International Yoga Day / WHOର ରିପୋର୍ଟରେ ମାନସିକ ରୋଗର ଭୟାବହ ଚିତ୍ର; ମନ-ଶରୀରକୁ ସନ୍ତୁଳନ କରିବ ଯୋଗ
·2 hours ago·2 min read
Key Points
ସାରା ଦୁନିଆ ଆଜି ଚାପ, ଅବସାଦ,
ଖରାପ ଲାଇଫଷ୍ଟାଇଲ ପାଇଁ ହେଉଥିବା ରୋଗ, ପରିବେଶରେ ଅସନ୍ତୁଳନ ସହିତ ସଂଘର୍ଷ କରୁଛି। WHOର ରିପୋର୍ଟ ଅନୁସାରେ ଆଞ୍ଜାଇଟି ଡିସଅର୍ଡର୍ରେ ୩୦ କୋଟିରୁ ଅଧିକ ଲୋକ ପ୍ରଭାବିତ ହେଉଛନ୍ତି। ଏହି ସମୟରେ ଯୋଗ ହେଉଛି ଶରୀର, ମନ ଓ ପ୍ରକୃତିକୁ ସନ୍ତୁଳିତ କରିବାର ପ୍ରାଚୀନ ଭାରତୀୟ ପଥ।
ସାରା ଦୁନିଆ ଆଜି ଚାପ, ଅବସାଦ,
ଖରାପ ଲାଇଫଷ୍ଟାଇଲ ପାଇଁ ହେଉଥିବା ରୋଗ, ପରିବେଶରେ ଅସନ୍ତୁଳନ ଓ ବିଭିନ୍ନ କଷ୍ଟ ସହ ସଂଘର୍ଷ କରୁଛି ।
ହାର୍ଭାର୍ଡ ମେଡିକାଲ୍ ସ୍କୁଲର ଲାନ୍ସେଟ୍ ଅଧ୍ୟୟନ
କହୁଛି ଯେ, ଭବିଷ୍ୟତରେ ପୃଥିବୀରେ ପ୍ରତ୍ୟେକ ୫ ଜଣ ଲୋକଙ୍କ ମଧ୍ୟରୁ ୨ ଜଣ ନିଜ ଜୀବନରେ ମାନସିକ ରୋଗର ସମ୍ମୁଖୀନ ହେବେ।
WHOର ରିପୋର୍ଟ ଅନୁସାରେ ଆଞ୍ଜାଇଟି ଡିସଅର୍ଡର୍ରେ ୩୫୯ ମିଲିୟନ୍ ଅର୍ଥାତ୍ ୩୦ କୋଟିରୁ ଅଧିକ ଲୋକ ପ୍ରଭାବିତ ହେଉଛନ୍ତି। ଏହି ସମୟରେ ଯୋଗ ହେଉଛି ଶରୀର ସହ ମନକୁ ଯୋଡ଼ିବାର ପ୍ରଭାବଶାଳୀ ଉପାୟ।
କୋଭିଡ଼ ସମୟରେ ଯୋଗ ଓ ପ୍ରାଣାୟାମ ବିଶ୍ୱକୁ ସାହାଯ୍ୟ କରିଥିଲା। ଲୋକମାନେ ଘରେ ରହିବା ସମୟରେ ଯୋଗ ଦ୍ୱାରା ଶାରୀରିକ ଓ ମାନସିକ ସନ୍ତୁଳନ ରଖିବା ଶିଖିଲେ।
୨୦୧୪ରେ ଭାରତର ୟୁଏନ ରିଜୋଲ୍ୟୁସନ୍ ଦ୍ୱାରା ୨୧ ଜୁନ୍କୁ ଇଣ୍ଟରନ୍ୟାସନାଲ୍ ଯୋଗ ଡେ ଭାବରେ ଘୋଷିତ କରାଗଲା। ଏହି ପ୍ରସ୍ତାବକୁ ରେକର୍ଡ ସଂଖ୍ୟକ ଦେଶ ସମର୍ଥନ କରିଥିଲେ। ଆଜି ଯୋଗ ଯୁକ୍ତରାଷ୍ଟ୍ର (US), ୟୁକେ (UK), ଫ୍ରାନ୍ସ (France), ଜାପାନ୍ (Japan), ଅଷ୍ଟ୍ରେଲିଆ (Australia) ସହିତ ଅଧିକାଂଶ ଦେଶରେ ଗ୍ରହଣୀୟ ହୋଇପାରିଛି। ଏହି ପ୍ରାଚୀନ ଭାରତୀୟ ବିଜ୍ଞାନ ସମ୍ମତ ପରମ୍ପରାକୁ ବିଶ୍ୱ ପ୍ରତିବର୍ଷ ୨୧ ଜୁନ୍ରେ ଇଣ୍ଟରନ୍ୟାସନାଲ୍ ଯୋଗ ଡେ ଭାବରେ ପାଳନ କରୁଛି।
ଯୋଗ କେବଳ ଏକ ଶାରୀରିକ ବ୍ୟାୟାମ ନୁହେଁ, ଏହା ଜୀବନ ଜିଇଁବାର ଏକ କଳା। ଏହା ଶରୀର, ମନ, ସମାଜ ଓ ପ୍ରକୃତି ସହିତ ଯୋଡ଼ି ହେବାର ଏକ ରାସ୍ତା ।
ଯୋଗ ଭାରତୀୟ ଜ୍ଞାନ ପରମ୍ପରାରୁ ଜନ୍ମ ନେଇଛି-ବେଦ, ଉପନିଷଦ, ଭଗବଦ୍ଗୀତାରେ ଏହାର ବିବରଣୀ ଦିଆଯାଇଛି। ଭାରତୀୟ ଚିନ୍ତାଧାରାରେ ଯୋଗ ହେଉଛି ‘ସର୍ବେ ଭବନ୍ତୁ ସୁଖିନଃ’ ଓ ‘ବସୁଧୈବ କୁଟୁମ୍ବକମ୍ ’ ର ପ୍ରତ୍ୟକ୍ଷ ରୂପ ଅର୍ଥାତ ବିଶ୍ୱକୁ ଏକ ପରିବାର ଭାବରେ ଦେଖିବା।
ଏହା ସହ ପଢନ୍ତୁ: 'ଯୋଗ କରନ୍ତୁ, ସୁସ୍ଥ ରୁହନ୍ତୁ'; ଅମରାବତୀରେ ମେଗା ଯୋଗ ଦିବସ କାର୍ଯ୍ୟକ୍ରମ, ନେତୃତ୍ଵ ନେଲେ ସ୍ଵାମୀ ରାମଦେବ
ଯୋଗ କେବଳ ଗୋଟାଏ ଦିନର ଉତ୍ସବ ନୁହେଁ। ପ୍ରତିଦିନ କିଛି ସମୟର ଯୋଗ ଅଭ୍ୟାସ ଶରୀରକୁ ସ୍ୱସ୍ଥ, ମନକୁ ଶାନ୍ତ ଓ ଜୀବନକୁ ସତେଜ କରିଥାଏ। ଭାରତର ନ୍ୟାସନାଲ୍ ଏଡ୍ୟୁକେସନ୍ ପଲିସିରେ ଯୋଗକୁ ହୋଲିଷ୍ଟିକ୍ ଏଜୁ୍କେସନ୍ର ଅଂଶ କରାଯାଇଛି। ଛାତ୍ର-ଛାତ୍ରୀମାନଙ୍କ ଶାରୀରିକ, ମାନସିକ ଓ ସମଗ୍ର ବିକାଶ ପାଇଁ ଯୋଗ ଶୃଂଖଳା, ଆତ୍ମବିଶ୍ବାସ ଓ ଚରିତ୍ର ଗଠନର ପଥ ଦେଖାଉଛି।
ଭାରତ ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛି। ଯୋଗ କେବଳ ସ୍ଥାସ୍ୟ ପାଇଁ ନୁହେଁ, ବରଂ ଦେଶର ବିକାଶ ଓ ସମାଜିକ ସମାନତାର ମୂଳ ଆଧାର ହୋଇପାରିଛି। ଯୋଗ ଦିବସରେ ମନେ ପଡ଼େ କେମିତି ଭାରତର ପ୍ରାଚୀନ ଜ୍ଞାନ ପରମ୍ପରା ଆଜି ମଧ୍ୟ ମାନବତାକୁ ପଥ ଦେଖାଉଛି। ତେଣୁ, ଯୋଗକୁ ଜୀବନର ଅଂଶ କରନ୍ତୁ, କେବଳ ଏକ କାର୍ଯ୍ୟକ୍ରମ ଭାବେ ନୁହେଁ ବରଂ ଦୈନନ୍ଦିନର ଏକ ଆବଶ୍ୟକତା ଭାବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories