Cyclone Update / ମାଡ଼ି ଆସୁଛି ବାତ୍ୟା: ସମୁଦ୍ରକୂଳକୁ ଯାଇପାରିବେନି ପର୍ଯ୍ୟଟକ...
·1 hour ago·2 min read

Key Points
ସମୁଦ୍ରକୂଳକୁ ଯାଇ ପାରିବେନି ପର୍ଯ୍ୟଟକ
ବାତ୍ୟାକୁ ନେଇ ସମୁଦ୍ର ଅଶାନ୍ତ ଥିବାରୁ ପର୍ଯ୍ୟଟକଙ୍କୁ ବାରଣ
ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ କଟକଣା

ସମୁଦ୍ରକୂଳକୁ ଯାଇ ପାରିବେନି ପର୍ଯ୍ୟଟକ । ବାତ୍ୟାକୁ ନେଇ ସମୁଦ୍ର ଅଶାନ୍ତ ଥିବାରୁ ପର୍ଯ୍ୟଟକଙ୍କ ପାଇଁ ଗୋପାଳପୁର ବେଳଭୂମିରେ କଟକଣା ଲଗାଯାଇଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ଗୋପାଳପୁର ସମେତ ଜିଲ୍ଲାର ସମସ୍ତ ବେଳାଭୂମିରେ କଟକଣା ଲଗାଯାଇଛି । ଆଜିଠୁ ଆସନ୍ତା 30ତାରିଖ ଯାଏଁ ଗଂଜାମ ଜିଲ୍ଲାର କୌଣସି ବେଳାଭୂମିକୁ ଯାଇପାରିବେନି ପର୍ଯ୍ୟଟକ । ଗୋପାଳପୁର ବେଳାଭୂମି, ସୁନାପୁର ବେଳାଭୂମି ସମେତ ଜିଲ୍ଲାର ସମସ୍ତ ବେଳାଭୂମିରେ ଏହି କଟକଣା ଲଗାଯାଇଛି ।''
ସେପଟେ ବାତ୍ୟା ମୁକାବିଲା ପାଇଁ ନବରଙ୍ଗପୁର ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି । ଜନସାଧାରଣଙ୍କ ସୁରକ୍ଷା, ତ୍ୱରିତ ଉଦ୍ଧାର ଓ ବିଭାଗୀୟ ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଛି । ଆଗୁଆ ପଦକ୍ଷେପ ସ୍ୱରୂପ ବ୍ୟାପକ ପ୍ରସ୍ତୁତି ଓ ଜରୁରୀକାଳୀନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲାପାଳ ବିଭିନ୍ନ ବିଭାଗର ପ୍ରସ୍ତୁତିର ସମୀକ୍ଷା କରିବା ସହ ବିପର୍ଯ୍ୟୟର ମୁକାବିଲା, ସମନ୍ୱିତ କାର୍ଯ୍ୟପନ୍ଥା, ତ୍ୱରିତ ପ୍ରତିକ୍ରିୟା ଏବଂ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଜିଲ୍ଲା, ବ୍ଲକ, ତହସିଲ ଓ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ସ୍ତରରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରହିଛି । ଜରୁରୀକାଳୀନ ସ୍ଥିତି ପାଇଁ ୦୬୮୫୮-୨୨୨୪୩୪ ନମ୍ବର ଜାରି କରାଯାଇଛି ।''
ନବରଙ୍ଗପୁର ଜିଲ୍ଲା ପାଇଁ ୩ଟି ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି। ୨ଟି ଓଡ୍ରାଫ୍ ଟିମ୍ କୋଷାଗୁମୁଡ଼ା ବ୍ଲକରେ ଏବଂ ଗୋଟିଏ ଟିମ୍ ନବରଙ୍ଗପୁର ବ୍ଲକରେ ମୁତୟନ ପାଇଁ ବ୍ୟବସ୍ଥା କରାଯାଇଛି। ଆବଶ୍ୟକ କର୍ମଚାରୀ ଓ ଯନ୍ତ୍ରପାତି ସହ ୧୨ଟି ଅଗ୍ନିଶମ ଦଳକୁ ପ୍ରସ୍ତୁତ ରଖାଯାଇଛି। ଉଦ୍ଧାର ଓ ସ୍ଥାନାନ୍ତରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଚାଳକଙ୍କ ସହ ୨୫୧ଟି ଯାନ ଚିହ୍ନଟ କରାଯାଇଛି ।''
ଏଥିସହ ପଢ଼ନ୍ତୁ: ଆଜି ବାତ୍ୟାର ରୂପ ନେବା ନେଇ ପାଣିପାଗ ବିଭାଗର ଆକଳନ…କାଲିଠୁ ରାଜ୍ୟରେ ବଢ଼ିବ ବର୍ଷା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମାଲକାନଗିରିରେ ବାତ୍ୟା ମୁକାବିଲା ପାଇଁ ୪ ବରିଷ୍ଠ ଅଧିକାରୀ ନିଯୁକ୍ତ । ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି କରାଯାଇଛି । ଜିଲ୍ଲାରେ ଜଳବନ୍ଦୀ, ଆକସ୍ମିକ ବନ୍ୟା ଓ ବର୍ଷାଜନିତ ଅଘଟଣର ମୁକାବିଲା ପାଇଁ ୪ ଜଣ ବରିଷ୍ଠ ଅଧିକାରୀଙ୍କୁ ବିଭିନ୍ନ ବ୍ଲକ୍ର ଦାୟିତ୍ୱ ଦିଆଯାଇଛି। ନିଯୁକ୍ତ ଅଧିକାରୀମାନେ ନିଜ ନିଜ ବ୍ଲକ୍ରେ ରହି ବର୍ଷାର ସ୍ଥିତି ଉପରେ ନଜର ରଖିବା ସହ ବିଡିଓ, ତହସିଲଦାର ଓ ଅନ୍ୟ ବିଭାଗ ସହ ସମନ୍ୱୟ ରକ୍ଷା କରି ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବେ।''
ଅଧିକ ପଢ଼ନ୍ତୁ ପାଣିପାଗ ଖବର:
ଅଧିକ ପଢ଼ନ୍ତୁ ପାଣିପାଗ ଖବର:
Related Topics
Explore more stories