Videos
|
Gold

Gold Price Today / ଆଜି ପୁଣି ବଢ଼ିଲା ସୁନା-ରୁପା ଦର, ୧୦ ଗ୍ରାମ୍‌ ସୁନା ଦାମ୍ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ !

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଆଜି ପୁଣି ବଢ଼ିଲା ସୁନା-ରୁପା ଦର, ୧୦ ଗ୍ରାମ୍‌ ସୁନା ଦାମ୍ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ !
Gold Price

Key Points

ବଜାରରେ ମହଙ୍ଗା ହେଲା ସୁନା ଓ ରୁପା
ଆଜିର ନୂଆ ଦର ଦେଖି ଗ୍ରାହକ ଚିନ୍ତାରେ
୧୦ ଗ୍ରାମର ଦାମ ଶୁଣି ହେବେ ଆଶ୍ଚର୍ଯ୍ୟ

ସୁନା ଓ ରୁପା କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ବଡ଼ ଖବର । ଆଜି ପୁଣି ବଢ଼ିଛି ମୂଲ୍ୟବାନ ଧାତୁର ଦର । ଅନ୍ତର୍ଜାତୀୟ ବଜାରରେ ସୁନାର ଚାହିଦା ବଢ଼ିବା ସହ ଭାରତୀୟ ବଜାରରେ ମଧ୍ୟ ଦାମରେ ବୃଦ୍ଧି ଦେଖିବାକୁ ମିଳିଛି । କେବଳ ୨୪ ସୁନା ଦର ନୁହେଁ ରୁପା ମଧ୍ୟ ମହଙ୍ଗା ହୋଇଛି । ତେବେ ଆଜି ବଜାରରେ ସୁନା ଓ ରୁପାର ଦର କେତେ ରହିଛି, ଆସନ୍ତୁ ଜାଣିବା....

ଦେଶରେ ପୁଣି ଥରେ ବଢ଼ିଛି ମୂଲ୍ୟବାନ ଧାତୁର ମୂଲ୍ୟ । ଅନ୍ତର୍ଜାତୀୟ ବଜାରରେ ସୁନାର ଚାହିଦା ବୃଦ୍ଧି ପାଇବା ସହ ଘରୋଇ ବଜାରରେ ମଧ୍ୟ ସୁନା ଓ ରୁପା ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳିଛି । ଆମେରିକାର କମୋଡିଟି ଏକ୍ସଚେଞ୍ଜ (COMEX)ରେ ସୁନା ଦର ୦.୬୬ ପ୍ରତିଶତ ବୃଦ୍ଧି ପାଇ ୪୦୬୩ ଡଲାର ପ୍ରତି ଆଉନ୍ସ ସ୍ତରରେ କାରବାର କରୁଛି । ଏହା ବିଶ୍ୱ ନିବେଶକଙ୍କ ମଧ୍ୟରେ ସୁନା ପ୍ରତି ଲଗାତାର ବଢ଼ୁଥିବା ଆଗ୍ରହକୁ ଦର୍ଶାଉଛି । ଘରୋଇ ବଜାରରେ ୨୪ କ୍ୟାରେଟ୍ ଶୁଦ୍ଧ ସୁନାର ଦର ୦.୩୭ ପ୍ରତିଶତ ବଢ଼ି ୧ ଲକ୍ଷ ୪୨ ହଜାର ୫୩୦ ଟଙ୍କା ପ୍ରତି ୧୦ ଗ୍ରାମରେ ପହଞ୍ଚିଛି । ଗତକାଲି ଏହାର ଦର ୧ ଲକ୍ଷ ୪୨ ହଜାର ୫ ଟଙ୍କା ଥିଲା। ଅର୍ଥାତ୍ ସୁନା ଦରରେ ୫୨୫ ଟଙ୍କା ବୃଦ୍ଧି ହୋଇଛି ।

ଅଧିକ ପଢ଼ନ୍ତୁ: ଗ୍ରାହକଙ୍କ ପାଇଁ ଖୁସି ଖବର, ହଠାତ୍‌ କମିଗଲା ସୁନା-ରୁପା ଦର୍‌...ଜାଣନ୍ତୁ ଆଜିର ଦାମ୍‌


ସେହିପରି ୨୨ କ୍ୟାରେଟ୍ ସୁନାର ଦର ଆଜି ପ୍ରତି ୧୦ ଗ୍ରାମକୁ ୧ ଲକ୍ଷ ୩୩ ହଜାର ୯୯୦ ଟଙ୍କା ରହିଛି। ଗତକାଲି ତୁଳନାରେ ଏଥିରେ ୪୯୫ ଟଙ୍କା ବୃଦ୍ଧି ହୋଇଛି । ଏହାଛଡ଼ା ୧୮ କ୍ୟାରେଟ୍ ସୁନାର ମୂଲ୍ୟରେ ମଧ୍ୟ ୪୦୫ ଟଙ୍କା ବୃଦ୍ଧି ହୋଇ ଏବେ ପ୍ରତି ୧୦ ଗ୍ରାମକୁ ୧ ଲକ୍ଷ ୯ ହଜାର ୬୩୦ ଟଙ୍କା ରହିଛି ।

ଅନ୍ୟପଟେ, ରୁପା ଦରରେ ମଧ୍ୟ ବୃଦ୍ଧି ଜାରି ରହିଛି । ଅନ୍ତର୍ଜାତୀୟ ବଜାରରେ ସ୍ପଟ୍ ସିଲଭର୍ ୦.୦୪ ପ୍ରତିଶତ ବଢ଼ି ୫୮.୧୧ ଡଲାର ପ୍ରତି ଆଉନ୍ସ ସ୍ତରରେ କାରବାର କରୁଛି । ସେହିପରି ଭାରତୀୟ ଘରୋଇ ବଜାରରେ ଆଜି ରୂପା ଦର ୦.୭୭ ପ୍ରତିଶତ ବଢ଼ି ପ୍ରତି କିଲୋଗ୍ରାମକୁ ୨ ଲକ୍ଷ ୧୭ ହଜାର ଟଙ୍କାରେ ପହଞ୍ଚିଛି । ଏହି ହିସାବରେ ୧୦ ଗ୍ରାମ ରୂପାର ଦର ୨୧୭୦ ଟଙ୍କା ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: