Videos
|
National

Warning Labels to Be Mandatory / ପ୍ୟାକେଟ୍ ଖାଦ୍ୟରେ ଲାଗିବ ଚେତାବନୀ ଲେବଲ୍, ଅଧିକ ଲୁଣ, ଚିନି ଓ ଚର୍ବି ଥିଲେ ଗ୍ରାହକଙ୍କୁ କରାଯିବ ସତର୍କ

Bikash Mohanty
Browse all articles by Bikash Mohanty
·1 hour ago·2 min read
ପ୍ୟାକେଟ୍ ଖାଦ୍ୟରେ ଲାଗିବ ଚେତାବନୀ ଲେବଲ୍, ଅଧିକ ଲୁଣ, ଚିନି ଓ ଚର୍ବି ଥିଲେ ଗ୍ରାହକଙ୍କୁ କରାଯିବ ସତର୍କ
Packed Food

Key Points

ପ୍ୟାକେଟ୍ ଖାଦ୍ୟରେ ଲାଗିବ ଚେତାବନୀ ଲେବଲ୍,
ଅଧିକ ଲୁଣ, ଚିନି ଓ ଚର୍ବି ଥିଲେ ଗ୍ରାହକଙ୍କୁ କରାଯିବ
FSSAIକୁ ନିୟମ ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ 
ନୂଆଦିଲ୍ଲୀ: ଆପଣ ପ୍ୟାକେଟ୍ ଖାଦ୍ୟ ଖାଉଛନ୍ତି କି? ଏଣିକି ପ୍ୟାକେଟ୍ ଖାଦ୍ୟ କିଣିବା ପୂର୍ବରୁ ଗ୍ରାହକଙ୍କୁ ମିଳିବ ସ୍ପଷ୍ଟ ଚେତାବନୀ। ଖାଦ୍ୟରେ ଅଧିକ ଲୁଣ, ଚିନି ଓ ସାଚୁରେଟେଡ୍ ଫ୍ୟାଟ୍ ରହିଥିଲେ ପ୍ୟାକେଟ୍ ଉପରେ ଲାଗିବ ସ୍ୱତନ୍ତ୍ର ୱାର୍ଣ୍ଣିଂ ଲେବଲ୍। ଏନେଇ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI)କୁ ନିୟମ ପ୍ରସ୍ତୁତ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟର ବିଚାରପତି ଜେ.ବି. ପାର୍ଦିୱାଲା ଓ କେ. ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ କହିଛନ୍ତି ଯେ, ପ୍ୟାକେଟ୍ ଖାଦ୍ୟର ମୁଖ୍ୟ ପ୍ରଦର୍ଶନ କ୍ଷେତ୍ରରେ ତିନୋଟି ପୃଥକ ଚିହ୍ନ ରହିବା ଆବଶ୍ୟକ। ସେଥିରେ 'ଅଧିକ ଚର୍ବି', 'ଅଧିକ ଚିନି' ଏବଂ 'ଅଧିକ ଲୁଣ' ବୋଲି ସ୍ପଷ୍ଟ ଭାବେ ଲେଖାଯିବ।

ପ୍ରତ୍ୟେକ ଚିହ୍ନ ପ୍ୟାକେଟ୍‌ର ମୁଖ୍ୟ ପ୍ରଦର୍ଶନ କ୍ଷେତ୍ରର ଅତି କମରେ ୪ରୁ ୫ ପ୍ରତିଶତ ସ୍ଥାନ ଅଧିକାର କରିବ। ଏହାସହ ଲେବଲ୍‌ରେ ଥିବା ଅକ୍ଷରର ଆକାର ଯଥେଷ୍ଟ ବଡ଼ ରହିବ, ଯାହାଦ୍ୱାରା ଗ୍ରାହକମାନେ ସହଜରେ ପଢ଼ିପାରିବେ। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଖାଦ୍ୟରେ ଥିବା ମୋଟ ଚିନି ଓ ସାଚୁରେଟେଡ୍ ଫ୍ୟାଟ୍‌କୁ ଚେତାବନୀ ଲେବଲ୍‌ର ଆଧାର କରାଯିବ। କେବଳ ଖାଦ୍ୟରେ ଅତିରିକ୍ତ ଭାବେ ମିଶାଯାଇଥିବା ଚିନି କିମ୍ବା ଚର୍ବିକୁ ହିସାବକୁ ନିଆଯିବ ନାହିଁ।

ପଢନ୍ତୁ ଏହି ଖବର:  ଚା’ ସହ ବିସ୍କୁଟ୍ ଖାଉଛନ୍ତି କି, ସାବଧାନ ! ଏହି ସବୁ ରୋଗକୁ କରୁଛନ୍ତି ନିମନ୍ତ୍ରଣ …

ଏହାସହ ଲୁଣ, ମୋଟ ଚିନି ଓ ସାଚୁରେଟେଡ୍ ଫ୍ୟାଟ୍‌ର ସର୍ବାଧିକ ସୀମା ମଧ୍ୟ ପୁନଃନିର୍ଦ୍ଧାରଣ କରିବାକୁ କହିଛନ୍ତି ଖଣ୍ଡପୀଠ। ଚେତାବନୀର ସୀମା ଏପରି ରହିବା ଦରକାର, ଯାହାଦ୍ୱାରା ଅନାବଶ୍ୟକ ଭାବେ ସବୁ ଖାଦ୍ୟ ପ୍ୟାକେଟ୍‌ରେ ଚେତାବନୀ ଲଗାଇବାକୁ ନପଡ଼େ ଏବଂ ପ୍ରକୃତରେ କ୍ଷତିକାରକ ଖାଦ୍ୟ ମଧ୍ୟ ଏଥିରୁ ବାଦ୍ ନପଡ଼େ।  ପ୍ୟାକେଟ୍ ଖାଦ୍ୟର ପୁଷ୍ଟିକର ଗୁଣ ଓ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ସମ୍ପର୍କରେ ପିଲାଙ୍କ ସମେତ ସାଧାରଣ ଲୋକଙ୍କୁ ସଚେତନ କରିବା ଉପରେ କୋର୍ଟ ଗୁରୁତ୍ୱ ଦେଇଛନ୍ତି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିପାଇଁ FSSAIକୁ ଡ୍ରାଫ୍ଟ ନିୟମ ପ୍ରସ୍ତୁତ କରି ଅଂଶୀଦାରଙ୍କଠାରୁ ପରାମର୍ଶ ଓ ଆପତ୍ତି ଆହ୍ୱାନ କରିବାକୁ କୁହାଯାଇଛି। ଏହାପରେ ନିୟମକୁ ଶୀଘ୍ର ଚୂଡ଼ାନ୍ତ କରି ସୂଚିତ କରିବାକୁ ନିର୍ଦ୍ଦେଶ ରହିଛି। ୧୦ ସପ୍ତାହ ମଧ୍ୟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଅର୍ଥାତ୍, ଏଣିକି ପ୍ୟାକେଟ୍ ଖାଦ୍ୟ କିଣିବା ପୂର୍ବରୁ ଗ୍ରାହକ ଜାଣିପାରିବେ ଏଥିରେ କେତେ ମାତ୍ରାରେ ରହିଛି ଲୁଣ, ଚିନି ଓ ଚର୍ବି। ଏହା ଖାଦ୍ୟ ସୁରକ୍ଷା ଦିଗରେ ଏକ ବଡ଼ ପଦକ୍ଷେପ ହୋଇପାରେ।

Related Topics

Explore more stories