କିଡନୀରେ ଷ୍ଟୋନ ହୋଇଥିଲେ ଖାଆନ୍ତୁ ନାହିଁ ଏହି ଜିନିଷ..

ଅର୍ଗସ ବ୍ୟୁରୋ : ଆଜିକାଲି କିଡୀନରେ ପଥର ହେବା ଏକ ସାଧାରଣ ସମସ୍ୟା ହୋଇଗଲାଣି। କିନ୍ତୁ ଏହି ସମସ୍ୟାକୁ ଗମ୍ଭୀର ସହ ନେବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କିଡନୀ ଶରୀରର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଏବଂ ଏହା ସହ ରକ୍ତ ଛାଣିବା (ଫିଲ୍ଟର) ପାଇଁ କାମ କରେ। ରକ୍ତ ଛାଣିବା ସମୟରେ, ଏଥିରେ ଥିବା ସୋଡିୟମ୍ , କ୍ୟାଲସିୟମ ଏବଂ ଅନ୍ୟାନ୍ୟ ଖଣିଜ ପଦାର୍ଥର ସୂକ୍ଷ୍ମ କଣିକା ଶରୀରରୁ ପରିସ୍ରା ସହିତ ବାହାରିଯାଏ। ଯେତେବେଳେ ରକ୍ତରେ କ୍ୟାଲସିୟକ୍ , ଫସଫରସ୍ , ସୋଡିୟମ୍ ଏବଂ ଅନ୍ୟାନ୍ୟ ଖଣିଜ ପଦାର୍ଥର ପରିମାଣ ବଢିଯାଏ ସେତେବେଳେ କିଡନୀରେ ଏହି ସବୁ ଛୋଟ ଛୋଟ ଖଣ୍ଡ ଜମା ହୋଇ ପଥରର ରୂପ ନିଅନ୍ତି। ଯାହାକୁ ଡାକ୍ତରମାନେ କହିଥାନ୍ତି କିଡନୀରେ ପଥର ହୋଇଛି ବୋଲି। ଏହା ଏକ ସାଧାରଣ କିନ୍ତୁ ଗମ୍ଭୀର ରୋଗ , ଯେଉଁଥିରେ ରୋଗୀ ତାଙ୍କର ଖାଦ୍ୟର ଯତ୍ନ ନେବା ଆବଶ୍ୟକ। ଏଥିପାଇଁ କେମିତି ଶରୀରର ଯତ୍ନ ନେବା ଆସନ୍ତୁ ଜାଣିବା...
ଖାଦ୍ୟରେ ଲୁଣ କମ୍ ଖାଆନ୍ତୁ:
ଶରୀରରେ ଅଧିକ ମାତ୍ରାରେ ସୋଡିୟମ ରହିଲେ ପରିସ୍ରାରେ କ୍ୟାଲସିୟକ ବଢି ଯାଇଥାଏ। ତେଣୁ ଆପଣ ଅଧିକ ଲୁଣ ମିଶା ଖାଦ୍ୟ ଖାନ୍ତୁ ନାହିଁ ଏବଂ ଖାଦ୍ୟରେ କେତେ ପରିମାରରେ ସୋଡିୟମ୍ ଅଛି ଯାଞ୍ଚ କରି ଖାଆନ୍ତୁ। ଫାଷ୍ଟଫୁଡ୍ ଖାଦ୍ୟରେ ସୋଡିୟମ୍ ରହିଥାଏ କିନ୍ତୁ ରେଷ୍ଟୁରାଣ୍ଟ ଖାଦ୍ୟରେ ସୋଡିୟମ୍ ଅଧିକ ପରିମାଣରେ ଥାଏ। ତେଣୁ ଆପଣ ରେଷ୍ଟୁରାଣ୍ଟ ଷ୍ଟାପଙ୍କୁ ଆପଣଙ୍କ ଖାଦ୍ୟରେ ଅଧିକ ଲୁଣ ନ ମିଶାଇବାକୁ ଅନୁରୋଧ କରିପାରିବେ।
ମାଂସ ଖାଇବା କମ୍ କରନ୍ତୁ :
ଲାଲ ମାଂସ , ଘୁଷୁରି, ଚିକେନ, ଓ ଅଣ୍ଡା ଭଳି ଖାଦ୍ୟ ଆପଣଙ୍କ ଶରୀରରେ ୟୁରିକ୍ ଏସିଡ୍ ପରିମାଣ ବଢେଇଥାଏ। ଅଧିକ ପ୍ରୋଟିନ୍ ଖାଇବା ଦ୍ବାରା ପରିସ୍ରାରେ ସାଇଟ୍ରେଟ୍ ନାମକ ଏକ ରାସାୟନିକ ପଦାର୍ଥ ବାହାରିଯାଇଥାଏ। ସେହି ରାସାୟନିକ ପଦାର୍ଥ ସାଇଟ୍ରେଟର କାମ ହେଉଛି କିଡନୀରେ ଷ୍ଟୋନକୁ ରୋକିବା । ତେଣୁ ଉଦ୍ଭିଦଜାତ ଖାଦ୍ୟ ଖାଇବା ଦ୍ବାରା ବହୁତ ଭଲ ପ୍ରୋଟିନ୍ ଶରୀରକୁ ଯୋଗାଇଥାଏ । ଏଥିମଧ୍ୟରେ କ୍ବିନୋଆ , ଦହି, ହାମସ୍ , ଚିଆ ମଞ୍ଜି ଏବଂ ଗ୍ରୀକ୍ ଦହି ଖାଦ୍ୟ ସାମିଲ କରନ୍ତୁ। ଏହି ସବୁ ସାମଗ୍ରୀ ସ୍ବାସ୍ଥ୍ୟ ପାଇଁ ଗୁରୁତ୍ବପୂର୍ଣ୍ଣ, ସେଥିପାଇଁ ଆପଣ ପ୍ରତିଦିନ କେତେ ପ୍ରୋଟିନ୍ ଖାଇବା ଠିକ୍ ହେବ ଡାକ୍ତରଙ୍କ ସହିତ ଆଲୋଚନା କରି ଖାଦ୍ୟ ଖାଆନ୍ତୁ।
ଥଣ୍ଡା ପାଣି ଏବଂ ଥଣ୍ଡା ଖାଦ୍ୟ କମ୍ କରନ୍ତୁ :
ଥଣ୍ଡା ପାଣି ଏବଂ ଥଣ୍ଡା ଖାଦ୍ୟ ଖାଇବା ଦ୍ବାରା କିଡନୀରେ ଷ୍ଟୋନର ସମସ୍ୟା ମଧ୍ୟ ବଢିପାରେ କାରଣ ଏହା ଖାଦ୍ୟ କୁ ଡିହାଇଡ୍ରେସନ୍ କରିଥାଏ। କିଡନୀରେ ପଥର ହୋଇଥିବାବେଳେ ଅଧିକ ଚା ଏବଂ କଫି ପିଇବା ଠିକ୍ ନୁହେଁ । ଥଣ୍ଡା ପାଣିରୁ ମଧ୍ୟ ଦୂରରେ ରହିବା ଭଲ। ଥାଣ୍ଡ ପାଣିରେ ଥିବା ଫସଫୋରିକ୍ ଏସିଡ୍ କିଡନୀରେ ପଥରର ଆଶଙ୍କା ବଢେଇପାରେ।