Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Gold

Silver Price Today India / ସୁନା- ରୁପା ଦରବୃଦ୍ଧିରେ ଲାଗୁନି ବ୍ରେକ୍: ଦିନକରେ ରୁପା ୨୦ ହଜାର ମହଙ୍ଗା

Ritu Das
Browse all articles by Ritu Das
·6 months ago·2 min read
ସୁନା- ରୁପା ଦରବୃଦ୍ଧିରେ ଲାଗୁନି ବ୍ରେକ୍: ଦିନକରେ ରୁପା ୨୦ ହଜାର ମହଙ୍ଗା
india

Key Points

  • ସୁନା ଏବଂ ରୁପା ଦରବୃଦ୍ଧିରେ ଲାଗୁନି ବ୍ରେକ୍
  • ସୁନା ଲକ୍ଷେ ୪୧ ହଜାର ପାର୍ କରିଥିବାବେଳେ ରୁପା ୩ ଲକ୍ଷ ଆଡ଼କୁ ମୁହାଁଇଲାଣି
  • କିଲୋଗ୍ରାମ ପିଛା ରୁପା ୨୦,୦୦୦ ଟଙ୍କା ମହଙ୍ଗା ହୋଇ ୨,୭୪,୦୦୦ ଟଙ୍କାରେ ପହଞ୍ଚିଛି
ସୁନା ଏବଂ ରୁପା ଦରବୃଦ୍ଧିରେ ଲାଗୁନି ବ୍ରେକ୍ । ବିଭିନ୍ନ ପ୍ରକାର ଭୁ-ରାଜନୈତିକ ସମସ୍ୟା ମଧ୍ୟରେ ଉଭୟ ଧାତୁ ନିବେଶର ସୁରକ୍ଷିତ ମାଧ୍ୟମ ପାଲଟିଛି । ଚାହିଦା ବଢ଼ିବା ସହିତ ଧାତୁ ଦ୍ୱୟ ମହଙ୍ଗା ହୋଇଚାଲିଛି । ତେବେ ସୁନା ତୁଳନାରେ ରକେଟ୍ ବେଗରେ ବଢ଼ିଚାଲିଛି ରୁପା ଦର । ବର୍ଷକରେ ଏହା ୩ ଗୁଣା ମହଙ୍ଗା ହେଲାଣି । ଚାହିଦା ଏବଂ ଯୋଗାଣ ମଧ୍ୟରେ ପ୍ରଭେଦ ରୁପା ଦରକୁ ଦ୍ରୁତ ବେଗରେ ବଢ଼ାଇଚାଲିଛି। 

ଏହାସହ ପଢ଼ନ୍ତୁ: ମହଙ୍ଗା ହେଲା ରେଳ ଯାତ୍ରା; ଭଡ଼ା ବଢ଼ାଇଲା ରେଲୱେ, ଜାଣନ୍ତୁ କେବେଠୁ ହେବ ଲାଗୁ ?


ସୁନା ଲକ୍ଷେ ୪୧ ହଜାର ପାର୍ କରିଥିବାବେଳେ ରୁପା ୩ ଲକ୍ଷ ଆଡ଼କୁ ମୁହାଁଇଲାଣି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ ଏବଂ ୨୨ କ୍ୟାରେଟ୍ ସୁନା ଦରରେ ଯଥାକ୍ରମେ ୧୨୦୦ ଟଙ୍କା ଏବଂ ୧୧୦୦ ଟଙ୍କା ବୃଦ୍ଧି ଘଟିଛି । ଫଳରେ ଉଭୟ ଯଥାକ୍ରମେ ୧,୪୧,୨୨୦ ଟଙ୍କା ଏବଂ ୧,୨୯,୪୫୦ ଟଙ୍କା ହୋଇଛି । ଅନ୍ୟପକ୍ଷରେ, କିଲୋଗ୍ରାମ ପିଛା ରୁପା ୨୦,୦୦୦ ଟଙ୍କା ମହଙ୍ଗା ହୋଇ ୨,୭୪,୦୦୦ ଟଙ୍କାରେ ପହଞ୍ଚିଥିବା ଜଣାପଡ଼ିଛି । ରୁପା ଦର ବଢ଼ିବାର ୪ଟି ବଡ଼ କାରଣ ରହିଛି ।

ସୋଲାର, ଇଲେକ୍ଟ୍ରୋନିକ୍ସ ଏବଂ ଇ-ଯାନର ବହୁଳ ବ୍ୟବହାର ଯୋଗୁ ରୁପା କେବଳ ଏକ ଗହଣା ନୁହେଁ, ଏହା ଜରୁରୀ କଞ୍ଚାମାଲ ପାଲଟିଛି । ଟ୍ରମ୍ପଙ୍କ ଟାରିଫ ଡରରେ ଆମେରିକୀୟ କମ୍ପାନିଗୁଡ଼ିକ ବଡ଼ ଆକାରରେ ରୁପା ଠୁଳ କରୁଛନ୍ତି । ଫଳରେ ଯୋଗାଣ ଅଭାବ ଯୋଗୁ ଦର ଉପରକୁ ଯାଉଛି । ଉତ୍ପାଦନ ବାଧା ପାଇବା ଡରରେ ଲୋକେ ଆଗୁଆ ରୁପା କିଣୁଛନ୍ତି। ଫଳରେ ଆଗାମୀ ଦିନଗୁଡ଼ିକରେ ରୁପା ଦର ଆହୁରି ବଢ଼ିବା ସମ୍ଭାବନା ରହିଛି । ନିବେଶକ ରୁପା ଇଟିଏଫ୍ ଜରିଆରେ ପ୍ରଚୁର ନିବେଶ କରୁଛନ୍ତି, ଯାହାଫଳରେ ଏହି ଧାତୁର ଚାହିଦା ବଢୁଛି । ଗୋଟିଏ ସପ୍ତାହରେ ରୁପା ୪୮,୦୦୦ ଟଙ୍କା ବଢ଼ିଯାଇଛି ।

ଅନ୍ୟପକ୍ଷରେ, ସୁନା ଦର ବଢ଼ିବାର ଅନେକ ପ୍ରମୁଖ କାରଣ ରହିଛି । ରୁଷ-ୟୁକ୍ରେନ ଯୁଦ୍ଧ ଏବଂ ବିଶ୍ୱବ୍ୟାପୀ ଅଶାନ୍ତି ମଧ୍ୟରେ ନିବେଶକ ସୁନାରେ ନିବେଶ କରିବାକୁ ସୁରକ୍ଷିତ ମଣୁଛନ୍ତି । ଏହା ଫଳରେ ଧାତୁର ଚାହିଦା ବୃଦ୍ଧି ପାଉଛି, ଯାହାକି ଦରବୃଦ୍ଧିର ପ୍ରମୁଖ କାରଣ । ସେହିଭଳି ଚୀନ୍ ଭଳି ଦେଶ ନିଜ ରିଜର୍ଭ ବ୍ୟାଙ୍କରେ ସୁନା ଭରିଚାଲିଛି । ଏହା ଗୋଟିଏ ବର୍ଷରେ ପ୍ରାୟ ୯୦୦ ଟନରୁ ଉର୍ଦ୍ଧ୍ବ ସୁନା କିଣୁଛି, ଯାହାକି ସୁନା ଦରକୁ ଉପରମୁହାଁ କରୁଛି । ବିଶ୍ୱବ୍ୟାପୀ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଡଲାର ଉପରୁ ନିର୍ଭରତା କମାଇବା ସହ ସୁନା ଭଣ୍ଡାର ବଢ଼ାଉ ଥିବାରୁ ଦର ଏବେ ବଢ଼ିଚାଲିଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gold and Silver Prices Surge Again, Silver Jumps ₹20,000 in a Single Day | Argus News