Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବର୍ଷା ଦିନେ ଖାଆନ୍ତୁ ନାହିଁ ଏହି ଖାଦ୍ୟ, ନଚେତ୍‌...

Health & Wellness

ବର୍ଷା ଦିନେ ଖାଆନ୍ତୁ ନାହିଁ ଏହି ଖାଦ୍ୟ, ନଚେତ୍‌...

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବର୍ଷା ଦିନେ ଖାଆନ୍ତୁ ନାହିଁ ଏହି ଖାଦ୍ୟ, ନଚେତ୍‌...

ଅର୍ଗସ ବ୍ୟୁରୋ:  ରାଜ୍ୟରେ ପ୍ରବଳ ବର୍ଷା ହେଉଛି। ବର୍ଷା ସମୟରେ ଜଙ୍କ ଫୁଡ ଖାଇବାକୁ ସମସ୍ତରଙ୍କ ଇଛା ହୁଏ। କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ଠିକ କି ନୁହେଁ ଜାଣିବା ଦରକାର। ବର୍ଷା ଦିନେ ପ୍ରାୟ ସମସ୍ତେ ପକୋଡ଼ା, ଆଳୁଚପ ଭଳି ଛଣାଛଣି ଜିନିଷ ଖାଇବାକୁ ଭଲ ପାଆନ୍ତି । ଘରେ ତିଆରି କରି ଖାଆନ୍ତି, ନହେଲେ ବାହାରୁ କିଣି ଖାଆନ୍ତି । କିନ୍ତୁ ଜାଣନ୍ତି କି ବର୍ଷା ଦିନେ ତେଲ ଛଣା ଜିନିଷ ଖାଇଲେ ପେଟ ସହିତ ଜଡ଼ିତ ଅନେକ ସମସ୍ୟା ଦେଖାଯାଏ । ଏପରିକି ମଇଦା, ଆଳୁ ମସଲା ତଥା ତେଲରେ ଛଣା ହୋଇଥିବା ସ୍ୱାଦିଷ୍ଠ ସିଙ୍ଗଡା ଏସିଡ଼ିଟି ଓ ଗ୍ୟାସ୍‌ ସମସ୍ୟା ଥିବା ଲୋକଙ୍କ ପାଇଁ କ୍ଷତିକାରକ । ଗରିଷ୍ଠ ଏବଂ ତେଲରେ ଛଣା ଖାଦ୍ୟ ମଧ୍ୟ ବର୍ଜନୀୟ, ତେଣୁ ଯଥାସମ୍ଭବ ଏଭଳି ଖାଦ୍ୟରୁ ଦୂରେଇ ରୁହନ୍ତୁ । ଆଜିକାଲି ରାସ୍ତା କଡ଼ରେ ବିକ୍ରି ହେଉଥିବା ଚାଓମିନ୍‌, ମୋମୋ, ନୁଡୁଲ୍‌ସ୍‌ ଆଦି ଚାଇନିଜ୍‌ ଖାଦ୍ୟ ସମସ୍ତଙ୍କର ବହୁତ ପ୍ରିୟ ।

ଅନେକ ସମୟରେ ଅବିଶୋଧିତ ପାଣିରେ ଏଭଳି ଖାଦ୍ୟ ପ୍ରସ୍ତୁତ କରାଯାଉଥିବାରୁ ତାହା ଖାଇଲେ ଶରୀର ଅସୁସ୍ଥ ହେବାର ଆଶଙ୍କା ରହିଛି । ଚାଇନିଜ୍‌ ଖାଦ୍ୟରେ ମୋନାସୋଡିୟମ୍‌ ପରିମାଣ ଅଧିକ ଥିବାରୁ ଶରୀରରେ ଶ୍ୱାସକ୍ରିୟା ସମସ୍ୟା, ମୁଣ୍ଡବିନ୍ଧା, ଅଧକପାଳି, ଅରୁଚି, ପାଟି ଜଳାପୋଡ଼ା, ପେଟବ୍ୟଥା ଆଦି ରୋଗ ସୃଷ୍ଟି ହୋଇଥାଏ । ବର୍ଷା ସମୟରେ ଏହାର କୁପ୍ରଭାବ ଅଧିକ ଦେଖାଯାଇଥାଏ। ଏହାସହ ଶାଗ, ମାଛ, ଚାଟ୍‌, ଫାଷ୍ଟ ଫୁଡ ଖାଇବା ଠିକ୍‌ ନୁହେଁ। ଏହାଦ୍ୱାରା ବେଁା ଦିନେ ଅଧିକ ରୋଗ ବଢ଼ିଥାଏ। ତେବେ ସୁସ୍ଥ ରହିବା ପାଇଁ ହେଲେ ବର୍ଷା ଦିନେ ଏସବୁ ଖାଦ୍ୟ ଠାରୁ ଦୂରରେ ରୁହନ୍ତୁ।

ଅଧିକ ପଢ଼ନ୍ତୁ ସ୍ୱାସ୍ଥ୍ୟ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
chaat, bhel puri, sev puri, papdi chaat, aloo chaat, kachori chaat, from the street can pose a risk of potential illnesses | Argus News