ପେଟରେ ଜିଆ ଥିଲେ ଜାଣିବେ କେମିତି ?

ଅର୍ଗସ ବ୍ୟୁରୋ: ପିଲାମାନଙ୍କ ଶରୀର ବହୁତ ସୁକ୍ଷ୍ମ ହୋଇଥାଏ। ଖୁବ ଜଲ୍ଦି ସେମାନଙ୍କୁ ରୋଗ ଧରିଦିଏ ସେଥିପାଇଁ ବାରମ୍ବାର ତାଙ୍କ ଦେହ ଖରାପ ହୁଏ। ମାତା ପିତାଙ୍କୁ ସେମାନଙ୍କ ପ୍ରତି ବେଶୀ ଯତ୍ନବାନ ହେବାକୁ ପଡେ। ଅଧିକାଂଶ ସମୟ ପିଲାଙ୍କର ପେଟରେ ଯନ୍ତ୍ରଣା ହୁଏ। ପେଟ କାଟିବାର କାରଣ କ'ଣ ଜାଣିବା ମାତା ପିତାଙ୍କ ପାଇଁ ଚିନ୍ତାର ବିଷୟ ହୋଇଯାଏ । ପେଟ କାଟିବାର ସବୁଠାରୁ ବଡ କାରଣ ହେଉଛି ପେଟରେ ପୋକ ହେବା । ଯଦି ଏହାର ଉପଚାର ସଠିକ ସମୟରେ ନହୁଏ ତେବେ ପିଲା ରୋଗୀଣା ହେବା ସହିତ ସଠିକ ଭାବରେ ଶରୀରର ବିକାଶ ମଧ୍ୟ ହୋଇପାରିବ ନାହିଁ ।
ପେଟରେ ପୋକ ଥିଲେ ଜାଣିବେ କେମିତି?
ଯଦି ଆପଣଙ୍କ ଦେଖୁଛନ୍ତି ପିଲାକୁ ଭୋକ ହେଉନି ଯେଉଁଥିପାଇଁ ଓଜନ ବି ବଢୁନି, ଡାଇରିଆ ସମସ୍ୟା ଦେଖାଦେଉଛି , ମଳଦ୍ୱାର କୁଣ୍ଡାଇ ହେଉଛି ,ପେଟରେ ଯନ୍ତ୍ରଣା ହେଉଛି ଆଉ ତା ସହିତ ମାଟି କିମ୍ବା ଚକ ଖଡ଼ି ଖାଉଛି ତେବେ ଏହା ପେଟରେ ପୋକ ହେବାର ଲକ୍ଷଣ ହୋଇପାରେ । ବାସ୍ତବରେ ପେଟରେ ପୋକ ରହିବା କେବଳ ପିଲାମାନଙ୍କଠାରେ ନୁହେଁ ବୟସ୍କମାନଙ୍କ କ୍ଷେତ୍ରରେ ମଧ୍ୟ ଦେଖାଯାଏ, ଯାହା ପରଜୀବୀ ଆକାରରେ ଅନ୍ତନଳୀ ଭିତରକୁ ପ୍ରବେଶ କରିଥାଏ । ବିଶ୍ବର 25 ପ୍ରତିଶତ ଲୋକ ପେଟ ପୋକ ସମସ୍ୟାରେ ପୀଡିତ।
ପେଟ ପୋକକୁ ରୋକିବାର ଉପାୟ
ଯଦି ଆପଣ ପିଲାମାନଙ୍କୁ ପେଟ ପୋକ ସମସ୍ୟାରୁ ରକ୍ଷା କରିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ , ଖାଇବା ପୂର୍ବରୁ ଭଲରେ ହାତ ଧୋଇବା ଶିଖାନ୍ତୁ , ବାରମ୍ବାର ପାଟିରେ ହାତ ପୁରେଇବାକୁ ମନା କରନ୍ତୁ ଏବଂ ସମୟ ସମୟରେ ଔଷଧ ଦିଅନ୍ତୁ।
କେତେବେଳେ ଔଷଧ ଦେବେ?
ଡାକ୍ତରଙ୍କ ଅନୁଯାୟୀ, ପ୍ରତି ଛଅ ମାସରେ ପିଲାମାନଙ୍କୁ କ୍ରମି ଔଷଧ ଦେବା ଆବଶ୍ୟକ, ଅନେକ ପିତାମାତା ଖାଲି ପେଟରେ ପିଲାମାନଙ୍କୁ ଏହି ଔଷଧ ଦିଅନ୍ତି, କିନ୍ତୁ ଭଲ ହେବ ଯଦି ଆପଣ ରାତିରେ ପିଲାଙ୍କୁ ଏହି ଔଷଧ ଦିଅନ୍ତି ।
📱 Get Argus News App
✨ଅଧିକ ପଢନ୍ତୁ ସ୍ୱାସ୍ଥ୍ୟ ଖବର