Gold Rate Today / ଆମଦାନୀ ଶୁଳ୍କ ବୃଦ୍ଧି ପରେ ସୁନା-ରୁପା ଦରରେ ନିଆଁ; ୧୯ ହଜାର ମହଙ୍ଗା ହେଲା ରୁପା
·1 hour ago·2 min read

Key Points
ସରକାର ସୁନା-ରୁପା ଉପରେ ଆମଦାନୀ ଶୁଳ୍କ ବଢ଼ାଇଛନ୍ତି । ଯାହା ଫଳରେ ବୁଧବାର ଉଭୟ ଧାତୁ ମହଙ୍ଗା ହୋଇଛି । ସୁନା ଓ ରୁପା ଦର ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।
ନୂଆଦିଲ୍ଲୀ: ସୁନା-ରୁପା ଉପରେ ସରକାର ଆମଦାନୀ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ବୁଧବାର ଉଭୟ ଧାତୁ ମହଙ୍ଗା ହୋଇଛି । ଘରୋଇ କମୋଡିଟି ବଜାର ଖୋଲିବା ମାତ୍ରେ ସୁନା ଓ ରୁପା ଦର ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।
ରୁପା ଦର କେଜି ପିଛା ପ୍ରାୟ ୧୯ ହଜାର ଟଙ୍କା ବୃଦ୍ଧି ପାଇ ୩ ଲକ୍ଷ ଟଙ୍କା ପାଖାପାଖି ପହଞ୍ଚିଛି । ସେହିଭଳି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପିଛା ୧୩ ହଜାର ଟଙ୍କା ବୁଧବାର ବୃଦ୍ଧି ପାଇଛି ।
ଏଥିସହ ପଢ଼ନ୍ତୁ: ରେକର୍ଡ ଭାଙ୍ଗୁଛି ସୁନା ଦାମ୍... ସୁନା କିଣିବା ହେଲା ଆହୁରି ମହଙ୍ଗା
୨୨ କ୍ୟାରେଟ୍ ସୁନା ଦର
ଗତକାଲି ୨୨ କ୍ୟାରେଟ୍ ସୁନା ଦର ଗ୍ରାମ୍ ପିଛା ୧୪ ହଜାର ୧୬୦ ଟଙ୍କା ରହିଥିଲା । ଆଜି ତାହା ୧୫ ହଜାର ୪୬୦ ଟଙ୍କାରେ ପହଞ୍ଚିଛି । ଅର୍ଥାତ୍ ଗୋଟିଏ ଗ୍ରାମ୍ ସୁନା ପିଛା ଦର ୧୩ ଶହ ଟଙ୍କା ବଢ଼ିଛି ।
ସେହିଭଳି ମଙ୍ଗଳବାର ୧୦ ଗ୍ରାମ୍ ସୁନା ପିଛା ଦର ୧ ଲକ୍ଷ ୪୧ ହଜାର ୬୦୦ ଟଙ୍କା ରହିଥିଲା । ତାହା ବୁଧବାର ବୃଦ୍ଧି ପାଇ ୧ ଲକ୍ଷ ୫୪ ହଜାର ୬୦୦ ଟଙ୍କା ହୋଇଛି । ଏହା ପୂର୍ବରୁ ସୋମବାର ସୁନା ଦର ଗ୍ରାମ୍ ପିଛା ୧୩ ହଜାର ୯୯୦ ଟଙ୍କା ଥିଲା ।
୨୪ କ୍ୟାରେଟ୍ ସୁନା ଦର
୨୨ କ୍ୟାରେଟ୍ ସୁନା ଭଳି ବଢ଼ିଛି ୨୪ କ୍ୟାରେଟ୍ ଗୋଲ୍ଡ ଦାମ । ଗ୍ରାମ୍ ପିଛା ୨୪ କ୍ୟାରେଟ୍ ସୁନା ଦର ୧୪୧୮ ଟଙ୍କା ବଢ଼ିଛି । ମଙ୍ଗଳବାର ୨୪ କ୍ୟାରେଟ୍ ସୁନା ଗ୍ରାମ ପିଛା ୧୫ ହଜାର ୪୪୭ ଟଙ୍କା ରହିଥିଲା । ଯାହା ବୁଧବାର ୧୬ ହଜାର ୮୬୫ ଟଙ୍କା ହୋଇଛି ।
ଆଜିର ସୁନା ଦର ଏଠାରେ ଦେଖନ୍ତୁ । ପ୍ରତିଦିନର ଅପଡେଟ୍ ପାଇଁ ଆଉ ଅଧିକ ପଢ଼ନ୍ତୁ ।
ସୁନା-ରୁପା ମହଙ୍ଗା
ବଜାର ବିଶେଷଜ୍ଞଙ୍କ ମତରେ, ସୁନା-ରୁପା ମହଙ୍ଗା ପଛର କାରଣ ସରକାର ଉଭୟ ଧାତୁ ଆମଦାନୀ ଉପରେ ଶୁଳ୍କ ବୃଦ୍ଧି କରିବା । କମୋଡିଟି ଏକ୍ସପର୍ଟ ଅଜୟ କେଡିଆ କହିଛନ୍ତି, "ସୁନା-ରୁପା ଉପରେ ଆମଦାନୀ ଶୁଳ୍କ ୬ରୁ ୧୫ ପ୍ରତିଶତକୁ ବଢ଼ିଛି । ଯାହାର ପ୍ରଭାବ କମୋଡିଟି ବଜାରରେ ପଡ଼ିଛି । ଫଳରେ ସୁନା ଓ ରୁପା ପ୍ରାୟ ୬ ପ୍ରତିଶତ ମହଙ୍ଗା ହୋଇଛି ।"
ଏଥିସହ ପଢ଼ନ୍ତୁ: କେଉଁ ଦେଶରେ ଅଛି ସବୁଠୁ ଅଧିକ ସୁନା ଭଣ୍ଡାର ? ତାଲିକାରେ ଭାରତ କେଉଁଠି ?
କେତେ ବଢ଼ିଲା ରୁପା ?
ଘରୋଇ କମୋଡିଟି ମାର୍କେଟ MCXରେ ରୁପା ଦର ବୁଧବାର ୧୮ ହଜାର ୬୯୮ ଟଙ୍କା ବୃଦ୍ଧି ପାଇଛି । ଏହି ବୃଦ୍ଧି ସହ ରୁପା ମୂଲ୍ୟ କେଜି ପିଛା ୨ ଲକ୍ଷ ୯୭ ହଜାର ୭୬୦ ଟଙ୍କାରେ ପହଞ୍ଚିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories