Videos
|
Gold

Gold Price Today / ସୁନାଠାରୁ ଡବଲ୍ ଚମକିଲା ରୁପା, ଆସନ୍ତା ସପ୍ତାହରେ ସୁନା ଶସ୍ତା ନା ମହଙ୍ଗା ? ଜାଣନ୍ତୁ

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·3 min read
ସୁନାଠାରୁ ଡବଲ୍ ଚମକିଲା ରୁପା, ଆସନ୍ତା ସପ୍ତାହରେ ସୁନା ଶସ୍ତା ନା ମହଙ୍ଗା ? ଜାଣନ୍ତୁ
Gold Price Today

Key Points

ସୁନା-ରୁପା ଦାମରେ ବଡ଼ ବୃଦ୍ଧି !
ଆସନ୍ତା ସପ୍ତାହରେ କ’ଣ ହେବ ଦର ?
ଜାଣନ୍ତୁ କ'ଣ ରହିଛି ଟାର୍ଗେଟ୍ ?
କମୋଡିଟି ବଜାରରେ ଏହି ସପ୍ତାହରେ ମୂଲ୍ୟବାନ ଧାତୁର ଦରରେ ବୃଦ୍ଧି ଦେଖିବାକୁ ମିଳିଛି । ସୁନା ଦାମ ବଢ଼ିଥିବା ବେଳେ ରୁପାର ଦାମ ତା’ଠାରୁ ଦୁଇଗୁଣା ଗତିରେ ଉପରକୁ ଉଠିଛି । କ୍ରୁଡ୍ ଅଏଲ୍ ଦାମରେ ହ୍ରାସ ଏବଂ ଡଲାର ଇଣ୍ଡେକ୍ସର ଚାପ ମଧ୍ୟରେ ଗୋଲ୍ଡ-ସିଲଭରକୁ ମିଳିଛି ଜବରଦସ୍ତ ବୁଷ୍ଟ । ତେବେ ଆଜି ରବିବାର ବଜାର ବନ୍ଦ ଥିବାରୁ, ଶୁକ୍ରବାରର କ୍ଲୋଜିଂ ଦରକୁ ଆଧାର କରି ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ସୁନା-ରୁପାର ଦାମ୍‌ ।

ଇଣ୍ଡିଆନ୍ ବୁଲିଅନ୍ ଜୁଏଲରୀ ଆସୋସିଏସନ୍ ବା IBJAର ତଥ୍ୟ ଅନୁସାରେ, ଗୋଟିଏ ସପ୍ତାହ ମଧ୍ୟରେ ସୁନା ଦାମ ୬,୭୬୧ ଟଙ୍କା ବଢ଼ି ୧୦ ଗ୍ରାମ ପିଛା ୧,୪୯,୬୨୧ ଟଙ୍କାରେ ବନ୍ଦ ହୋଇଛି । ସେହିପରି ରୁପା ଦାମରେ ହୋଇଛି ୧୩,୦୮୬ ଟଙ୍କାର ବଡ଼ ବୃଦ୍ଧି ଦେଖିବାକୁ ମିଳିଛି । ରୁପା ୨,୩୧,୩୮୧ ଟଙ୍କା ପ୍ରତି କିଲୋଗ୍ରାମରେ ପହଞ୍ଚିଛି ।

ଏପଟେ MCXରେ ମଧ୍ୟ ସୁନା-ରୁପା ଦାମ ଉପରମୁହାଁ ରହିଛି । MCXରେ ସୁନା ୧୦ ଗ୍ରାମ ପିଛା ୧,୫୧,୯୮୫ ଟଙ୍କାରେ କ୍ଲୋଜ୍ ହୋଇଥିବା ବେଳେ ରୁପା ୨,୩୧,୮୦୪ ଟଙ୍କା ପ୍ରତି କିଲୋଗ୍ରାମରେ ବନ୍ଦ ହୋଇଛି । ଅନ୍ତର୍ଜାତୀୟ ବଜାର COMEXରେ ମଧ୍ୟ ସୁନା ୪,୦୭୮.୭୦ ଡଲାର ପ୍ରତି ଆଉନ୍ସ ଏବଂ ରୁପା ୫୭.୮୬୩ ଡଲାର ପ୍ରତି ଆଉନ୍ସରେ ପହଞ୍ଚିଛି ।

ଦିଲ୍ଲୀ-ମୁମ୍ବାଇରେ କେତେ ରହିଛି ଦାମ ?

ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧,୫୨,୫୫୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ୧,୩୯,୮୫୦ ଟଙ୍କା ରହିଛି । ସେହିପରି ରୁପା ଦାମ୍‌ କିଲୋଗ୍ରାମ ପିଛା ୨,୪୫,୦୦୦ ଟଙ୍କା ରହିଛି ।

ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା ୧,୫୨,୩୫୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ୧,୩୯,୬୫୦ ଟଙ୍କା ପ୍ରତି ୧୦ ଗ୍ରାମରେ ବିକ୍ରି ହେଉଛି। ରୁପା ପ୍ରତି କିଲୋଗ୍ରାମ ପିଛା ୨, ୪୫, ୦୦୦ ଟଙ୍କା ରହିଛି ।

କୋଲକାତା ଓ ଚେନ୍ନାଇରେ ମଧ୍ୟ ଉଚ୍ଚ ଦର

କୋଲକାତାରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧,୫୨,୩୫୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ୧,୩୯,୬୫୦ ଟଙ୍କା ରହିଛି । ରୁପା ଦାମ ୨,୪୫,୦୦୦ ଟଙ୍କା ପ୍ରତି କିଲୋଗ୍ରାମ ରହିଛି ।

ଚେନ୍ନାଇରେ ୨୪ କ୍ୟାରେଟ୍ ସୁନା ୧,୫୧,୬୪୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ପିଛା ୧,୩୯,୦୦୦ ଟଙ୍କା ରହିଛି । ସେହିପରି ରୁପା ଦାମ୍‌ ପ୍ରତି କିଲୋଗ୍ରାମ ପିଛା ୨,୫୦, ୦୦୦ ଟଙ୍କା ରହିଛି ।

ରବିବାର ହୋଇଥିବାରୁ ଆଜି ଘରୋଇ ଏବଂ ଅନ୍ତର୍ଜାତୀୟ କମୋଡିଟି ବଜାର ବନ୍ଦ ରହିଛି । ତେଣୁ ସରାଫା ବଜାରରେ ଶୁକ୍ରବାରର କ୍ଲୋଜିଂ ଦରକୁ ଆଧାର କରି କାରବାର ଏବଂ କିଣାବିକା ହେଉଛି ।

ସୁନା ଆଗକୁ କେଉଁଠି ?

ବଜାର ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ସୁନାର ସପୋର୍ଟ ଲେଭେଲ୍ ୧୦ ଗ୍ରାମ ପିଛା ୧,୪୮,୦୦୦ ଟଙ୍କାରୁ ୧,୪୨,୫୦୦ ଟଙ୍କା ମଧ୍ୟରେ ରହିପାରେ । ଯଦି ବଜାରରେ ପ୍ରଫିଟ୍ ବୁକିଂ ଦେଖାଯାଏ, ତେବେ ସୁନା ଏହି ସ୍ତରରେ ସପୋର୍ଟ ନେଇପାରେ । ଅନ୍ୟପଟେ ୧,୫୨,୫୦୦ ଟଙ୍କାରୁ ୧,୫୫,୦୦୦ ଟଙ୍କା ମଧ୍ୟରେ ରହିପାରେ ରେଜିଷ୍ଟାନ୍ସ ବା ଟାର୍ଗେଟ୍ ଜୋନ୍ । ଅନ୍ତର୍ଜାତୀୟ ବଜାରରେ ଯଦି ଏହି ବୃଦ୍ଧି ଜାରି ରହେ, ତେବେ ସୁନା ୧.୫୫ ଲକ୍ଷ ଟଙ୍କା ସ୍ତର ଛୁଇଁପାରେ ।

ରୁପାରେ ଆହୁରି ବୃଦ୍ଧି ଦେଖିବାକୁ ମିଳିପାରେ ?

ସୁନା ତୁଳନାରେ ରୁପାରେ ଅଧିକ ବୃଦ୍ଧି ଦେଖିବାକୁ ମିଳୁଛି । ରୁପାର ଟେକ୍ନିକାଲ୍ ଚାର୍ଟ ମଧ୍ୟ ଏବେ ବୃଦ୍ଧିର ସଙ୍କେତ ଦେଉଛି । ରୁପାର ସପୋର୍ଟ ଲେଭେଲ୍ ୨,୨୦,୦୦୦ ଟଙ୍କାରୁ ୨,୨୫,୦୦୦ ଟଙ୍କା ପ୍ରତି କିଲୋଗ୍ରାମ ମଧ୍ୟରେ ରହିପାରେ । ସେହିପରି ୨,୩୮,୦୦୦ ଟଙ୍କାରୁ ୨,୪୫,୦୦୦ ଟଙ୍କା ମଧ୍ୟରେ ରୁପାର ରେଜିଷ୍ଟାନ୍ସ ରହିପାରେ । ଯଦି ବଜାରରେ ବୃଦ୍ଧି ଜାରି ରୁହେ ତେବେ ରୁପା ଖୁବଶୀଘ୍ର ନୂଆ ରେକର୍ଡ ସ୍ତର ଛୁଇଁବାର ସମ୍ଭାବନା ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: