Videos
|
Gold

Gold Price Today / ଦୀପାବଳି ପୂର୍ବରୁ ଖୁସି ଖବର ! ଶସ୍ତା ହେଲା ସୁନା ଓ ରୁପା, ଜାଣନ୍ତୁ ଆଜିର ଦର

Santosh Kumar Sahoo
Browse all articles by Santosh Kumar Sahoo
·41 mins ago·2 min read
ଦୀପାବଳି ପୂର୍ବରୁ ଖୁସି ଖବର ! ଶସ୍ତା ହେଲା ସୁନା ଓ ରୁପା, ଜାଣନ୍ତୁ ଆଜିର ଦର
Gold Price Today

Key Points

ସୁନା ଦରରେ ବଡ଼ ହ୍ରାସ
୧୦ ଗ୍ରାମ ପିଛା କମିଲା ୧,୩୦୦ ଟଙ୍କା
ରୁପା ବି ହେଲା ଶସ୍ତା
ଦୀପାବଳି ପୂର୍ବରୁ କମିଲା ସୁନା ଓ ରୁପା ଦର । ଡଲାର ତୁଳନାରେ ଟଙ୍କାର ମୂଲ୍ୟରେ ଉନ୍ନତି, ଅଶୋଧିତ ତୈଳର ଉଚ୍ଚ ଦର ଏବଂ ବିଶ୍ୱ ବଜାରରେ ଦୁର୍ବଳ ସ୍ଥିତି ଯୋଗୁଁ ବୁଧବାର ଦେଶର ରାଜଧାନୀ ନୂଆଦିଲ୍ଲୀର ସରାଫା ବଜାରରେ ସୁନା ଓ ରୁପା ଦର ହ୍ରାସ ପାଇଛି । ଅଖିଳ ଭାରତୀୟ ସରାଫା ସଂଘର ସୂଚନା ଅନୁଯାୟୀ, ୯୯.୯ ପ୍ରତିଶତ ଶୁଦ୍ଧତା ବିଶିଷ୍ଟ ସୁନାର ମୂଲ୍ୟ ୧,୩୦୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୧,୪୯,୦୦୦ ଟଙ୍କାରେ ପହଞ୍ଚିଛି ।

ଏହା ପୂର୍ବରୁ ମଙ୍ଗଳବାର ସୁନା ଦର ୧୦ ଗ୍ରାମ ପିଛା ୧,୫୦,୩୦୦ ଟଙ୍କାରେ ବନ୍ଦ ହୋଇଥିଲା । ସେହିପରି ଲଗାତାର ଦୁଇଟି କାରବାର ଦିନ ସ୍ଥିର ରହିବା ପରେ ରୁପା ଦର ମଧ୍ୟ ହ୍ରାସ ପାଇଛି । ରୁପା କିଲୋଗ୍ରାମ ପିଛା ୧,୬୦୦ ଟଙ୍କା କମି ୨,୧୩,୪୦୦ ଟଙ୍କା ହୋଇଛି । ପୂର୍ବ କାରବାର ଦିନ ଏହାର ମୂଲ୍ୟ ୨,୧୫,୦୦୦ ଟଙ୍କା ଥିଲା ।

୨୨ ଅକ୍ଟୋବର, ୨୦୨୬ରେ ଭାରତରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଗ୍ରାମ ପିଛା ୧୪,୬୦୭ ଟଙ୍କା ରହିଛି । ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଗ୍ରାମ ୧୩,୩୮୯ ଟଙ୍କା ଥିବା ବେଳେ ୧୮ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଗ୍ରାମ ୧୦,୯୫୫ ଟଙ୍କା ରହିଛି । ସେହିପରି ଚେନ୍ନାଇ, ମୁମ୍ବାଇ, କୋଲକାତା, ବେଙ୍ଗାଲୁରୁ, ହାଇଦ୍ରାବାଦ, କେରଳ ଏବଂ ପୁଣେରେ ୨୪ କ୍ୟାରେଟ୍ ଏବଂ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଯଥାକ୍ରମେ ୧୪,୬୦୭ ଟଙ୍କା ଏବଂ ୧୩,୩୮୯ ଟଙ୍କା ରହିଛି । ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ପ୍ରତି ଗ୍ରାମ ୧୪,୬୨୨ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ପ୍ରତି ଗ୍ରାମ ୧୩,୪୦୪ ଟଙ୍କା ରେକର୍ଡ କରାଯାଇଛି ।
ଏଥି ସହ ପଢନ୍ତୁ:  ୧.୫ ଲକ୍ଷ ପାର୍ କଲା ସୁନା, ରୁପା ଦାମ୍‌ ବି ଆକାଶଛୁଆଁ...ଦଶହରା ପରେ ଆହୁରି ବଢ଼ିବ ଦର ?

LKP ସିକ୍ୟୁରିଟିଜ୍‌ର ଉପାଧ୍ୟକ୍ଷ ଏବଂ ଗବେଷଣା ବିଶ୍ଳେଷକ (କମୋଡିଟିଜ୍ ଏବଂ ମୁଦ୍ରା) ଜତିନ୍ ତ୍ରିବେଦୀ କହିଛନ୍ତି, ଟଙ୍କା ମଜବୁତ ହେବା ସହ ଅଶୋଧିତ ତୈଳର ଉଚ୍ଚ ଦର ଯୋଗୁଁ ମୁଦ୍ରାସ୍ଫୀତି ବଢ଼ିବାର ଆଶଙ୍କା ରହିଛି। ଏହି କାରଣରୁ ବଜାରର ସାମଗ୍ରିକ ମନୋଭାବ ଦୁର୍ବଳ ରହିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବୁଧବାର ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ୪୮ ପଇସା ମଜବୁତ ହୋଇ ୯୪.୪୩ ଟଙ୍କାରେ ବନ୍ଦ ହୋଇଥିଲା । ଡଲାରର ଚାହିଦା ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କର ହସ୍ତକ୍ଷେପ ଟଙ୍କାକୁ ସମର୍ଥନ ଦେଇଥିଲା ।

ବିଶ୍ୱ ବଜାରରେ ସୁନା ସ୍ଥିର, ରୁପା ଦର ହ୍ରାସ

PL କ୍ୟାପିଟାଲର କମୋଡିଟିଜ୍ ମୁଖ୍ୟ ଆଶିଷ ରାଜୋଡିଆ କହିଛନ୍ତି ଯେ ଘରୋଇ ବଜାରରେ ମଧ୍ୟ ରୂପା ମୂଲ୍ୟ ହ୍ରାସ ପାଇଛି । ଇରାନ ସହିତ ଶାନ୍ତି ଚୁକ୍ତିର ପ୍ରାରମ୍ଭିକ ଆଶାରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇଛି, ଯାହା ମୂଲ୍ୟବାନ ଧାତୁକୁ ଅସ୍ଥାୟୀ ସମର୍ଥନ ଯୋଗାଇଛି । ବିଶ୍ୱ ବଜାରରେ, ସ୍ପଟ୍ ସୁନା ଆଉନ୍ସ ପ୍ରତି ୪,୧୨୭.୬୮ ଡଲାରରେ ପ୍ରାୟ ସ୍ଥିର ରହିଛି । ସେହିପରି ରୁପା ୦.୪୮% ହ୍ରାସ ପାଇ ପ୍ରତି ଆଉନ୍ସ ୫୭.୭୨ ଡଲାରକୁ ଖସିଥିଲା । 

ମୋଟାମୋଟି ଭାବେ କହିବା ଯଦି ତେବେ ଟଙ୍କାର ମୂଲ୍ୟ ବୃଦ୍ଧି, ଅଶୋଧିତ ତୈଳ ଦର ଏବଂ ବିଶ୍ୱ ବଜାରର ଦୁର୍ବଳ ସ୍ଥିତି ସୁନା ଓ ରୁପା ଦରକୁ ପ୍ରଭାବିତ କରିଛି ।