ୧୮,୦୦୦ ଟଙ୍କା ଶସ୍ତା ହୋଇଛି । ଗତ ୫ ଦିନରେ ସୁନା ୯୦୦୦ ଟଙ୍କା ଶସ୍ତା ହୋଇଛି ।

  • କେଉଁ ସହରରେ କେତେ ଦାମ ?
ସହର
୨୪ କ୍ୟାରେଟ୍ ସୁନା ମୂଲ୍ୟ
  ୨୨ କ୍ୟାରେଟ୍ ସୁନା ମୂଲ୍ୟ
ଦିଲ୍ଲୀ
୧୪,୨୦୭
୧୩,୦୨୪
ଚେନ୍ନାଇ
୧୪,୫୦୮
୧୩,୨୯୯
ମୁମ୍ବାଇ
୧୪,୧୯୨
୧୩,୦୦୯
କୋଲକାତା
୧୪,୧୯୨
୧୩,୦୦୯
ବାଙ୍ଗାଲୋର
୧୪,୧୯୨
୧୩,୦୦୯
ହାଇଦ୍ରାବାଦ
୧୪,୧୯୨
୧୩,୦୦୯
ଭୁବନେଶ୍ଵର ୧୪,୦୧୩ ୧୨,୮୪୫

(ବି.ଦ୍ର: ଏଠାରେ ସୁନା ଏବଂ ରୂପା ମୂଲ୍ୟରେ ମେକିଂ ଚାର୍ଜ ଏବଂ GST ସାମିଲ ନୁହେଁ । ଯଦି ଆପଣ କିଣିବାକୁ ଯାଉଛନ୍ତି, ତେବେ ଆପଣଙ୍କ ସହରର ଅଳଙ୍କାର ଦୋକାନରେ ମୂଲ୍ୟରେ କମ ଅଧିକ ଦେଖିପାରନ୍ତି ।)
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gold, Silver Prices Fall Today: Check Latest 24K, 22K Gold and Silver Rates in Your City | Argus News