Videos
|
Health-wellness

Cardiac Arrest / କାର୍ଡିଆକ୍ ଆରେଷ୍ଟରେ ଚାଲିଗଲେ ନାନା; କଣ ହୋଇଥାଏ ସଙ୍କେତ ?

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·3 min read
କାର୍ଡିଆକ୍ ଆରେଷ୍ଟରେ ଚାଲିଗଲେ ନାନା; କଣ ହୋଇଥାଏ ସଙ୍କେତ ?
Cardiac Arrest

Key Points

ବଲିଉଡର କିମ୍ବଦନ୍ତୀ କଳାକାର ନାନା ପାଟେକର
କାର୍ଡିଆକ୍ ଆରେଷ୍ଟରେ ଚାଲିଗଲେ
କଣ ହୋଇଥାଏ ଏହାର ସଙ୍କେତ ?
ମୁମ୍ବାଇ: ବଲିଉଡର କିମ୍ବଦନ୍ତୀ ଅଭିନେତା ନାନା ପାଟେକରଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଦେଇଛି । ୭୫ବର୍ଷ ବୟସରେ ପାଟେକର ଗୋଆ ସ୍ଥିତ ନିଜ ଘରେ ଆଖି ବୁଜିଛନ୍ତି । ଛାତିରେ ପ୍ରବଳ ଯନ୍ତ୍ରଣା ହେବାରୁ ସେ ଚେତାଶୂନ୍ଯ ହୋଇପଡ଼ିଥିଲେ ଓ ତାଙ୍କ ଘରକୁ ମଣିପାଲ ହସ୍ପିଟାଲର ଏକ ମେଡିକାଲ ଟିମ ପହଞ୍ଚିଥିଲା । ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା, ସେଠାରେ ତାଙ୍କୁ ବଞ୍ଚାଇବା ପାଇଁ ଟିମ୍ ବହୁ ଚେଷ୍ଟା କରିଥିଲା । ମାତ୍ର ଗୁରୁବାର ସକାଳ ୫.୨୦ଟାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ପ୍ରାରମ୍ଭିକ ରିପୋର୍ଟରେ ଏହା କାର୍ଡିଆକ୍ ଆରେଷ୍ଟ ବୋଲି କୁହାଯାଉଛି, ତେବେ କଣ ଏହା ଓ କେଉଁ ସଙ୍କେତ ଦେଖାଯାଏ ?

ନାନା ପାଟେକରଙ୍କ ମୃତ୍ୟୁ ପରେ ପୁଣିଥରେ କାର୍ଡିଆକ୍ ଆରେଷ୍ଟକୁ ନେଇ ଚିନ୍ତା ବଢିଛି । ଏହା ଏମିତି ଏକ ମେଡିକାଲ ଇମରଜେନ୍ସି ଯେଉଁଠି ରୋଗୀ ପାଖରେ ବେଶୀ ସମୟ ନଥାଏ । ଏପରି ଘଟଣାରେ ଜଣେ ବ୍ୟକ୍ତି ହଠାତ୍ ତଳେ ପଡ଼ିଯାଆନ୍ତି ଓ କିଛି ସମୟ ମଧ୍ୟରେ ତାଙ୍କ ସ୍ଥିତି ବିପଦଜନକ ହୋଇଯାଏ । ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ତୁରନ୍ତ CPR ଓ ଆବଶ୍ୟକ ପଡ଼ିଲେ ଡିଫିବ୍ରିଲେସନ ମିଳିଲେ ବ୍ୟକ୍ତିଙ୍କ ବଞ୍ଚିବାର ସମ୍ଭାବନା ଥାଏ ।

  • କାର୍ଡିଆକ୍ ଆରେଷ୍ଟ କଣ ?
ଏହି ମେଡିକାଲ ଇମରଜେନ୍ସିକୁ ସରଳ ଭାଷାରେ ବୁଝିଲେ, ହୃଦସ୍ପନ୍ଦନକୁ ନିୟନ୍ତ୍ରଣ କରୁଥିବା ଇଲେକ୍ଟ୍ରିକାଲ୍ ସିଷ୍ଟମରେ ହଠାତ୍ ସନ୍ତୁଳନ ବିଗିଡ଼ିଥାଏ । ହୃତପିଣ୍ଡ ସ୍ଵାଭାବିକ ଭାବେ ଚାଲିବା ବନ୍ଦ କରିଦିଏ । ଏହାର ସିଧାସଳଖ ପ୍ରଭାବ ମସ୍ତିଷ୍କ ଓ ଶରୀରର ଅନ୍ୟ ଅଙ୍ଗରେ ପଡ଼ିଥାଏ । କାରଣ ଶରୀର ବିଭିନ୍ନ ଅଙ୍ଗକୁ ଅମ୍ଳଜାନ ପହଞ୍ଚିପାରେ ନାହିଁ । ଏପରି ହେଲେ ବ୍ୟକ୍ତି ଜଣକ ହଠାତ୍ ଚେତାଶୂନ୍ୟ ହୋଇପଡ଼େ ଓ ଶ୍ଵାସକ୍ରିୟାରେ କଷ୍ଟ ଅନୁଭବ କରେ । ଯଦି ତୁରନ୍ତ ସାହାଯ୍ୟ ନ ମିଳେ, ତେବେ ବ୍ୟକ୍ତିଙ୍କ ମୃତ୍ୟୁ ହେବାର ସମ୍ଭାବନା ଥାଏ ।

  • ହାର୍ଟ ଆଟାକ୍ ଓ କାର୍ଡିଆକ୍ ଆରେଷ୍ଟ ସମାନ କି ?
ସାଧାରଣ ଲୋକେ ହାର୍ଟ ଆଟାକ୍ ଓ କାର୍ଡିଆକ୍ ଆରେଷ୍ଟକୁ ଗୋଟିଏ ବୋଲି ଭାବନ୍ତି । ହାର୍ଟ ଆଟାକ୍‌ରେ ହୃତପିଣ୍ଡ ନିକଟକୁ ରକ୍ତ ପହଞ୍ଚାଉଥିବା ଶିରାରେ ବ୍ଲକେଜ୍ ହୋଇଥାଏ । ମାତ୍ର କାର୍ଡିଆକ୍ ଆରେଷ୍ଟରେ ହୃତସ୍ପନ୍ଦନକୁ ନିୟନ୍ତ୍ରଣ କରୁଥିବା ଇଲେକ୍ଟ୍ରିକାଲ୍ ଆକ୍ଟିଭିଟି ହଠାତ୍ ସନ୍ତୁଳନ ହରାଇ ବସେ । ମାତ୍ର ଉଭୟ ସ୍ଥିତି ମଧ୍ୟରେ ସଂଯୋଗ ମଧ୍ୟ ଅଛି । ହାର୍ଟ ଆଟାକ୍ ଅନେକ କ୍ଷେତ୍ରରେ ହୃତପିଣ୍ଡର ଇଲେକ୍ଟ୍ରିକାଲ୍ ସିଷ୍ଟମକୁ ପ୍ରଭାବିତ କରିପାରେ ଓ କାର୍ଡିଆକ୍ ଆରେଷ୍ଟ ଭଳି ସ୍ଥିତି ଉପୁଜାଇପାରେ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • କାର୍ଡିଆକ୍ ଆରେଷ୍ଟ ହେବାର କାରଣ
ଜଣେ ବ୍ୟଙ୍କୁ କାର୍ଡିଆକ୍ ଆରେଷ୍ଟ ହେବାର ଅନେକ କାରଣ ରହିଛି । ହୃଦସ୍ପନ୍ଦନ ହଠାତ୍ ଅନିୟମିତ ହେବା ଏହାର ପ୍ରମୁଖ କାରଣ । ଏହାବ୍ୟତୀତ ହୃତପିଣ୍ଡର ଶିରା ସହିତ ଜଡ଼ିତ ରୋଗ, ପୂର୍ବରୁ ହାର୍ଟ ଆଟାକ୍ ହେବା, ହାର୍ଟ ଫେଲ୍ୟୁଅର, ହୃତପିଣ୍ଡର ମାଂସପେଶୀରେ ସମସ୍ୟା, ଜନ୍ମରୁ ଥିବା ହୃତପିଣ୍ଡ ଜନିତ ସମସ୍ୟା ଏବଂ ହୃତପିଣ୍ଡର ଇଲେକ୍ଟ୍ରିକାଲ୍ ସିଷ୍ଟମ ବିଗିଡ଼ିବା ଯୋଗୁଁ କାର୍ଡିଆକ୍ ଆରେଷ୍ଟ ହୋଇଥାଏ । କିଛି ଘଟଣାରେ ଶରୀରରେ ସଠିକ୍ ପରିମାଣରେ ଅମ୍ଳଜାନ ପହଞ୍ଚି ନପାରିବା, ଅତ୍ୟଧିକ ରକ୍ତସ୍ରାବ ହେବା, କିଛି ଔଷଧର ପ୍ରଭାବ ମଧ୍ୟ କାରଣ ହୋଇପାରେ ।

  • ସବୁଠୁ ବିପଦ- "ପୂର୍ବରୁ କୌଣସି ସଙ୍କେତ ଦିଶିନଥାଏ"
କାର୍ଡିଆକ୍ ଆରେଷ୍ଟର ଏପରି କିଛି ମାମଲା ମଧ୍ୟ ଦେଖାଦେଇଛି, ଯେଉଁଠି ପୂର୍ବରୁ କୌଣସି ସଙ୍କେତ ଦିଶିନଥାଏ । ଅନେକ ଥର ବ୍ୟକ୍ତି ଜଣକ ହଠାତ୍ ତଳେ ପଡ଼ି ଚେତାଶୂନ୍ଯ ହୋଇଯାଆନ୍ତି ଏବଂ ନିଶ୍ଵାସ ନେବା ବନ୍ଦ ହୋଇଯାଏ । ଏହା ସବୁଠୁ ବିପଦଜନକ ସ୍ଥିତି ହୋଇଥାଏ ।
- କାର୍ଡିଆକ୍ ଆରେଷ୍ଟ ପୂର୍ବରୁ ଦେଖାଯାଉଥିବା ସଙ୍କେତ
- ଛାତିରେ ପ୍ରବଳ ଯନ୍ତ୍ରଣା
- ଶ୍ଵାସକ୍ରିୟାରେ କଷ୍ଟ ଅନୁଭବ କରିବା
- ମୁଣ୍ଡ ବୁଲାଇବା
- ହଠାତ୍ ଦୁର୍ବଳ ଅନୁଭବ କରିବା
- ହୃଦସ୍ପନ୍ଦନ ବଢିଯିବା ବା କମିଯିବା
- ବାନ୍ତି ଲାଗିବା

ପଢନ୍ତୁ ଏହି ଖବର: ବଲିଉଡ୍‌ର ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ… ହୃଦ୍‌ଘାତରେ ଚାଲିଗଲା ଜୀବନ

  • କାର୍ଡିଆକ୍ ଆରେଷ୍ଟ ଆସିଲେ କଣ କରିବେ ?
ଯଦି କୌଣସି ବ୍ୟକ୍ତିଙ୍କୁ କାର୍ଡିଆକ୍ ଆରେଷ୍ଟ ହେଉଛି, ତେବେ ଏପରି ସ୍ଥିତିରେ ଗୋଟିଏ ଗୋଟିଏ ସେକେଣ୍ଡ ଗୁରୁତ୍ଵପୂର୍ଣ୍ଣ । ତୁରନ୍ତ ଇମରେଜନ୍ସି ମେଡିକାଲକୁ କଲ୍ କରନ୍ତୁ । ଯଦି ବ୍ୟକ୍ତି ଜଣକ ଚେତାଶୂନ୍ୟ ଅଛନ୍ତି, ତେବେ ତୁରନ୍ତ CPR ଦିଅନ୍ତୁ । ଯଦି ପାଖରେ AED ବା ଅଟୋମେଟେଡ୍ ଏକ୍ସର୍ଟନାଲ୍ ଡିଫିବ୍ରିଲେଟର ଅଛି, ତେବେ ଏହାର ବ୍ୟବହାର କରନ୍ତୁ । ସିପିଆର ଶରୀରରେ ରକ୍ତ ସଞ୍ଚାଳନର ପ୍ରକ୍ରିୟାକୁ ଜାରି ରଖେ ଏବଂ AED ହୃଦସ୍ପନ୍ଦନକୁ ସ୍ଵାଭାବିକ କରିବାରେ ସାହାଯ୍ୟ କରେ ।

  • CPR ଜାଣିବା ନିହାତି ଜରୁରୀ
କାର୍ଡିଆକ୍ ଆରେଷ୍ଟରେ ହସ୍ପିଟାଲରେ ପହଞ୍ଚିବା ଯାଏଁ ପ୍ରତି ମିନିଟ୍ ଗୁରୁତ୍ଵପୂର୍ଣ୍ଣ । ଏପରି ସ୍ଥିତିରେ କେବଳ ଆମ୍ବୁଲାନ୍ସର ଅପେକ୍ଷା କରନ୍ତୁ ନାହିଁ । କାରଣ ପ୍ରାରମ୍ଭିକ ସମୟ ରୋଗୀ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ । ଯଦି ବ୍ୟକ୍ତିଙ୍କୁ ତୁରନ୍ତ ସିପିଆର ଦିଆଯାଏ, ତେବେ ତାଙ୍କର ଜୀବନ ବଞ୍ଚିପାରେ । ନାନା ପାଟେକରଙ୍କ କାର୍ଡିଆକ୍ ଆରେଷ୍ଟରେ ମୃତ୍ୟୁ ପୁଣି ଏହି ସ୍ଵାସ୍ଥ୍ୟ ସମସ୍ୟା ପ୍ରତି ଲୋକଙ୍କୁ ସଚେତନ କରିଛି । ଏଣୁ ଘରେ ଘରେ ସିପିଆର ସମ୍ପର୍କରେ ଜାଣିବା ନିହାତି ଆବଶ୍ୟକ ।