Dr Ashok Choudhury / ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକଙ୍କ ତାଲିକାରେ ILBSର ଡାକ୍ତର ଅଶୋକ ଚୌଧୁରୀ
·1 hour ago·2 min read

Key Points
ନୂଆଦିଲ୍ଲୀ ILBSର ଡାକ୍ତର ଅଶୋକ ଚୌଧୁରୀଙ୍କୁ ବଡ଼ ସଫଳତା
ଚିକିତ୍ସା ଗବେଷଣା କ୍ଷେତ୍ରରେ ସାରା ବିଶ୍ଵରେ ମିଳିଲା ଉପଲବ୍ଧି
ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକଙ୍କ ତାଲିକାରେ ସାମିଲ ହେଲେ

ନୂଆଦିଲ୍ଲୀ: ଚିକିତ୍ସା ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ନୂଆଦିଲ୍ଲୀସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ ବିଲିଆରି ସାଇନ୍ସେସ୍ (ଆଇଏଲବିଏସ୍)ର ଅତିରିକ୍ତ ପ୍ରଫେସର ଡାକ୍ତର ଅଶୋକ ଚୌଧୁରୀ । ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଓ ହେପାଟୋଲୋଜି କ୍ଷେତ୍ରରେ ତାଙ୍କୁ ଷ୍ଟାନଫୋର୍ଡ-ଏଲସେଭିୟର୍ର ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ମିଳିଛି ।
ଅକ୍ଟୋବର ୭ରେ ପ୍ରକାଶିତ ହୋଇଥିବା ଏହି ତାଲିକାରେ ଗବେଷଣାର ପ୍ରଭାବ ଆଧାରରେ ବିଭିନ୍ନ କ୍ଷେତ୍ରର ଗବେଷକମାନଙ୍କୁ ସ୍ଥାନ ଦିଆଯାଇଛି । ଚଳିତ ବର୍ଷ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି (ମନୁଷ୍ୟର ପାଚନ ତନ୍ତ୍ର ଏବଂ ଏହା ସହିତ ଜଡ଼ିତ ଅଙ୍ଗଗୁଡ଼ିକର ରୋଗ ଓ ସମସ୍ୟାର ଚିକିତ୍ସା) ଓ ହେପାଟୋଲୋଜି (ଯକୃତ, ପିତ୍ତକୋଷ, ପିତ୍ତନଳୀ ଏବଂ ଅଗ୍ନାଶୟର ଗଠନ, କାର୍ଯ୍ୟ ଏବଂ ଏଗୁଡ଼ିକ ସହ ଜଡ଼ିତ ରୋଗର ଚିକିତ୍ସା) କ୍ଷେତ୍ରରେ ବିଶ୍ୱର ୨,୨୫୩ ଜଣ ଗବେଷକ ଏହି ତାଲିକାରେ ସ୍ଥାନ ପାଇଥିବା ବେଳେ ଭାରତରୁ ୪୩ ଜଣ ରହିଛନ୍ତି ।
ଗୁରୁତର ଯକୃତ ରୋଗୀଙ୍କ ଚିକିତ୍ସାରେ ଠିକ୍ ସମୟରେ ନିଷ୍ପତ୍ତି ନେବା ଉପରେ ମଧ୍ୟ ସେ ଗବେଷଣା କରିଛନ୍ତି । ଏଏଆରସି-ଏସିଏଲଏଫ୍ ସ୍କୋରର ବିକାଶରେ ତାଙ୍କର ଅବଦାନ ରହିଛି । ଏଠାରେ କହିରଖୁଛୁ କି, ଏଏଆରସି-ଏସିଏଲଏଫ୍ ସ୍କୋର ହେଉଛି ଏପରି ଏକ ମେଡିକାଲ-ସ୍କୋରିଂ ସିଷ୍ଟମ, ଯାହାକି ଜଣେ ଯକୃତ ବା ଲିଭର ଖରାପ ହୋଇଯାଇଥିବା ରୋଗୀଙ୍କ ସ୍ଥିତିର ଆକଳନ କରିଥାଏ । ଏହାସହ ରୋଗୀଙ୍କ ବଞ୍ଚିବାର ସମ୍ଭାବନା ଓ ଯକୃତ ପ୍ରତିରୋପଣ କରିବାର ଆବଶ୍ୟକତାର ସଠିକ୍ ସୂଚନା ଦେଇଥାଏ ।

ପଢନ୍ତୁ ଏହି ଖବର: ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି: ଏଥର ଶସ୍ତାରେ ମିଳିବ କର୍କଟ ରୋଗ ଔଷଧ
ଏହା ସହିତ ମେଡିକାଲ ଇମରଜେନ୍ସି ସେପସିସ୍ ଚିକିତ୍ସାରେ ‘ଗୋଲଡେନ୍ ୱିଣ୍ଡୋ’ ଏବଂ ଯକୃତ ପ୍ରତିରୋପଣ ପାଇଁ ଉପଯୁକ୍ତ ସମୟ ନିର୍ଦ୍ଧାରଣ ସମ୍ବନ୍ଧୀୟ ‘ଟ୍ରାନ୍ସପ୍ଲାଣ୍ଟ ୱିଣ୍ଡୋ’ ଧାରଣା ଉପରେ ମଧ୍ୟ ସେ କାମ କରିଛନ୍ତି । ତାଙ୍କର ଏହି ସଫଳତା ଯକୃତ ରୋଗ ଚିକିତ୍ସା ଓ ଗବେଷଣା କ୍ଷେତ୍ରରେ ତାଙ୍କର ଅବଦାନକୁ ଲୋକଲୋଚନକୁ ଆଣିଛି ।

- କାହିଁକି ଡାକ୍ତର ଅଶୋକ ଚୌଧୁରୀଙ୍କୁ ମିଳିଲା ସଫଳତା ?

- ଜନସ୍ୱାସ୍ଥ୍ୟ ସଚେତନତାରେ ଡ. ଚୌଧୁରୀଙ୍କ ଅବଦାନ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories