Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଖାଇବା ପରେ ନିଦ ଆସିବାର କାରଣ କଣ ଜାଣନ୍ତୁ...

Health & Wellness

Health Tips / ଖାଇବା ପରେ ନିଦ ଆସିବାର କାରଣ କଣ ଜାଣନ୍ତୁ...

Rashmita Mishra
Browse all articles by Rashmita Mishra
·2 hours ago·2 min read
ଖାଇବା ପରେ ନିଦ ଆସିବାର କାରଣ କଣ ଜାଣନ୍ତୁ...
Health Tips

Key Points

ଖାଇବା ପରେ କାହିଁକି ନିଦ ଲାଗେ ?
ଅଫିସ୍‌ରେ ଲଞ୍ଚ ପରେ ନିଦ ଲାଗୁଛି କି ?
ଏହି ଖାଦ୍ୟ ଖାଇଲେ ବେଶୀ ନିଦ ଲାଗେ
ଲଞ୍ଚ ପରେ ନିଦ ଆସିବାର କାରଣ ଜାଣନ୍ତୁ

ଶରୀର ପାଇଁ ଖାଇବା ଯେତିକି ଜରୁରୀ ଶୋଇବା ମଧ୍ୟ ସେତିକି ଜରୁରୀ । ରାତିରେ ଶାନ୍ତି ନିଦ ସମସ୍ତଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ଯଦି ରାତିରେ ଠିକ୍ ଭାବରେ ନିଦ ନ ହୁଏ ତେବେ ଦିନସାରା ଚିଡ଼ଚିଡ଼ା ଲାଗିଥାଏ । ପର୍ଯ୍ୟାପ୍ତ ନିଦ ହେବା ଦ୍ଵାରା ଜଣେ ବ୍ୟକ୍ତି ଦିନସାରା ଏନରଜେଟିକ୍ ରହିଥାନ୍ତି ।

କିନ୍ତୁ ଅନେକ ସମୟରେ ଆପଣ ଦେଖିଥିବେ ଯେ ରାତିରେ ଯେତେ ଶୋଇଲେ ବି ଅଫିସର ମଧ୍ୟାହ୍ନ ଭୋଜନ କରିବା ପରେ ନିଦ ଲାଗିଥାଏ । ଯେଉଁମାନେ ବି ଚାକିରି କରିଛନ୍ତି ପ୍ରାୟ ସମସ୍ତଙ୍କ କ୍ଷେତ୍ରରେ ଏପରି ହୋଇଥାଏ । ତେବେ କାହିଁକି ଏପରି ହୋଇଥାଏ ତାର କାରଣ ଏବେ ସାମ୍ନାକୁ ଆସିଛି । ଆମେରିକାର ଏକ ଅନୁଷ୍ଠାନ ନିକଟରେ ଏହା ଉପରେ ଏକ ଅଧ୍ୟୟନ କରିଛି । ଯାହା ଫଳରେ ଜଣା ପଡିଛି ନିଦ ପଛର କାରଣ ।

ଅଧ୍ୟୟନ ଅନୁସାରେ ଚିନି ଏବଂ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଏଥିପାଇଁ ଦାୟୀ । ଯେପରି ପନୀର, ଡାଲି, ସି – ଫୁଡ୍, ନମକିନ୍ ଏବଂ ମିଠା ଯୁକ୍ତ ଖାଦ୍ୟ ଏଥିପାଇଁ ଦାୟୀ । ଏପରି ଖାଦ୍ୟକୁ ସ୍ଲିପର୍ସ ମଧ୍ୟ କୁହାଯାଏ ଯାହାକୁ ଖାଇବା ପରେ ନିଦ ଆସେ ।

ଏପରି ହେବାର କାରଣ: ଏହି ଖାଦ୍ୟ ସବୁ ଖାଇଲେ ହଜମ ପ୍ରକ୍ରିୟା ଆରମ୍ଭ ହୋଇଯାଏ । ଆଉ ଏହି ପାଚନ କ୍ରିୟା ପାଇଁ ପର୍ଯ୍ୟାପ୍ତ ପରିମାଣର ରକ୍ତ ଆବଶ୍ୟକ ହୋଇଥାଏ । ଯାହାକୁ ପୂରଣ କରିଥାଏ ଆମ ମସ୍ତିସ୍କ । ଏହା ଦ୍ୱାରା ମସ୍ତିସ୍କରେ ରକ୍ତର ପରିମାଣ କମିଥାଏ ଏବଂ ଧୀରେ ଧୀରେ ଏହାର କ୍ରିୟାଶୀଳତା ଧିର ହୋଇଥାଏ । ଫଳରେ ନିଦ ଲାଗିବା ଆରମ୍ଭ ହୋଇଥାଏ । ପ୍ରୋଟିନଯୁକ୍ତ ଖାଦ୍ୟ ଖାଇଲେ ବେଶୀ ନିଦ ଲାଗିଥାଏ । କାରଣ ପ୍ରୋଟିନକୁ ହଜମ କରିବା ପାଇଁ ଅଧିକ ସମୟ ଲାଗଥାଏ।

କଣ କରିବେ : ଅଫିସରେ ମଧ୍ୟାହ୍ନ ଭୋଜନରେ ଭାତ ସ୍ଥାନରେ ରୁଟି ଖାଆନ୍ତୁ । କାରଣ ଭାତ ଖାଇଲେ ଅଧିକ ନିଦ ଲାଗିଥାଏ ।
ସେହିପରି ଆଳୁ ଖାଆନ୍ତୁ ନାହିଁ । କାରଣ ଆଳୁ ଶରୀରରେ ବ୍ଲଡ୍ ସୁଗାରର ସ୍ତର ବଢାଇ ଦିଏ । ଫଳରେ ନିଦ ଆସିଥାଏ ।
ବିସ୍କୁଟ୍ , କ୍ଷୀର ଏବଂ ଅନ୍ୟାନ୍ୟ ମିଠା ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ ।
ସକାଳେ ଅଧିକ ଖାଇ ଅଫିସ୍ ଯାଆନ୍ତୁ । ଫଳରେ ଦ୍ୱିପହରରେ ଅଳ୍ପ ଭୋକ ଲାଗିବ ଏବଂ ଖାଇବା ପରେ ନିଦ ଲାଗିବ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Health Tips | Why Do You Feel Sleepy After Eating? Experts Reveal the Real Reason | Argus News