Benefits of Beetroot Juice / ବିଟ୍ ଜୁସ୍ ପିଇବା ଦ୍ଵାରା କେଉଁ ଫାଇଦା ମିଳେ, ଆସନ୍ତୁ ଜାଣିବା ଏହାର ଉପକାରିତା...
·8 months ago·2 min read

Key Points
ବିଟ୍ ଓ ଲେମ୍ବୁ ରସ ପାଚନତନ୍ତ୍ରକୁ ଶକ୍ତିଶାଳୀ ଓ ଗ୍ୟାସ–ଏସିଡିଟିକୁ କମାଇଥାଏ
ଏହି ଡିଟକ୍ସ ଡ୍ରିଙ୍କ ଓଜନ କମାଇବାରେ ଉପକାରୀ ଓ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରେ
ଦିନଟି ଯଦି ସୁସ୍ଥ ଓ ସତେଜତା ଭାବରେ ଆରମ୍ଭ ହୁଏ, ଶରୀର ସାରାଦିନ ଆକ୍ଟିଭ୍ ରହିବା ସହ ଥକାପଣ ଓ କମଜୋରି କମିଯାଏ । ଏଥିପାଇଁ ସକାଳେ ଖାଲି ପେଟରେ ବିଟ୍ ସହ ଅଦା ଓ ଲେମ୍ବୁ ମିଶ୍ରିତ ରସ ପିଇବାକୁ ବିଶେଷଜ୍ଞମାନେ ବହୁତ୍ ଉପକାରୀ ବୋଲି କହିଛନ୍ତି ।
ନେଶନାଲ ଲାଇବ୍ରେରୀ ଅଫ୍ ମେଡିସିନ୍ ଦ୍ୱାରା ପ୍ରକାଶିତ ଗୋଟିଏ ଅଧ୍ୟୟନ ଅନୁସାରେ, ଲେମ୍ବୁରେ ଥିବା ଭିଟାମିନ୍–C ଓ ବିଟ୍ରେ ଥିବା ଆଇରନ୍ ଓ ଆଣ୍ଟିଅକ୍ସିଡେଣ୍ଟ ମିଶି ଶରୀରର ଇମ୍ୟୁନିଟିକୁ ଶକ୍ତିଶାଳୀ କରେ । ଇମ୍ୟୁନିଟି ବଢ଼ିଲେ ଶରୀର ସଂକ୍ରମଣ ଓ ଅନେକ ରୋଗରୁ ସୁରକ୍ଷିତ ରହେ ।
ସେହିପରି, MDPI ଦ୍ୱାରା ପ୍ରକାଶିତ ଅନ୍ୟ ଗୋଟିଏ ଅଧ୍ୟୟନରେ କୁହାଯାଇଛି ଯେ ବିଟ୍ରେ ନାଇଟ୍ରେଟ୍ ପ୍ରଚୁର ପରିମାଣରେ ରହିଥାଏ । ଏହା ସ୍ୱାସ୍ଥ୍ୟକୁ ଉନ୍ନତ କରେ, ରକ୍ତସଂଚାଳନକୁ ସୁଧାରିଥାଏ ଓ ଚର୍ମରେ ସତେଜତା ଆଣିଥାଏ । ବିଟ୍ ରସରେ ଲେମ୍ବୁ ମିଶାଇ ପିଇଲେ ପାଚନତନ୍ତ୍ର ମଧ୍ୟ ଶକ୍ତିଶାଳୀ ହୁଏ ।
ଏନର୍ଜି ପାଇଁ ଅତ୍ୟନ୍ତ ଉପକାରୀ
ବିଟ୍ରେ ଥିବା ନାଇଟ୍ରେଟ୍ ମାଂସପେଶୀ ଓ ମସ୍ତିଷ୍କରେ ରକ୍ତ ପ୍ରବାହ ଓ ଅକ୍ସିଜେନ୍ ପରିମାଣକୁ ବଢ଼ାଇଦେଇଥାଏ । ଏଥିରେ ଥକାପଣ କମେ ଓ ଶରୀର ସତେଜ ରହିଥାଏ । ଲେମ୍ବୁରେ ଥିବା ଭିଟାମିନ୍–C ବିଟ୍ର ଆଇରନ୍କୁ ଶରୀର ଠିକ ଭାବେ ଅବଶୋଷିତ କରିବାରେ ସହାଯ୍ୟ କରେ । ଏହା ଶରୀରକୁ ଡିଟକ୍ସ କରିଥାଏ ଓ ପ୍ରାକୃତିକ ତାଜାପଣ ଦେଇଥାଏ ।
ବିଟ୍ ରସ କେତେଦିନ ପିଇବା ଉଚିତ ?
ବିଶେଷଜ୍ଞମାନଙ୍କ ଅନୁସାରେ ହାଫ୍ ଗ୍ଲାସ୍ (150–200 ml) ବିଟ୍ ରସ ଦିନକୁ ୩ରୁ ୪ଥର ପିଇବା ସାଧାରଣତଃ ସୁରକ୍ଷିତ । ୪ ରୁ ୬ ସପ୍ତାହ ନିୟମିତ ପିଇଲେ ଶରୀରରେ ଭଲ ପରିବର୍ତ୍ତନ ଦେଖାଯାଏ । ତଥାପି ବ୍ଲଡ୍ ପ୍ରେସର କମ୍ ଥାଏ କିମ୍ବା କିଡ୍ନି ସମସ୍ୟା ଥିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ନେଶନାଲ ଲାଇବ୍ରେରୀ ଅଫ୍ ମେଡିସିନ୍ ର ଷ୍ଟଡି ଅନୁସାରେ, ଲେମ୍ବୁର ପଲିଫେନଲ୍ ଆଣ୍ଟିଅକ୍ସିଡେଣ୍ଟ ଗୁଣ ଦ୍ୱାରା ବୟସ୍ କମ୍ ଦେଖାଯିବା (Anti-ageing Effect) ସହ ଲିପିଡ୍ ପେରଅକ୍ସିଡେସନ୍ କମିବାରେ ସାହାଯ୍ୟ କରେ ।
ଓଜନ କମାଇବାରେ ସାହାଯ୍ୟ କରେ
ବିଟ୍ ଜୁସ୍ ଓ ଲେମ୍ବୁର ମିଶ୍ରିତ ରସ ପ୍ରାକୃତିକ ଡିଟକ୍ସ ଡ୍ରିଙ୍କ ଭାବରେ କାମ କରେ । ଏହା ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରେ ଓ ମେଟାବଲିଜମ୍କୁ ସତେଜ କରେ । ଏହାକୁ ନିୟମିତ ସେବନ କଲେ ଓଜନ କମିବାରେ ମଧ୍ୟ ସାହାଯ୍ୟ କରେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories