Videos
|
Health-wellness

ମୁଣ୍ଡ ବିନ୍ଧା ହେଲା କାଳ 

Arpita Mohanty
Browse all articles by Arpita Mohanty
·2 years ago·1 min read
ମୁଣ୍ଡ ବିନ୍ଧା ହେଲା କାଳ 

ଅର୍ଗସ ବ୍ୟୁରୋ : ମୁଣ୍ଡ ବିନ୍ଧ୍ୟା ଏକ ସାଧାରଣ ସମସ୍ୟା । ଥଣ୍ଡା ,ଜ୍ୱର ନହେଲେ ଗ୍ୟାଷ୍ଟ୍ରିକ ହେଲେ ମୁଣ୍ଡ ବିନ୍ଧ୍ୟା ହୋଇଥାଏ। କିନ୍ତୁ ମୁଣ୍ଡ ବିନ୍ଧା ପାଇଁ ଜୀବନ ବି ଯାଇପାରେ। ନିହାତି ଭାବରେ ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ବାସ୍ତବରେ ଜଣେ ବ୍ୟକ୍ତିଙ୍କ ମୁଣ୍ଡ ବିନ୍ଧାରୁ ମୃତ୍ୟୁ ହୋଇଛି। ସେ ହେଉଛନ୍ତି ୫୨ ବର୍ଷୀୟ ଏଲନ କ୍ୟାମ୍ପବେଲ। ସେ ଜଣେ ଟ୍ୟାକ୍ସି ଡ୍ରାଇଭର ଥିଲେ । ମୁଣ୍ଡବିନ୍ଧାକୁ ଅଣଦେଖା କରିବା ତାଙ୍କ ପାଇଁ ଭାରି ପଡିଲା।

ବାସ୍ତବରେ ଏଲନଙ୍କୁ ଲମ୍ବା ସମୟ ଧରି ମୁଣ୍ଡ ବିନ୍ଧା ହେଉଥିଲା କିନ୍ତୁ ଯେତେବେଳେ ତାଙ୍କୁ ମୁଣ୍ଡ ବିନ୍ଧାର କାରଣ ଜଣା ପଡିଲା ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। ଜାଣିବାର କିଛି ଦିନ ପରେ ତାଙ୍କର ମୃତ୍ୟୁ ହୋଇଗଲା। ବାସ୍ତବରେ ତାଙ୍କୁ ଗ୍ଲୀୟୋବ୍ଲାଷ୍ଟୋମା ବ୍ରେନ ଟ୍ୟୁମର ଥିଲା।

ଗ୍ଲୀୟୋବ୍ଲାଷ୍ଟୋମା କ'ଣ ?
ଗ୍ଲୀୟୋବ୍ଲାଷ୍ଟୋମା ଦ୍ରୁତ ଗତିରେ ବଢୁଥିବା ଏକ ମସ୍ତିସ୍କ ଟ୍ୟୁମର ଅଟେ ଯାହା ଏକ ପ୍ରକାରର କ୍ୟାନ୍ସର ଅଟେ।

ଲକ୍ଷଣ 
ମୁଣ୍ଡ ବିନ୍ଧା ହେବା , ସ୍ମରଣଶକ୍ତି କମିବା , କଥା କହିବାରେ ଅସୁବିଧା ହେବା ,ଡିପ୍ରେସନ ,ଥକାପଣ , ମାଂସପେଶୀ ଦୁର୍ବଳ ହେବା, ଭୋକ ନ ହେବା ଆଦି ଏହାର ଲକ୍ଷଣ ଅଟେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଜି ପର୍ଯ୍ୟନ୍ତ ବୈଜ୍ଞାନିକମାନେ ବି ବୁଝିପାରୁନାହାନ୍ତି କି ଗ୍ଲୀୟୋବ୍ଲାଷ୍ଟୋମାର କାରଣ କ'ଣ ଯେଉଁଥିପାଇଁ ଆଜି ପର୍ଯ୍ୟନ୍ତ ଏହି ରୋଗର କୌଣସି ନିରାକରଣ ନାହିଁ । ଯଦି ଲମ୍ବା ସମୟ ପାଇଁ ମୁଣ୍ଡ ବିନ୍ଧା ହେଉଛି ତାହେଲେ କୌଣସି ଔଷଧ ନ ଖାଇ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଆଉ ଯଦି ଶରୀରରେ ଏପରି କୌଣସି ଲକ୍ଷଣ ଆପଣ ଦେଖୁଛନ୍ତି ତାହେଲେ ଏମଆରଆଇ, ସିଟି ସ୍କାନ ନହେଲେ ବାୟୋପ୍ସି କରି ରୋଗ ବିଷୟରେ ନିଶ୍ଚିତ ହୁଅନ୍ତୁ ।

ଅଧିକ ପଢନ୍ତୁ ସ୍ୱାସ୍ଥ୍ୟ ଖବର

Headache | Argus News