Videos
|
Health-wellness

Cancer Risk / ଆଧୁନିକ ଖାଦ୍ୟଶୈଳୀ ବଢ଼ାଉଛି କ'ଣ କର୍କଟ(Cancer)ର ଭୟ

Ritu Das
Browse all articles by Ritu Das
·53 mins ago·2 min read
ଆଧୁନିକ ଖାଦ୍ୟଶୈଳୀ ବଢ଼ାଉଛି କ'ଣ କର୍କଟ(Cancer)ର ଭୟ
India

Key Points

ସୁନ୍ଦର ସ୍ବାସ୍ଥ୍ୟପାଇଁ ସଠିକ ଖାଦ୍ୟପେୟ ବହୁତ ଜରୁରୀ, କିନ୍ତୁ ଆଜିର ବ୍ୟସ୍ତବହୁଳ ଜୀବନରେ ସୁସ୍ଥ ରହିବା ଏକ ଚ୍ୟାଲେଞ୍ଜ ପାଲଟିଛି
ସୁନ୍ଦର ସ୍ବାସ୍ଥ୍ୟପାଇଁ ସଠିକ ଖାଦ୍ୟପେୟ ବହୁତ ଜରୁରୀ, କିନ୍ତୁ ଆଜିର ବ୍ୟସ୍ତବହୁଳ ଜୀବନରେ ସୁସ୍ଥ ରହିବା ଏକ ଚ୍ୟାଲେଞ୍ଜ ପାଲଟିଛି। ସମୟର ଅଭାବ ଓ ଜିଭର ସ୍ୱାଦପାଇଁ ଲୋକେ ବାହାର ଖାଦ୍ୟ ଓ ପ୍ୟାକେଜ୍ ଫୁଡ ଏବଂ ଅଧିକ ତେଲ ମସଲାଯୁକ୍ତ ଖାଦ୍ୟପ୍ରତି ଅଧିକ ଆକର୍ଷିତ ହେଉଛନ୍ତି। ଏହି ଖାଦ୍ୟଗୁଡ଼ିକର ସ୍ୱାଦ ଭଲଥିଲେ ମଧ୍ୟ ଶରୀର ପାଇଁ ମାରାତ୍ମକ ରୋଗର କାରଣ ପାଲଟୁଛି। PMC(PubMed Central)ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାଇ ଏହି ପ୍ରକାରର ଖାଦ୍ୟ ଶରୀରରେ କର୍କଟ ଭଳି ଭୟଙ୍କର ରୋଗର ଆଶଙ୍କା ବହୁଗୁଣ ବଢ଼ାଇ ଦେଉଛି।

  • କର୍କଟ ରୋଗ କାହିଁକି ଏତେ ଭୟଙ୍କର?

ପ୍ରାରମ୍ଭିକ ଲକ୍ଷଣ: କର୍କଟ ରୋଗ ଶରୀରରେ ବଢ଼ୁଥିବା ବେଳେ ପ୍ରାରମ୍ଭିକ ଅବସ୍ଥାରେ ଏହାର ଲକ୍ଷଣ ପ୍ରାୟତଃ ଜଣାପଡ଼େ ନାହିଁ।
ଚିକିତ୍ସାର ଜଟିଳତା: ଶେଷ ପର୍ଯ୍ୟାୟରେ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼େ ଏବଂ ଏହାର କୌଣସି ସଠିକ୍ ଏକକ ଚିକିତ୍ସା ସମସ୍ତଙ୍କ ପାଇଁ ସୁବିଧାରେ ମିଳେନାହିଁ।

ଆଜି ପୃଥିବୀରେ ୧୦୦ରୁ ଅଧିକ ପ୍ରକାରର କର୍କଟ ରୋଗ ରହିଛି, ଯେଉଁଥିରେ ଯକୃତ (Liver) କର୍କଟ, କିଡନୀ କର୍କଟ ଏବଂ ପେଟର କର୍କଟ ମୁଖ୍ୟ ଅଟେ।

  • ପ୍ୟାକେଜ୍ଡ ଫୁଡ୍ ଓ ଅଧିକ ତେଲ-ମସଲା କାହିଁକି କ୍ଷତିକାରକ?

PMC ରିପୋର୍ଟ ଅନୁଯାୟୀ, ଏହି ସବୁ ଖାଦ୍ୟ UPF (Ultra-Processed Food) ଅର୍ଥାତ୍ ଅତି-ପ୍ରକ୍ରିୟାକୃତ ଖାଦ୍ୟ ବର୍ଗରେ ଆସେ।
ଖରାପ ପୋଷକ ତତ୍ତ୍ୱ (Poor Nutritional Profile) : ଏହି ଉତ୍ପାଦଗୁଡ଼ିକରେ ଫ୍ରି-ସୁଗାର୍, ସୋଡିୟମ୍, ସାଚୁରେଟେଡ୍ ଏବଂ ଟ୍ରାନ୍ସ ଫ୍ୟାଟ୍ ଅଧିକ ମାତ୍ରାରେ ଥାଏ। କିନ୍ତୁ ଶରୀର ପାଇଁ ଜରୁରୀ ଡାଏଟାରୀ ଫାଇବର, ଭଲ ପ୍ରୋଟିନ୍ ଏବଂ ମାଇକ୍ରୋ-ନ୍ୟୁଟ୍ରିଏଣ୍ଟ୍ସର ମାତ୍ରା ବହୁତ କମ୍ ଥାଏ।
କୃତ୍ରିମ ଉପାଦାନ ଓ କେମିକାଲ୍: ଏସବୁ ଖାଦ୍ୟ ପ୍ରସ୍ତୁତ କରିବାରେ ଷ୍ଟାର୍ଚ, ହାଇଡ୍ରୋଜେନେରେଟେଡ୍ ତେଲ, ହାଇ-ଫ୍ରୁକ୍ଟୋଜ୍ କର୍ଣ୍ଣ ସିରପ୍ ଏବଂ ବିଭିନ୍ନ ପ୍ରକାରର କସ୍ମେଟିକ୍ ଏଡିଟିଭ୍ସ ବ୍ୟବହାର କରାଯାଏ, ଯାହା କେବଳ ସ୍ୱାଦ, ରଙ୍ଗ ଏବଂ ସେଲଫ୍-ଲାଇଫ୍ ବଢ଼ାଇବା ପାଇଁ ଦିଆଯାଇଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • କିପରି କର୍କଟର କାରଣ ପାଲଟୁଛି UPF?

ଏହି ଅତି-ପ୍ରକ୍ରିୟାକୃତ ଖାଦ୍ୟଗୁଡ଼ିକର ଗଠନ ଏବଂ ରାସାୟନିକ ପ୍ରକ୍ରିୟା ଶରୀରର କୋଷିକା (Cells) ସ୍ତରରେ ପରିବର୍ତ୍ତନ ଘଟାଇଥାଏ:
ଅକ୍ସିଡେଟିଭ୍ ଷ୍ଟ୍ରେସ୍: ଏହା ଶରୀରରେ ଅକ୍ସିଡେଟିଭ୍ ଷ୍ଟ୍ରେସ୍ ବଢ଼ାଇଥାଏ, ଯାହା ରୋଗ ପ୍ରତିରୋଧକ କୋଷଗୁଡ଼ିକର କାର୍ଯ୍ୟକାରିତାକୁ ପ୍ରଭାବିତ କରେ।

ଦୀର୍ଘସ୍ଥାୟୀ ପ୍ରଦାହ (Chronic Inflammation): ଏହି ଖାଦ୍ୟର ନିୟମିତ ସେବନ ଶରୀରରେ ଦୀର୍ଘକାଳୀନ ଫୁଲା କିମ୍ବା ପ୍ରଦାହ ସୃଷ୍ଟି କରେ, ଯାହା କର୍କଟ ଏବଂ ହୃଦ୍‌ ରୋଗ ଭଳି ମାରାତ୍ମକ ରୋଗର ମୁଖ୍ୟ କାରଣ ହୋଇଥାଏ।

ପରାମର୍ଶ: ସୁସ୍ଥ ଜୀବନଯାପନ ପାଇଁ ବାହାରର ଜଙ୍କ୍ ଫୁଡ୍ ଏବଂ ପ୍ୟାକେଜ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ ଏବଂ ଘରେ ପ୍ରସ୍ତୁତ ସତେଜ ତଥା ପୌଷ୍ଟିକ ଖାଦ୍ୟକୁ ନିଜ ଥାଳିରେ ସାମିଲ କରନ୍ତୁ।