Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ପ୍ରୋଟିନ ନାଁରେ ଛୁଆ ଖାଉଛନ୍ତି ବିଷ

Health & Wellness

ପ୍ରୋଟିନ ନାଁରେ ଛୁଆ ଖାଉଛନ୍ତି ବିଷ

Arpita Mohanty
Browse all articles by Arpita Mohanty
·2 years ago·2 min read
ପ୍ରୋଟିନ ନାଁରେ ଛୁଆ ଖାଉଛନ୍ତି ବିଷ

ଅର୍ଗସ ବ୍ୟୁରୋ : ଆଜିକାଲି ମାର୍କେଟରେ ପିଲାମାନଙ୍କ ପାଇଁ ଅନେକ ପ୍ରକାରର ପାଉଡର ଜାତୀୟ ଖାଦ୍ୟ ମିଳୁଛି ଯାହା ଦାବି କରେ ଯେ ଏହା ଖାଇବା ଦ୍ଵାରା ପିଲା ମାନଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢିବା ସହିତ ଆଣ୍ଠୁ ଗଣ୍ଠି ଶକ୍ତିଶାଳୀ କରାଇବ ,ଏକ ସୁସ୍ଥ ମସ୍ତିଷ୍କ ସହିତ ସ୍ମୃତି ଶକ୍ତି ବଢାଇବାରେ ମଧ୍ୟ ସାହାଯ୍ୟ କରିବ। କିନ୍ତୁ ଏହି ସବୁ ପାଉଡର ଜାତୀୟ ଖାଦ୍ୟରେ ପିଲା ମାନଙ୍କର ବିକାଶଠୁ ଅଧିକ ଚିନିର ମାତ୍ରା ରହିଥାଏ ବୋଲି ଶିଶୁ ବିଶେଷଜ୍ଞ ମାନେ କହିଛନ୍ତି। ବୋର୍ନଭିଟାରେ ୧୦୦ ଗ୍ରାମ ପ୍ରତି ୩୭ ଗ୍ରାମ ଚିନିର ମାତ୍ରା ଥିବାବେଳେ କମ୍ପ୍ଲାନରେ ୨୧.୮ ଗ୍ରାମ, ବୁଷ୍ଟରେ ୯.୫ ଗ୍ରାମ ଏବଂ ହରଲିକ୍ସରେ ୧୩.୫ ଗ୍ରାମ ରହିଛି। ଏହା ଉପରେ ବୋର୍ନଭିଟା କମ୍ପାନୀ ନିଜର ମତ ରଖିଛି ଏବଂ କହିଛି ଯେ ପିଲାମାନଙ୍କୁ ପରାମର୍ଶ କରାଯାଇଥିବା ଦୈନିକ ଚିନିର ପରିମାଣ ଠାରୁ ଏହା ବହୁତ କମ୍ ଅଟେ।

ଡାକ୍ତର ମାନଙ୍କ ମତ ଅନୁସାରେ ଏକ ଶିଶୁ ପ୍ରତିଦିନ ୨୫ ଗ୍ରାମରୁ ଅଧିକ ଚିନି ଖାଇବା ଉଚିତ ନୁହେଁ। ଶିଶୁରୋଗ ବିଶେଷଜ୍ଞ ଡକ୍ଟର ଜାଗୃତି ସାଙ୍ଘଭି କହିଛନ୍ତି ମିଶ୍ରିତ ଚିନି ଖାଇବା ଦ୍ବାରା ପିଲା ମାନଙ୍କଠି ବିରକ୍ତି ଭାବ ଦେଖା ଯାଇଥାଏ ସେମାନେ ଖୁବ୍ ଶୀଘ୍ର ଥକି ଯାଆନ୍ତି ଏବଂ ଆହୁରି ଅଧିକ ମିଠା ଖାଇବାକୁ ଇଚ୍ଛା କରନ୍ତି। ପଲାମାନଙ୍କର ଦୈନିକ ଶକ୍ତି ପାଇଁ ଏହି ଚିନିର କୌଣସି ଆବଶ୍ୟକତା ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଏହି ସବୁ ପାଉଡର ଜାତୀୟ ଖାଦ୍ୟ ଗୁଡିକରେ ଅଧିକ ଭାବରେ ମିଶ୍ରିତ ଚିନିର ବ୍ୟବହାର କରାଯାଇଛି ଏବଂ ଏହା କୌଣସି ପ୍ରକାରରେ ଶିଶୁର ସ୍ବାସ୍ଥ୍ୟରେ ଉନ୍ନତି ଆଣେ ନାହିଁ । ପିଲାଙ୍କ ଖାଦ୍ୟରେ ମାଇକ୍ରୋନ୍ୟୁଟ୍ରିଏଣ୍ଟର ଅଭାବ ଏକ ଗୁରୁତ୍ଵପୂର୍ଣ୍ଣ ସମସ୍ୟା ଅଟେ ତେବେ ଏହି ପାନୀୟ ଗୁଡ଼ିକରେ ଥିବା ଜିଙ୍କ ଇତ୍ୟାଦିର ଉପସ୍ଥିତି ବାସ୍ତବରେ ଶିଶୁର ସାମଗ୍ରିକ ମାଇକ୍ରୋନ୍ୟୁଟ୍ରିଏଣ୍ଟ୍ ଆବଶ୍ୟକତା ପ୍ରତି ଧ୍ୟାନ ଦେଇନଥାଏ।

ଆଉ ଜଣେ ଶିଶୁରୋଗ ବିଶେଷଜ୍ଞ ଡକ୍ଟର ଅରୁଣ ଗୁପ୍ତା କହିଛନ୍ତି ଯେଉଁ ଖାଦ୍ୟ ପଦାର୍ଥ ଗୁଡ଼ିକ ଅସ୍ଵାସ୍ଥ୍ୟକର ବର୍ଗରେ ଆସିଥାଏ ସେଗୁଡିକ ବିଜ୍ଞାପନରେ ଆସିବା ଉଚିତ୍ ନୁହେଁ। ବର୍ତ୍ତମାନ ସମୟରେ ଜନ୍ମ ବେଳୁ ହିଁ ଛୁଆ ମାନଙ୍କୁ ଡବା ଜାତୀୟ ଖାଦ୍ୟ ଦିଆଯାଉଛି ଯେଉଁଥିରେ ପୋଷଣର ପରିମାଣ ବହୁତ କମ୍ ରହିଥାଏ। ପିଲାମାନଙ୍କର ଶାରୀରିକ ବିକାଶ ଠିକ୍ ଭାବରେ ନହେବା ଏହାର ଏକ ମୁଖ୍ୟ କାରଣ। ବହୁତ୍ କମ୍ ବୟସରୁ ପିଲାମାନେ ମଧୁମେହ ଉଚ୍ଚ ରକ୍ତଚାପ ଭଳି ରୋଗର ଶିକାର ହେଉଛନ୍ତି। ତେଣୁ ଯେତେ ସମ୍ଭବ ପିଲାମାନଙ୍କୁ ଏହି ସବୁ ଖାଦ୍ୟ ଠାରୁ ଦୂରେଇ ରଖିବା ଉଚିତ୍ ଏବଂ ଶିଶୁଟିର ସୁସ୍ଥ ଜୀବନ ଯାପନ ପାଇଁ ଏବେ ଠାରୁ ପ୍ରୟାସ ଆରମ୍ଭ କରିବା ଅତ୍ୟନ୍ତ ଆବଶ୍ୟକ ଅଟେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ସ୍ବାସ୍ଥ୍ୟ ଖବର

Painting
Sponsored
poison | Argus News